• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

thermokul
ଥର୍ମୋକୁଲ୍‌ ପ୍ଲେଟ୍‌ର ବ୍ୟବହାର ଉପରେ ରୋକ୍ ଲଗାଇଲେ ହିମାଚଳ ପ୍ରଦେଶ ସରକାର

ଶିମଲା : ମଙ୍ଗଳବାର ହିମାଚଳ ପ୍ରଦେଶ  ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ଥର୍ମୋକୁଲ୍‌ ପ୍ଲେଟ୍‌ର ବ୍ୟବହାରରେ ରୋକ୍‌ ଲଗାଇଛନ୍ତି। କାରଣ ଏହା  ପ୍ରଦୂଷଣର ମୁଖ୍ୟ କାରଣ ସାଜୁଛି । ଏହା ସହ ଅଫିସିଆଲ୍‌ ଫଙ୍କସନ ଗୁଡିକରେ ବହୁଳ ବ୍ୟବହାର ହେଉଥିବା ୧ଲିଟରରୁ କମ୍‌ ପାଣି ବୋତଲର ବ୍ୟବହାରକୁ ବାରଣ କରାଯାଇଛି। ସୁନ୍ଦରନଗର ସହରର ମଣ୍ଡି ଜିଲ୍ଲାରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର କହିଛନ୍ତି , ପ୍ଲାଷ୍ଟିକ୍‌ […]

biryani
ବିରିୟାନି ଖାଇଲେ, ପଇସା ମାଗିବାରୁ ଗୁଳି କରିଦେଲେ

କୋଲକାତା:  ଜଣେ ହୋଟେଲ ବ୍ୟବସାୟୀ ବିରିୟାନି ଖାଇଥିବା ଗ୍ରାହକଙ୍କୁ ପଇସା ମାଗିବାରୁ ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି । ପୋଲିସର କହିବା ମୁତାବକ, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଘଟିଛି ଏମିତି ଘଟଣା। ରବିବାର ରାତିରେ ଚାରି ଜଣ ଯୁବକ ଆସି ଏକ ହୋଟେଲରେ ବିରିୟାନି ମାଗିଥିଲେ I ବ୍ୟବସାୟୀ ଜଣଙ୍କ ଗୋଟିଏ ପ୍ଲେଟ୍‌ ବିରିୟାନି ପାଇଁ ଗ୍ରାହକଙ୍କୁ ୧୯୦ ଟଙ୍କା ମାଗିଥିଲେ। ଖାଇ ସାରିବା ପରେ ବିରିୟାନି ଦରକୁ ନେଇ ବ୍ୟବସାୟୀ ଓ ଯୁବକମାନଙ୍କ ମଧ୍ୟରେ […]

team india
ମ୍ୟାଚ ହାରିବା ପରେ ଫସି ରହିଛି ଟିମ୍ ଇଣ୍ଡିଆ

ମଞ୍ଚେଷ୍ଟର : ସେମିଫାଇନାଲରେ ହାରିବା ପରେ ବିଶ୍ୱକପ୍‌ରୁ ବିଦା ହୋଇଥିବା ଟିମ୍ ଇଣ୍ଡିଆ ଭାରତ ଫେରିପାରୁନି। ମ୍ୟାଚ୍‌ ପରେ ଭାରତ ଆସିବାକୁ ଚାହୁଁଥିବା ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଫସି ରହିଛି। ଫାଇନାଲ୍ ନ ସରିବା ଯାଏ ଇଂଲଣ୍ଡରେ ରହିବାକୁ ବାଧ୍ୟ ହୋଇଛି ବିରାଟ ବାହିନୀ। ସେମିଫାଇନାଲରେ ହାରି ବିରାଟ ବାହିନୀ କେବଳ ଭାରତୀୟଙ୍କ ହୃଦୟ ଭାଙ୍ଗିନି ବରଂ ଟିମ୍ ଇଣ୍ଡିଆର ଲଜିଷ୍ଟିକ ମ୍ୟାନେଜରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମ୍ୟାଚ୍‌ ହାରିବା ପରେ ଟିମ୍ ଇଣ୍ଡିଆର […]

