ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାରେ ହାଇଡ୍ରାମା। ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ବାଚସ୍ପତି। ଆଜି ସୁଦ୍ଧା ଆସ୍ଥା ଭୋଟ୍ କରାଇବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ବି ଏହାକୁ ନମାନି ଆସନ୍ତାକାଲି ଦିନ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ସେପଟେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା ସହ ଆସ୍ଥା ଭୋଟ ନହେବା ଯାଏଁ ଗୃହ ନଛାଡ଼ିବାକୁ ବିଜେପି ବିଧାୟକମାନେ ଅଡ଼ିବସିଛନ୍ତି। ଗୃହ ଭିତରେ ରାତି ସାରା ଧାରଣା ଦେବେ ବୋଲି କହିଛନ୍ତି ବିଜେପି ନେତା […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ। ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୨ଜଣ ପୋଲିସ ସହିଦ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଭୋରରୁ ଆତଙ୍କବାଦୀମାନ ପୁଲୱାମା ଜିଲ୍ଲାର କୋର୍ଟ କମ୍ପ୍ଲେକ୍ସ ଠାରେ ପୋଲିସ୍ ଗାର୍ଡ଼ ପୋଷ୍ଟ ଉପରକୁ ପ୍ରଥମେ ଆକ୍ରମଣ କରିଥିଲେ। ଏହାପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ୨ଜଣ ପୋଲିସ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣା ପରେ ପୂରା ଅଞ୍ଚଳକୁ ଘେରାବନ୍ଦୀ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ଏନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ସିଂ ସୂଚନା ଦେଇ କହିଛନ୍ତି ଯେ, ଏବେ ସେ ଭଲ ଅଛି। ବ୍ୟସ୍ତ ହେବାର କିଛି କାରଣ ନାହିଁ। ତେବେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଏମ୍ସ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ଆଜି ତାଙ୍କୁ ମେଡିକାଲରୁ ଛାଡି ଦିଆଯାଇପାରେ ବୋଲି ଜଣାପଡ଼ିଛି। ଗତକାଲି ରୁଟିନ୍ ଚେକ ଅପ୍ ପାଇଁ ଆସିଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍ସରେ ରଖାଯାଇଛି। ଖବର ପାଇ […]
ନୂଆଦିଲ୍ଲୀ : ବ୍ରିଟେନରେ ରାଜନୈତିକ ଶରଣ ନେବା ପାଇଁ ପ୍ରସ୍ତୁତି ଚଳାଇଛି ପିଏନବି। ମହାଠକେଇ ଅଭିଯୁକ୍ତ ନିରବ ମୋଦି ଭାରତ ଓ ବ୍ରିଟିଶ ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି ସୂଚନା ମିଳିଛି। ପଞ୍ଜାବ ନେସନାଲ ବ୍ୟାଙ୍କରୁ ୧୩ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗତ ଫେବ୍ରୁୟାରୀରୁ ନିରବ ମୋଦି ଫେରାର ଅଛନ୍ତି। ତେବେ ସେ ଲଣ୍ଡନରେ ଥିବା ନେଇ ପୂର୍ବରୁ ଶୁଣିବାକୁ ମିଳିଥିଲା। ଏବେ ସେଠାରେ ରାଜନୈତିକ ଶରଣ ନେବା ଚେଷ୍ଟାରେ ରହିଥିବା ଜଣାପଡିଛି। […]
ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ I ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ପ୍ରାୟ ଦୁଇ ବର୍ଷ ପୂର୍ବେ ମନ୍ଦିର ଭିତରେ ଦାତି ମହାରାଜ ତାଙ୍କର ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିଲେ ଓ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ I ମହିଳାଙ୍କ ଅଭିଯୋଗ ଆଧାରରେ ଦାତି ମହାରାଜଙ୍କ ବିରୋଧରେ […]
