• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

intercontinental cup
ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫାଇନାଲରେ ଭାରତ ଚାମ୍ପିଅନ୍

ନୂଆଦିଲ୍ଲୀ: ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫାଇନାଲରେ କେନିଆକୁ ପରାସ୍ତ କରି ଭାରତ ଚାମ୍ପିଅନ୍। କ୍ୟାପଟେନ୍ ସୁନିଲ ଛେତ୍ରୀଙ୍କ ଚମତ୍କାର ୨ଟି ଗୋଲ ଯୋଗୁଁ ଦଳ ଏକତରଫା ୨-୦ ଗୋଲରେ ବିଜୟୀ ହୋଇଥିଲା। ମ୍ୟାଚ୍‌ର ଅଷ୍ଟମ ଓ ୨୯ତମ ମିନିଟ୍‌ରେ ଗୋଲ କରି ଛେତ୍ରୀ ଭାରତକୁ ବିଜୟ ଭେଟି ଦେଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ଛେତ୍ରୀ ୮ଟି ଗୋଲ ଦେବା ସହ ନିଜ କ୍ୟାରିୟରର ୬୪ ନମ୍ବର ଗୋଲ ଦେଇ ଦ୍ୱିତୀୟ ସର୍ବାଧିକ ଗୋଲ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ଏଥିସହ ଛେତ୍ରୀ […]

kulabhusan
କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ବଡ଼ ବିଜୟ। ଆତଙ୍କବାଦ ଓ ଗୁପ୍ତଚର କାର୍ଯ୍ୟ ଅଭିଯୋଗ ନେଇ ପାକିସ୍ତାନ ମିଲିଟାରୀ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ I ଭିଏନା ଚୁକ୍ତି ଅନୁୟାୟୀ କୁଳଭୂଷଣଙ୍କ ସହ ଯୋଗାଯୋଗ କରିବା ଓ ତାଙ୍କ ଲାଗି ଆଇନ ସହାୟତା ବ୍ୟବସ୍ଥା କରିବା ଲାଗି ଅନୁମତି ନଦେଇ ପାକିସ୍ତାନ କର୍ତ୍ତୃପକ୍ଷ ଭାରତର ଅଧିକାର କ୍ଷୂର୍ଣ୍ଣ କରିଥିବା ନିଜ […]

cricket
ଟିମ ଇଣ୍ଡିଆକୁ ହରାଇ ପ୍ରଥମଥର ଟାଇଟଲ ଜିତିଲା ବାଂଲାଦେଶ

ଭାରତୀୟ ମହିଳା ଟିମ୍‌ର ଲଗାତର ସପ୍ତମ ଥର ଏସିଆ କପ୍ ଟାଇଟଲ ଜିତିବା ସ୍ୱପ୍ନ ମଉଳି ଯାଇଛି। ଭାରତକୁ ହରାଇ ଏସିଆ କପ୍ ଟି-୨୦ ଟାଇଟଲ ହାତେଇଛି ବାଂଲାଦେଶ। ଫାଇନାଲରେ ଛଅ ଥରର ଚାମ୍ପିଅନ୍ ଭାରତୀୟ ମହିଳା ଟିମ୍‌କୁ ୩ ୱିକେଟ୍‌ରେ ହରାଇ ବାଂଲାଦେଶ ପ୍ରଥମ ଥର ଏସିଆ କପ୍‌ରେ ଚାମ୍ପିଅନ୍ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୧୨ ରନ୍ କରିଥିଲା। କ୍ୟାପ୍‌ଟେନ୍‌ ହରମନପ୍ରୀତ କୌର ଗୋଟିଏ ପଟେ କ୍ରିଜ୍‌ରେ ଜମି […]

virat
ବିରାଟ କୋହଲିଙ୍କ ଦାଢି ଚର୍ଚ୍ଚା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜର ବ୍ୟାଟିଂ ଜରିଆରେ ବହୁ ରେକର୍ଡ ନିଜ ନାମରେ କରିସାରିଛନ୍ତି। କୋହଲି ସୋସିଆଲ ମେଡିଆରେ ମଧ୍ୟ ବେଶ ଲୋକପ୍ରିୟ। ସେହିପରି ନିଜ ଫିଟନେଶ ଓ ଲୁକ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିରାଟ କିଛି ବର୍ଷ ହେବ ଦାଢି ରଖିଆସୁଛନ୍ତି। ଯାହାକି କୋହଲିଙ୍କ ପ୍ରଶଂସକମାନଙ୍କୁ ଏହି ଲୁକ୍‌ ବହୁତ ପସନ୍ଦ ଆସିଛି। ଏହି ଦାଢିବାଲା ଲୁକ୍ ପାଇଁ ବିରାଟ ପ୍ରଶଂସକଙ୍କ ସମେତ ତାଙ୍କ ସାଥି ଖେଳାଳୀ ବି ଦାଢି […]