engl
ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍‌ରେ ଇଂଲଣ୍ଡ

ବର୍ମିଂହାମ୍: ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ଜେସନ୍ ରୟଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଇଂଲଣ୍ଡର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ହେବ। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ଏହା ପୂର୍ବରୁ ଇଂଲଣ୍ଡ ୧୯୯୨ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲେ ହେଁ, ପାକିସ୍ତାନଠାରୁ ହାରି ରନର୍ସଅପ୍ ହୋଇଥିଲା। ଗୁରୁବାର ଏଜବାଷ୍ଟନରେ ଖେଳାଯାଇଥିବା ଏହି […]

iaf
ଖସି ପଡ଼ିଲା ବିମାନ, ପାଇଲଟ ମୃତ

ଅହମଦାବାଦ: ଗୁଜରାଟରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ। ବାୟୁସେନା ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୁଜରାଟ କଚ୍ଛର ମୁନ୍‌ଦ୍ରା ଜିଲ୍ଲାରେ ଘଟିଛି। ଦୁର୍ଘଟଣାରେ ଏୟାର କମାଣ୍ଡର ସଞ୍ଜୟ ଚୌହ୍ୱାନଙ୍କ ମୃତ୍ୟୁ ଘଟିଛି। ଜାମନଗର ଏୟାର ବେସ୍‌ରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନଟି ବେରଜା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଏକ ଟ୍ରେନିଂ ମିଶନରେ ଥିଲା ବୋଲି ଜଣାପଡ଼ିଛି। ବିମାନର ଭଗ୍ନାବଶେଷ ଠାବ କରାଯାଇଥିବାବେଳେ ଦୁର୍ଘଟଣାର କାରଣ କିଛି ଜଣାପଡ଼ିନି। ଅନ୍ୟପକ୍ଷରେ ଏହି ଘଟଣାକୁ […]

sc
କର୍ଣ୍ଣାଟକ ହାଇଡ୍ରାମା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କର୍ଣ୍ଣାଟକ  : କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏବେ ବାଚସ୍ପତିଙ୍କ ଉପରେ ନଜର। ଆଜି ଶୁଣାଣିରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ୧୦ ବିଦ୍ରୋହୀ ବିଧାୟକଙ୍କୁ କହିଥିଲେ କୋର୍ଟ। ଆଉ କିଛି ସମୟ ପରେ ଇସ୍ତଫା ଦେଇଥିବା ବିଧାୟକ ବାଚସ୍ପତିଙ୍କୁ ଭେଟିପାରନ୍ତି। ପୂର୍ବରୁ ଏହି ମାମଲାରେ  ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡିଏସ୍‌ର ୧୦ ବିଧାୟକଙ୍କୁ ସଂଧ୍ୟା ୬ଟାରେ ବାଚସ୍ପତିଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍‌କୋର୍ଟ। ଅନ୍ୟପକ୍ଷରେ ବାଚସ୍ପତି ଏହି ବିଧାୟକଙ୍କ ଇସ୍ତଫା ଉପରେ ଆଜି […]

virat-2
କ୍ୟାପଟେନ୍ ଭାବେ ଆଉ ବିଶ୍ୱକପ୍ ଜିତିପାରିବେନି ବିରାଟ୍!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୧୫ ପଏଣ୍ଟ ସହ ଶୀର୍ଷରେ ରହି ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ତା’ର ଶେଷ ତିନୋଟି ମ୍ୟାଚରେ ହାରିକି ବି କଷ୍ଟେମଷ୍ଟେ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲା। ଏଭଳି ସ୍ଥିତିରେ ପ୍ରଶଂସକ ଦୃଢ଼ ଆଶାୟୀ ଥିଲେ ଯେ, ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନା କେବଳ ଫାଇନାଲରେ ପହଞ୍ଚିବ ବରଂ ଟାଇଟଲ୍ ମଧ୍ୟ ଜିତିବ। କିନ୍ତୁ ଏହା ହୋଇପାରିଲା ନାହିଁ। ପ୍ରତି ଅଭିଯାନର ଶେଷ ହୋଇଥାଏ ଏବଂ ଭାରତୀୟ […]