ନୂଆଦିଲ୍ଲୀ: ହରିଆଣା ସରକାରଙ୍କ ପଶୁପାଳନ ବିଭାଗରେ କାର୍ଯ୍ୟରତ ଜୁନିଅର ମହିଳା ଆଇଏଏସ୍ଙ୍କୁ ସିନିଅର ଆଇଏଏସ୍ଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ। ଅଭିଯୋଗ ଆସିଛି ସିନିଅର ଆଇଏଏସ୍ ତଥା ହରିଆଣା ସରକାରଙ୍କ ଆଡ଼ିସନାଲ ଚିଫ୍ ସେକ୍ରେଟାରୀ ସୁନୀଲ ଗୁଲାଟୀଙ୍କ ବିରୋଧରେ। ମହିଳା ଆଇଏଏସ୍ ଜଣଙ୍କ ରବିବାର ସକାଳେ ଏକ ଫେସବୁକ୍ ପୋଷ୍ଟରେ ତାଙ୍କୁ ଯୌନ ଶୋଷଣ ହୋଇଥିବା ନେଇ ଖୁଲାସା କରିଛନ୍ତି। ଅଫିସରେ ତାଙ୍କୁ କିପରି ବ୍ୟବହାର କରାଯାଏ ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ସେ ଅପିଲ କରିଛନ୍ତି। […]
କର୍ଣ୍ଣାଟକ : କର୍ଣ୍ଣାଟକରେ ଏଚ୍. ଡି. କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଆଜି ଆସ୍ଥା ଭୋଟ୍ର ସାମନା କରୁଛନ୍ତି। ଏନେଇ ଗୃହରେ ଆଲୋଚନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ପ୍ରସ୍ତାବ ଉପରେ ବିବୃତି ରଖି କହିଛନ୍ତି, ମେଣ୍ଟ ଭାଙ୍ଗିବ କି ସରକାର ରହିବ, ତାହା ବଡ଼ କଥା ନୁହଁ, ହେଲେ ଗଣତନ୍ତ୍ରକୁ ଧ୍ୱଂସ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ଲାଗି ଗୃହରେ ଆଲୋଚନା ଜରୁରୀ। ତାଛଡ଼ା ତାଙ୍କର ଓ ତାଙ୍କ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ସେ ରୁଟିନ୍ ଚେକ୍ ଅପ୍ ଓ ସ୍ୱାସ୍ଥ୍ୟର ଯାଞ୍ଚ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କୁହାଯାଉଛି। ଡାକ୍ତରଙ୍କ ପରାମର୍ଶକ୍ରମେ ବାଜପେୟୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଏମ୍ସର ନିର୍ଦ୍ଦେଶକ ଡ଼ଃ ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ରହିବେ। ବାଜପେୟୀଙ୍କୁ ବର୍ତ୍ତମାନ ୯୩ ବର୍ଷ ବୟସ। ସେ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ସେ ଚଳତ୍ଶକ୍ତି ଶୂନ୍ୟ ପ୍ରାୟ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ତାଙ୍କୁ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ବିରାଟ୍ ପୂରା ଟୁର୍ ପାଇଁ ଭାରତୀୟ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଯିବେ। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଶୁକ୍ରବାର ଭାରତୀୟ ଟିମର ଚୟନ କରାଯିବ। ଟିମ୍ ଇଣ୍ଡିଆ ଅଗଷ୍ଟ ୩ରୁ ଟି-୨୦ ସିରିଜ୍ ଖେଳି ୱେଷ୍ଟଇଣ୍ଡିଜ୍ ଗସ୍ତ ଆରମ୍ଭ କରିବ। ଭାରତ ଏହି […]
ନୂଆଦିଲ୍ଲୀ: ସମାଜବାଦି ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ୨୦୧୯ ରେ ବିଜେପିକୁ ହରାଇବା ପାଇଁ ଆମର ଏହି ମେଣ୍ଟ ଜାରି ରହିବ। ବିଜେପିକୁ ଗାଦିରୁ ହଟାଇବା ପାଇଁ ଆମକୁ ଯଦି ୨-୪ ସିଟ୍ ବଳିଦାନ ଦେବାକୁ ପଡ଼େ ତଥାପି ଆମେ ପଛକୁ ହଟିବୁ ନାହିଁ ବୋଲି ସେ କହିଛନ୍ତି । […]