success
ଜୀବନରେ କେମିତି ହେବେ ସଫଳ, ଜାଣନ୍ତୁ ସାତଟି ସୂତ୍ର

୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଖରାପ ଅଭ୍ୟାସ ଦେଖାଦେଇଥାଏ । ଏହି ବୟସ ଆପଣଙ୍କର ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାର ବୟସ।  ଯଦି ଏହି ଅଭ୍ୟାସ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଲାଗି ରହେ ତା ହାଲେ ଜୀବନରେ ସଫଳତା ହାସଲ କରିବା କ୍ଷେତ୍ରରେ ଅନେକ ବାଧା ଆଣିଥାଏ । ଆପଣ ଆଜି ହିଁ ସମୀକ୍ଷା କରନ୍ତୁ ଆପଣ କେଉଁ ରାସ୍ତାରେ ଅଛନ୍ତି । ଯଦି ଭୁଲ ରାସ୍ତାରେ ଅଛନ୍ତି […]

salman khan
ସଲମାନ୍‌ଙ୍କୁ ହତ୍ୟା ଯୋଜନା!

ମୁମ୍ବାଇ: ବଲିଉଡ଼ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ପାଇଁ ଚାଲିଥିଲା ଯୋଜନା। ଯାହାର ଖୁଲାସା କରିଛି ହରିୟାଣା ପୋଲିସ୍‌। ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ସମ୍ପତ ନେହେରାଙ୍କୁ ଗିରଫ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ନେହେରାକୁ ଜୁନ୍‌ ୬ରେ ହରିୟାଣା ପୋଲିସ୍‌ର ସ୍ପେଶାଲ୍‌ ଟ୍ୟାକ୍ସ ଫୋର୍ସ ଟିମ୍‌ ଗିରଫ କରିଥିଲା। ୨୮ ବର୍ଷୀୟ ନେହେରା ସଲମାନ୍‌ଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଯୋଜନା କରିଥିଲା। ଆଉ ଏହି ଯୋଜନାକୁ ସଫଳ କରିବା ପାଇଁ ସେ ମୁମ୍ବାଇ ଯାଇଥିଲେ। ସେଠାରେ […]

terrorists killed
ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କୁପଓ୍ୱାଡ଼ା ଜିଲ୍ଲାର କେରନ୍ ସେକ୍ଟରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣା ପରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ଆଜିର ଏହି ଘଟଣା ପରେ ଗତ ୨ ସପ୍ତାହ ମଧ୍ୟରେ ୨୧ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାଥାଉ କି, ୨ […]

train derail
ଲାଇନ୍‌ଚ୍ୟୁତ ହେଲା ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌

ମୁମ୍ବାଇ: ମହାରାଷ୍ଟ୍ରର ଲଗତପୁରୀ ରେଲୱେ ଷ୍ଟେସନ ନିକଟରେ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ। ମୁମ୍ବାଇ-ହାୱଡ଼ା ମେଲ୍‌ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରେନ୍‌ର S-12, S-13  ଓ ପାଣ୍ଟ୍ରି କାର୍‌ ବଗି ଲାଇନ୍‌ଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି। ଏହି ଘଟଣା ଫଳରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିସହ ଅନେକ […]

modi
ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚୀନ: ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଅ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚୀନ ଯାଇଛନ୍ତି ମୋଦି। ଆଜି ଅପରାହ୍ନରେ ମୋଦି କିଙ୍ଗାଦାଓରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୁଇ ଦେଶର ବାଣିଜ୍ୟ କାରବାରକୁ ନେଇ ତର୍ଜମା ହୋଇଛି। ଭାରତ ଏବଂ ଚୀନ ମଧ୍ୟରେ ବଢ଼ୁଥିବା ବାଣିଜ୍ୟିକ କାରବାରକୁ ଏହି ବୈଠକ ନୂଆ ଦିଶା ଦେବ […]

asia cup
ମହିଳା ଏସିଆ କପ୍ ; ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ସର୍ବଦା ରୋମାଞ୍ଚକର ହୋଇଥାଏ। ଆଜି ଖେଳାଯାଇଥିବା ଟି-୨୦ ଏସିଆ କପ୍ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଏକତରଫା ଭାବେ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ ହରାଇ ୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏମିତିକି ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ପାକ୍ ଟିମ୍‌ର ୭ ଜଣ ବ୍ୟାଟ୍ସମ୍ୟାନ […]

niranjan
ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିମ୍ ନିରଞ୍ଜନ

ନୂଆଦିଲ୍ଲୀ : ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିମ୍ ନିରଞ୍ଜନ। ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ୩ କାର୍ଯ୍ୟକାରୀ ସଭାପତି ଓ ସଂପାଦକ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଦଳର ସାଂଗଠାନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଗତକାଲି ଓଡ଼ିଶାରୁ ଦିଲ୍ଲୀ ଯାଇଥିଲେ। ଆଲୋଚନା ପରେ ପିସିସିରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏମିତିକି ବୈଠକରେ ପିସିସି କର୍ମକର୍ତ୍ତା ତାଲିକାରେ ମୋହର […]