Advertisment

ରେଜଲ୍ଟ ବାହାରିବାର କିଛି ଘଣ୍ଟାରେ ଜୀବନ ହାରିଲେ ୭ଛାତ୍ରଛାତ୍ରୀ; ଫେଲ୍ ହୋଇଥିବାରୁ ଚରମ ନିଷ୍ପତ୍ତି !

ଏହି ଘଟଣା ସାମନାକୁ ଆସିବା ପରେ ତେଲେଙ୍ଗାନା ରାଜ୍ୟ ବୋର୍ଡ ପୁନଃ ମୂଲ୍ୟାୟନ ପାଇଁ ଆପ୍ଲିକେସନ ପ୍ରୋସେସ୍ ଆରମ୍ଭ କରିଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ସେମାନେ ଏଥିପାଇଁ ଆବେଦନ କରିପାରିବେ।

author-image
Sonali Ojha
ଅଦ୍ୟତନ ହୋଇଛି
Seven Telangana students die by suicide

Seven Telangana students die

ରେଜଲ୍ଟ ବାହାରିବାର କିଛି ଘଣ୍ଟା ମଧ୍ୟରେ ୭ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା। ଦୁଇଜଣ ଝିଅଙ୍କ ସମେତ ମୋଟ୍ ୭ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାରେ। ତେଲେଙ୍ଗାନା ରାଜ୍ୟ ବୋର୍ଡ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ମଧ୍ୟବର୍ତ୍ତୀ ସାଧାରଣ ପରୀକ୍ଷା ୨୦୨୪ ଫଳାଫଳ ଘୋଷଣା କରିବାର ୪୮ ଘଣ୍ଟା ମଧ୍ୟରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି।

Advertisment

ମହବୁବାବାଦ୍ ପୋଲିସ୍ ଅଧୀକ୍ଷକ କହିଛନ୍ତି ଯେ ପରୀକ୍ଷାରେ ଫେଲ୍ ହୋଇଥିବାରୁ ଦୁଇ ଜଣ ଝିଅ ଆତ୍ମହତ୍ୟା କରିଛନ୍ତି। ଗତ ବୁଧବାର ମଧ୍ୟବର୍ତ୍ତୀ ସାଧାରଣ ପରୀକ୍ଷା ୨୦୨୪ ଫଳାଫଳ ଘୋଷଣା କରାଯାଇଥିଲା। ରେଜଲ୍ଟ ବାହାରିବାର କିଛି ସମୟ ପରେ ଜଣେ ଛାତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମଞ୍ଚେରିଆ ଜିଲ୍ଲାରେ ଜଣେ ୧୬ ବର୍ଷୀୟା ଛାତ୍ର ନିଜ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ୪ଟି ବିଷୟରେ ଫେଲ୍ ହୋଇଥିଲେ। ସେହିପରି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀ ଫାଶୀ ଲଗାଇ ଅଥବା କୂଅ ଓ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ସମସ୍ତଙ୍କର ବୟସ ୧୬ରୁ ୧୭ବର୍ଷ ମଧ୍ୟରେ ହେବ। ସମସ୍ତ ମୃତକ ତନ୍ଦୁର, ରାଜେନ୍ଦ୍ରନଗର, ମହବୁବାବାଦ୍, ଖାମମ୍ ଓ କୋଲୁର୍ ଅଂଚଳର ବୋଲି ପୋଲିସ ସୂଚନା ଦେଇଛି।

Advertisment

ଅଧିକ ପଢ଼ନ୍ତୁ: ଆସିଲା ଅଧିକ ଇଲେକ୍ଟ୍ରିକ୍ ବିଲ୍; ରାଗରେ ମହିଳା ଟେକ୍ନିସିଆନଙ୍କୁ ହାଣିଦେଲେ

ଚଳିତବର୍ଷ ୯.୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟବର୍ତ୍ତୀ ସାଧାରଣ ପରୀକ୍ଷା ଦେଇଥିଲେ। ପ୍ରାୟ ୬୧.୦୬% ଛାତ୍ର (୨.୮୭ ଲକ୍ଷ) ଏକାଦଶ ଓ ୬୯.୪୬% ଛାତ୍ର (୩.୨୨ ଲକ୍ଷ) ଦ୍ୱାଦଶ ଶ୍ରେଣୀରେ ପାସ୍ କରିଛନ୍ତି। ୨୦୧୯ରେ ମଧ୍ୟବର୍ତ୍ତୀ ସାଧାରଣ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ତେଲେଙ୍ଗାନାରେ ୨୨ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ।

ଏହି ଘଟଣା ସାମନାକୁ ଆସିବା ପରେ ତେଲେଙ୍ଗାନା ରାଜ୍ୟ ବୋର୍ଡ ପୁନଃ ମୂଲ୍ୟାୟନ ପାଇଁ ଆପ୍ଲିକେସନ ପ୍ରୋସେସ୍ ଆରମ୍ଭ କରିଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ସେମାନେ ଏଥିପାଇଁ ଆବେଦନ କରିପାରିବେ। ଅଫିସିଆଲ୍ ୱେବସାଇଟ୍ tsbie.cgg.gov.inରେ ସେମାନେ ଆବେଦନ କରିପାରିବେ। 

ଦେଶରେ ଛାତ୍ର ଆତ୍ମହତ୍ୟାର ୫ପ୍ରତିଶତ ତେଲେଙ୍ଗାନାର। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ୨୦୨୨ ମସିହାରେ ୨୮ଟି ରାଜ୍ୟ ମଧ୍ୟରେ ଏକାଦଶ ସ୍ଥାନରେ ଥିଲା ତେଲେଙ୍ଗାନା। ସର୍ବାଧିକ ଛାତ୍ର ଆତ୍ମହତ୍ୟା କରିଥିବା ରାଜ୍ୟଗୁଡିକ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ କ୍ରମାନ୍ୱୟରେ ଥିଲା।

Student Suicide
Advertisment
Advertisment