• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

zimbawe
ଆଇସିସିରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ କ୍ରିକେଟ୍‌ ଟିମ୍‌

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ। ଆଇସିସିର ନିୟମ ପାଳନ କରିନଥିବାରୁ ଆଇସିସି ଜିମ୍ୱାଓ୍ୱେ କ୍ରିକେଟ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ନିୟମ ଭାଙ୍ଗି ଦଣ୍ଡବିଧାନ ସ୍ୱରୂପ ଜିମ୍ୱାଓ୍ୱେ ଆଇସିସିରୁ ବାଦ୍ ପଡ଼ିଥିଲା। ଆଇସିସିର ଚେୟାରମ୍ୟାନ ଶଶାଙ୍କ ମନୋହର ଏ ନେଇ କହିଛନ୍ତି ଆମେ କୌଣସି ଦେଶର ସଦସ୍ୟଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ହାଲୁକା ଭାବରେ ନେଇ ନଥାଉ। ଜିମ୍ବାୱେରେ ଯାହା ହୋଇଛି, ଏହା […]

dati
ଗିରଫ ଭୟରେ ଦାତି ମହାରାଜଙ୍କ ଆତ୍ମଗୋପନ

ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଛନ୍ତି I ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି I ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ଥିଲେ ଦାତି ମହାରାଜ I ଗିରଫ ଭୟରେ ସେ ଆତ୍ମଗୋପନ କରିଥିବା କୁହାଯାଉଛି I ଦିଲ୍ଲୀ ପୁଲିସ୍‍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ […]

bhaiyuji
ଆଧ୍ୟାତ୍ମିକ ଧର୍ମଗୁରୁ ଭାୟୁଜୀ ମହାରାଜଙ୍କ ଆତ୍ମହତ୍ୟା

ଇନ୍ଦୋର: ଆଧ୍ୟାତ୍ମିକ ଧର୍ମଗୁରୁ ତଥା ମଧ୍ୟପ୍ରଦେଶ ସରକାରରେ ନିକଟରେ ରାଷ୍ଟ୍ରମନ୍ତ୍ର୍ରୀ ପଦ ପାଇଥିବା ଭାୟୁଜୀ ମହାରାଜ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପଚାଶ ବର୍ଷ ବୟସ୍କ ଏହି ଧର୍ମଗୁରୁ ମାନସିକ ଚାପଗ୍ରସ୍ତ ଥିଲେ ବୋଲି କୁହାଯାଉଛି ।ତାଙ୍କର ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି।ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି ବୋଲି ସୁଇସାଇଡ ନୋଟରେ ସେ ଉଲ୍ଲେଖ କରିଛନ୍ତି । ଇନ୍ଦୋରର ମୁମ୍ବାଇ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା […]

mataji
ଅବିଶ୍ୱସନୀୟ : ନା ଖାଦ୍ୟ ନା ପାଣି; ପବନ ଆହାରରେ ୭୦ ବର୍ଷ ବଞ୍ଚିଛନ୍ତି ମହାଯୋଗୀ

ମେହସାନା (ଗୁଜରାଟ): ଜଣେ ଏମିତି ମଣିଷ ଯିଏକି ଦୀର୍ଘ ଦିନ ହେବ କିଛି ନ ଖାଇ ନ ପିଇ କେବଳ ପବନ ଆହାରରେ ବଞ୍ଚିଛନ୍ତି ବୋଲି ଦାବି କରିଛନ୍ତି । ସେ ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ ପୂରା ୭ ଦଶନ୍ଧି ଅର୍ଥାତ୍ ୭୦ ବର୍ଷ । ୮୮ ବର୍ଷ ବୟସ୍କ ଏହି ବୃଦ୍ଧ ଜଣେ ହେଉଛନ୍ତି ଜଣେ ଯୋଗସାଧକ । ତାଙ୍କ ନାମ ପ୍ରହ୍ଲାଦ ଜୈନ। ଗୁଜରାଟର ଚରୋଡ ଗାଁରେ ଏକ ଆଶ୍ରମରେ […]

