/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714719957.jpg)
compensation amount
କେଉଁ ମାନ୍ଧାତା ଅମଳ କବାଟ ଉଇ ଖାଇଗଲାଣି। ମାଟି କାନ୍ଥ ଫାଟି ଆଁ କଲାଣି, କେଉଁ ମୁହୁର୍ତ୍ତରେ ଭୁଷୁଡି ପଡ଼ିବ ତାହା ଜଣା ନାହିଁ। ଏଘରର ଅବସ୍ଥା ଏମିତି ବୋଲି ଏ ପରିବାର ଯେଉଁ ଦୁଃଖ ଭୋଗୁଛି ତାଠାରୁ ବି ଆହୁରି ବଡ଼ ଦୁଃଖ ହେଲା ୟାଙ୍କୁ ଆମ ସରକାର ମିଛରେ ଡେମୋ ଚେକ୍ ଖଣ୍ଡିଏ ଧରେଇ ଦେଇ ଭଣ୍ଡେଇ ଦେଇଛି। କେଇମାସ ତଳେ ଲକ୍ଷ୍ମିଧର ନାୟକଙ୍କୁ ସରକାର ଚେକ୍ ଖଣ୍ଡିଏ ଦେଇଥିଲେ, ହେଲେ ଏ ଚେକରେ ଲେଖା ହୋଇଥିବା ଦୁଇ ଲକ୍ଷ ୫ ହଜାର ଟଙ୍କା ତାଙ୍କ ଖାତାକୁ ଆଜି ଯାଏଁ ଆସିଲାନି।
କିଛି ବର୍ଷ ତଳେ ତାଙ୍କ ରୋଜଗାରିଆ ପୁଅ ପ୍ରହଲ୍ଲାଦ ନାୟକର ମୃତ୍ୟୁ ହୋଇଥିଲା। ସେ ସମୟରେ ମୃତ ଶ୍ରମିକ ହିସାବରେ ସରକାରଙ୍କ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦିଆ ଯାଇଛି ବୋଲି କହି ନେତା ବାବୁମାନେ ତାଙ୍କୁ ଏମିତି ଖଣ୍ଡିଏ ଡେମୋ ଚେକ୍ ଧରେଇ ଦେଇ ଯାଇଛନ୍ତି। ହେଲେ ଟଙ୍କା ମିଳିନାହିଁ।
ଦୁଃଖ ଖାଲି ସେତିକିରେ ସରିନାହିଁ, ଲକ୍ଷ୍ମୀଧର ମଉସାଙ୍କର ବୟସ ହୋଇଗଲାଣି। ଘର ପରିସ୍ଥିତି ଏମିତି, ଭେଣ୍ଡା ପୁଅ ଚାଲିଗଲା ପରେ ଏବେ ଘରେ ଅସୁସ୍ଥ ଝିଅଟିଏ ମଧ୍ୟ ଅଛି। ଘର ଚଳିବା କାଠିକର ପାଠ ହୋଇ ପଡ଼ିଛି। ନିର୍ବାଚନ ପରେ ନିର୍ବାଚନ ହେଉଛି, ନେତା ମନ୍ତ୍ରୀ ଆସୁଛନ୍ତି ଯାଉଛନ୍ତି, ହେଲେ ଲକ୍ଷ୍ମିଧରଙ୍କ ଘର ଉପରେ କାହାରି ନଜର ପଡ଼ୁ ନାହିଁ।
ଲଷ୍ମୀଧରଙ୍କ ଏଭଳି ପରିସ୍ଥିତି ବିଷୟରେ ଆମେ ସେହି ଯୋନର ଜିଲ୍ଲା ପରିଷଦ ସଦସ୍ୟଙ୍କୁ ପଚାରିଥିଲୁ। ତେବେ ସେ ତାଙ୍କ ବିଷୟରେ ଅବଗତ ଅଛନ୍ତି ଏବଂ ଖୁବ ଶୀଘ୍ର ତାଙ୍କୁ ଅର୍ଥ ରାଶି ମିଳିଯିବ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)