govinda
ଡ଼୍ୟାନ୍ସିଂ ଅଙ୍କଲଙ୍କୁ ପ୍ରଶଂସା କଲେ ଗୋବିନ୍ଦା

ମୁମ୍ବାଇ: ଇଣ୍ଟରନେଟ୍‌ରେ ଡ଼୍ୟାନ୍ସିଂ ଅଙ୍କଲ୍‌ ନାମରେ ନାଁ କମେଇଥିବା ୪୬ ବର୍ଷୀୟ ସଞ୍ଜୀବ ଶ୍ରୀବାସ୍ତବଙ୍କୁ ବଲିଉଡ୍‌ରୁ ପ୍ରଶଂସା ମିଳିଛି। ଏମିତି ବି ଶ୍ରୀବାସ୍ତବଙ୍କୁ ଅଭିନେତା ଗୋବିନ୍ଦା ବି ତାରିଫ୍‌ କରିଛନ୍ତି। ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ପାଖରେ ମଧ୍ୟ ପହଞ୍ଚି ଯାଇଛି ଡ଼୍ୟାନ୍ସିଂ ଅଙ୍କଲଙ୍କର ଏ ଭିଡିଓ। ଏହି ଭିଡ଼ିଓ ଦେଖିବା ପରେ ଅଭିନେତା ଗୋବିନ୍ଦା ଖୁସି ହେବା ସହ ତାଙ୍କ ପ୍ରତିକ୍ରିୟା ମିଡ଼ିଆକୁ ଜଣାଇ କହିଛନ୍ତି , “ଶ୍ରୀବାସ୍ତବ ଚମତ୍କାର ନାଚିଛନ୍ତି। ମୁମ୍ବାଇରେ ମତେ ଜଣେ […]

kalpana_kumari_1528106058_618x347
ନିଟ୍‌ ପରୀକ୍ଷାରେ କଳ୍ପନା କୁମାରୀ ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଛି ନିଟ୍ ରେଜଲ୍ଟ। ସିବିଏସ୍ଇର ଅଫିସିଆଲ ୱେବସାଇଟ cbseneet.nic.inରେ ଏହି ରେଜଲ୍ଟ ପ୍ରକାଶ ପାଇଛି। ବିହାରର କଳ୍ପନା କୁମାରୀ ଟପ୍ ରାଙ୍କ୍‌ ପାଇଛନ୍ତି। ସେ ୭୨୦ରୁ ୬୯୧ ନମ୍ବର ରଖିଛନ୍ତି।   ତେଲେଙ୍ଗାନାର ରୋହନ ପୁରୋହିତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଦିଲ୍ଲୀର ହିମାଂଶୁ କୁମାର ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କଟଅଫ୍ ମାର୍କ କମ୍‌ ରହିଛି। ମେଡିକାଲ ଏବଂ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚଳିତ ବର୍ଷର […]

sangita
ଗିରଫ ହେଲେ ଅଭିନେତ୍ରୀ ; ବେଶ୍ୟାଳୟ ଚଳାଉଥିଲେ

ଚେନ୍ନାଇ : ଲୋକପ୍ରିୟ ତାମିଲ୍ ଅଭିନେତ୍ରୀ ସଂଗୀତା ବାଲାନ ଗିରଫ। ବେଶ୍ୟାଳୟ ଚଳାଉଥିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରିଛି। ଚେନ୍ନାଇର ଇଷ୍ଟ୍ କୋଷ୍ଟ୍ ରୋଡରେ ଥିବା ରିସର୍ଟରେ ପୁଲିସ୍ ଚଢ଼ାଉ କରିଥିଲା।ଚଢ଼ାଉ ବେଳେ ଭିନ୍ନ ଭିନ୍ନ ରାଜ୍ୟର କିଛି ମହିଳା ବିଶେଷ କରି ଉତ୍ତର ଭାରତୀୟ ମହିଳାଙ୍କୁ ଉଦ୍ଧାର କରାଯାଇଛି। ସଂଗୀତାଙ୍କୁ ଏହି ମାମଲାରେ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କର ଜଣେ ସହଯୋଗୀ ସତୀଶଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ସେ ଟିଭି ଓ ଫିଲ୍ମରେ […]