room
କର୍ଣ୍ଣାଟକ ରାଜନୀତି ; ରାତି ସାରା ବିଧାନସଭାରେ ବିଜେପି ବିଧାୟକଙ୍କ ଧାରଣା

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତିରେ ଜାରି ରହିଛି ହାଇଡ୍ରାମା। ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ କରାଇବାକୁ ରାଜ୍ୟପାଳ ବାଜୁଭାଇ ବାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆସ୍ଥାଭୋଟ କରାଇବା ପାଇଁ ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ  ନ ମାନି ବାଚସ୍ପତି ଆଜି ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ।  ଗୃହ ମୁଲତବୀ ଘୋଷଣା କରିବା ପରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା ସହ ଆସ୍ଥା ଭୋଟ ନ […]

kim jong and trump
ଆଗକୁ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଦେଖିବ: କିମ୍ ଜଙ୍ଗ୍

ସିଙ୍ଗାପୁର: ଆମେରିକା-ଉତ୍ତର କୋରିଆ ଐତିହାସିକ ଶିଖର ସମ୍ମିଳନୀ ଶେଷରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷର ପରେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ କହିଛନ୍ତି ଯେ, ଆମେ ଅତୀତକୁ ଭୁଲିଯିବାକୁ ନିଷ୍ପତ୍ତି ନେଇଛୁ।  ଆଗକୁ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଦେଖିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ଆହୁରି ଅନେକ ଥର ସାକ୍ଷାତ ଆଲୋଚନା କରିବୁ। କିମ୍‌ଙ୍କୁ  ହ୍ୱାଇଟ୍‌ ହାଉସ୍‌କୁ ନିମନ୍ତ୍ରଣ ନେଇ ପ୍ରଶ୍ନରେ […]

rahul-gandhi-bhiwandi
ଆରଏସଏସ ମାନହାନୀ ମାମଲା: ରାହୁଲ ଗାନ୍ଧୀ କହିଲେ ଭୁଲ କରି ନାହିଁ

ନୂଆଦିଲ୍ଲୀ: ଆରଏସ୍‌ଏସ୍‌ ଉଦ୍ଦେଶ୍ୟରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି । ୨୦୧୪ରେ ଏକ ନିର୍ବାଚନୀ ସଭାରେ ରାହୁଲ ଆରଏସଏସକୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ବୋଲି କହିଥିଲେ । କୋର୍ଟରେ ହାଜିରା ବେଳେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ଭୁଲ୍ କରିଛନ୍ତି ବୋଲି ଅନୁଭବ କରୁଛନ୍ତି କି ? ରାହୁଲ କହିଥିଲେ ନାଁ ଓ ସେ ନିର୍ଦ୍ଦୋଷ । ରାହୁଲ ଭୁଲ୍ କରିନାହାନ୍ତି ବୋଲି […]

Atal Bihari Vajpayee
ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ଏମ୍ସ ପକ୍ଷରୁ ବୁଲେଟିନ୍‌ ଜାରି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଆଜି ଏକ ହେଲଥ୍‌ ବୁଲେଟିନ୍ ଜାରି କରାଯାଇଛି। ଚିକିତ୍ସା ପ୍ରକ୍ରିୟାକୁ ତାଙ୍କ ଶରୀର ଗ୍ରହଣ କରୁଛି ଓ ଇଞ୍ଜେକ୍‌ସନ୍‌ ଦ୍ୱାରା ଆଣ୍ଟିବାୟୋଟିକ୍ସ ଦିଆଯାଉଛି। ବାଜପେୟୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡିକର ଅବସ୍ଥା ସ୍ଥିର ରହିଛି। ସଂକ୍ରମଣରୁ ମୁକ୍ତ ହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ ବୋଲି ଏମ୍ସ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ବାଜପେୟୀଙ୍କୁ ୟୁରିନ୍‌ ସଂକ୍ରମଣ […]