Advertisment

ପୁଅକୁ ମାରିବାକୁ ୭୫ ଲକ୍ଷର ସୁପାରୀ, ଅଭିଯୁକ୍ତ ବାପା ସହ ୬ ଜଣଙ୍କୁ ବାନ୍ଧିଲା ପୋଲିସ୍‌

ପୋଲିସ କହିଛି ଯେ ସମ୍ପତ୍ତି ବିବାଦ ହେତୁ ବାପା ପୁଅକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
contract to kill son

contract to kill son

ଲୋକମାନେ ସମ୍ପତ୍ତି ଏବଂ ଟଙ୍କା ପାଇଁ ନିଜ ଲୋକଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଉ ନାହାନ୍ତି । ଏମିତି କି ସମ୍ପତ୍ତି ପାଇଁ ନିଜ ପୁଅକୁ ମଧ୍ୟ ହତ୍ୟା କରିବାକୁ ସୁପାରୀ ଦେବାକୁ ପଛାଉନାହାନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ମହାରାଷ୍ଟ୍ରର ପୁଣେରେ ନିଜ ପୁଅକୁ ହତ୍ୟା କରିବା ପାଇଁ ୭୫ ଲକ୍ଷ ଟଙ୍କାର ଡିଲ୍‌ କରିଥିବା ବାପାଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ପୁଣେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଖୁଲାସା କରିଛି ।

Advertisment

ପୋଲିସ କହିଛି ଯେ ସମ୍ପତ୍ତି ବିବାଦ ହେତୁ ବାପା ପୁଅକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା। ଏକ ସପ୍ତାହ ପୂର୍ବରୁ ଜଙ୍ଗଲି ମହାରାଜ ଷ୍ଟ୍ରିଟ୍‌ରେ ପୁଅକୁ ଗୁଳି ଚଳାଇ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା । ଏହି ମାମଲାରେ ରିଅଲ ଇଷ୍ଟେଟ୍ ଡେଭଲପର୍ ବାପାଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଛି।

ଏହି ମାମଲାରେ ପିତା ଦୀନେଶ ଚନ୍ଦ୍ର ଆର୍ଗାଡେ, ପ୍ରଶାନ୍ତ ଘାଡଗେ, ଅଶୋକ ‌ଥେମ୍ବ୍ରେ, ପ୍ରବୀଣ କୁଡଲେ, ଯୋଗେଶ ଯାଦବ, ଚେତନ ପୋକଲେଙ୍କୁ ଗିରଫ କରିଛି ପୋଲିସ । ସିପି ଅମିତେଶ କୁମାର କହିଛନ୍ତି ଯେ ଦିନେଶଚନ୍ଦ୍ର ତା’ର ପୁଅର ମନମୁଖୀ କାର୍ଯ୍ୟକୁ ନେଇ ଚିନ୍ତାରେ ଥିଲେ, ପୁଅର ଏଭଳି ଆଚରଣ ତାଙ୍କ ବ୍ୟବସାୟ ଉପରେ ପ୍ରଭାବ ପକାଉଥିଲା। ଏହା ବ୍ୟତୀତ ପରିବାର ଏବଂ ସମ୍ପତ୍ତି ବିବାଦ କାରଣରୁ ପିତା ଏବଂ ପୁଅଙ୍କ ମଧ୍ୟରେ ତିକ୍ତତା ମଧ୍ୟ ବୃଦ୍ଧି ପାଇଥିଲା ।

Advertisment

ହତ୍ୟା ଉଦ୍ୟମ ପରେ ଧୀରଜ ଆର୍ଗାଡେ ଶିବାଜୀ ନାଗର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଥିଲେ। ଏଥିରେ ଧୀରଜ କହିଛନ୍ତି ଯେ ଏପ୍ରିଲ ୧୬, ମଧ୍ୟାହ୍ନ ପ୍ରାୟ ୩.୩୦ ସମୟରେ ଜଙ୍ଗଲୀ ମହାରାଜା ରୋଡ୍‌ ନିକଟରେ ଥିବା ଆର୍ଗେଡ୍‌ ହାଇଟ୍ସ ବିଲ୍ଡିଂ ନିକଟରେ ଆକ୍ରମଣକାରୀ ଦୁଇ ଚକିଆ ଯାନରେ ଆସି ପିସ୍ତଲ ଦେଖାଇଥିଲେ। ଏହା ପରେ ଅପରାଧୀମାନେ ଧୀରଜଙ୍କ ଉପରେ ଗୁଳି ଚଳାଇଥିଲେ, କିନ୍ତୁ ସୌଭାଗ୍ୟ ବଶତଃ ସେ ବଞ୍ଚିଯାଇଥିଲେ ।

ମାମଲା ପଞ୍ଜିକରଣ କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ ପାଇଁ ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଏହା ସହିତ ଧୀରଜ ଆର୍ଗେଡେଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଇଥିଲା। ପାରିବାରିକ ମାମଲା ଏବଂ ସମ୍ପତ୍ତି ସମ୍ପର୍କରେ ଧୀରଜ ଏବଂ ତାଙ୍କ ପିତା ଦୀନେଶଚନ୍ଦ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଧୀରଜଙ୍କୁ ହତ୍ୟା କରିବା ପାଇଁ ତାଙ୍କ ବାପା ୭୫ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଏହା ପରେ ପୋଲିସ ତଦନ୍ତ କରି ଧୀରଜଙ୍କ ପିତା ଦୀନେଶଚନ୍ଦ୍ର ଆର୍ଗାଡେଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା ।

Supari Killing Murder
Advertisment
Advertisment