Advertisment

Railway Ministry Recruitment: ଗ୍ରାଜୁଏସନ୍‌ କରିଥିଲେ ରେଳ ମନ୍ତ୍ରଣାଳୟରେ ସବ୍-ଇନ୍ସପେକ୍ଟର ପଦବୀ ପାଇଁ କରିପାରିବେ ଆବେଦନ

ରେଳ ମନ୍ତ୍ରଣାଳୟରେ ଚାକିରି ପାଇବାକୁ ଅନେକ ଯୁବକଙ୍କର ମଧ୍ୟ ସ୍ୱପ୍ନ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ଭିତରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ରେଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
Railway Ministry Recruitment apply for 452 posts

Railway Ministry Recruitment apply for 452 posts

ରେଳ ମନ୍ତ୍ରଣାଳୟରେ ଚାକିରି ପାଇବାକୁ ଅନେକ ଯୁବକଙ୍କର ମଧ୍ୟ ସ୍ୱପ୍ନ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ଭିତରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ରେଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ରେଳ ମନ୍ତ୍ରଣାଳୟରେ ସବ୍ ଇନ୍ସପେକ୍ଟର (କାର୍ଯ୍ୟନିର୍ବାହୀ) ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪୦୦ରୁ ଅଧିକ ପଦବୀ ପୂରଣ ହେବ।

ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ rpf.indianrailways.gov କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Railway Ministry Recruitment apply for 452 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୫ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ମେ’ ୨୦୨୪

ଖାଲି ପଦବୀ:

  • ସବ୍ ଇନ୍ସପେକ୍ଟର (କାର୍ଯ୍ୟନିର୍ବାହୀ) – ୪୫୨ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍‌ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC – ୫୦୦ ଟଙ୍କା
  • SC/ST/EBC /PwBD/ESM/ ମହିଳା – ୨୫୦ ଟଙ୍କା

ମାସିକ ଦରମା:

  • ସର୍ବାଧିକ ଦରମା – ୩୫,୪୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ଟେଷ୍ଟ୍
  • ଶାରୀରିକ ଦକ୍ଷତା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Indian Railways Indian Railway Jobs Govt Jobs
Advertisment
Advertisment