ବ୍ରହ୍ମପୁର: ବୁଗୁଡ଼ା ଟ୍ରେଜେରୀ ଅଫିସ୍ ହତାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘରୁ ଡାକି ଅାଣି ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ଜଣେ ସାଙ୍ଗ ମିଶି ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଅାସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ। ଅାଜି ବୁଗୁଡ଼ା ମୁଖ୍ୟ ବଜାରରେ ଯୁବତୀ ଅଚେତ ହୋଇପଡ଼ିଥିଲେ। ତେବେ ସଂକଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ପୀଡ଼ିତା କହିଥିଲେ। ଟ୍ରେଜେରୀ ଅଫିସ୍ ହତାରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଅାଇଏସ୍ ଅାତଙ୍କବାଦୀ। ଅାତଙ୍କବାଦୀ ସଂଗଠନ ଅାଇଏସ୍ର ଦୁଇଜଣ ସନ୍ଦିଗ୍ଧ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅାତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ସୋପିଅାନ୍ ଜିଳ୍ଲାର। ଏହି ଅାତଙ୍କବାଦୀମାନଙ୍କର ଇସଲାମିକ୍ ଷ୍ଟେଟ ସଂଗଠନ ସହ ଲିଙ୍କ୍ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଲାଲକିଲ୍ଲା ନିକଟରୁ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ, ୧୦ଟି କାଟ୍ରିଜ୍ ଓ ୪ଟି ମୋବାଇଲ୍ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଏମ୍ଟେକ୍ ପଢୁଥିବା ବେଳେ […]
ଓଭାଲ୍: ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ୍ ସିରିଜ୍କୁ ୩-୧ରେ ଇଂଲଣ୍ଡ ଜିତିସାରିଛି। ସିରିଜ୍କୁ ହାତଛଡ଼ା କରିଥିବା ଟିମ୍ ଇଣ୍ଡିଆ ଆଜି ସମ୍ମାନ ରକ୍ଷା ପାଇଁ ଓଭାଲ୍ ପଡ଼ିଆକୁ ଓହ୍ଲାଇଛି। ବ୍ୟାଟସ୍ମ୍ୟାନ୍ଙ୍କୁ ସୁହାଉଥିବା ଓଭାଲ୍ ଗ୍ରାଉଣ୍ଡରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି। ଶେଷ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଦୁଇଟି ପରିବର୍ତ୍ତନ କରିଛି। ଆହତ ରବିଚନ୍ଦ୍ରନ୍ ଅଶ୍ୱିନ୍ଙ୍କ ସ୍ଥାନରେ ନବାଗତ ହନୁମା ବିହାରୀଙ୍କୁ ସୁଯୋଗ ଦିଆଯାଇଛି। ଆଜି ହନୁମା ଭାରତ […]
ମୁମ୍ବାଇ: ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଅାର ନୂଅା ଜର୍ସି ଉନ୍ମୋଚିତ ହୋଇଛି। ମୁମ୍ବାଇରେ ଅାୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଟିମ ଇଣ୍ଡିଅାର ଖେଳାଳିମାନେ ନୂଅା ଜର୍ସି ପିନ୍ଧିଛନ୍ତି। ଉନ୍ମୋଚନ ଉତ୍ସବରେ ଟିମ ଇଣ୍ଡିଅାର କ୍ୟାପଟେନ ପି.ଅାର. ଶ୍ରୀଜେଶଙ୍କ ସହ ଅନ୍ୟ ଖେଳାଳିମାନେ ଉପସ୍ଥିତ ଥିଲେ। ପୂର୍ବତନ ଅଧିନାୟକମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦିଲୀପ ତିର୍କୀ, ଅଜିତ ପାଲ ସିଂ, ଧନରାଜ ପିଲ୍ଲେ, ସର୍ଦ୍ଦାର ସିଂ, ଅଶୋକ କୁମାରଙ୍କ ପରି ହକି […]
ଡେରାଡୁନ୍: ଉତ୍ତରାଖଣ୍ଡ ଅଲ୍ମୋରା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟି ତଳକୁ ବସ୍ ଖସି ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ଜଣ ଆହତ ହୋଇଛନ୍ତି। ଭାତ୍ରୋଜ୍ଖାନ-ଭିକିୟାସନ୍ ରାସ୍ତାରେ ଯାଉଥିବା ସମୟରେ ମୋହର୍ନି ନିକଟରେ ବସ୍ଟି ୫୦ଫୁଟ୍ ତଳକୁ ଖସି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ବସ୍ରେ ୩୦ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।
-ଓମ୍ପ୍ରକାଶ ସାହୁ ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମଂ ତପ ପିତରି ପ୍ରିତିମା ପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ସଂସ୍କୃତରେ କୁହାଯାଏ ପିତା ହେଉଛନ୍ତି ସ୍ୱର୍ଗ, ସେ ହେଉଛନ୍ତି ଧର୍ମ। ସେ ସବୁ ଦେବଦେବୀଙ୍କ ଠାରୁ ଊର୍ଦ୍ଧ୍ୱରେ। ବାପା ହେଉଛନ୍ତି ଦୟାସାଗର। ଉପରେ ଉପରେ ଯେତେ ଗାଳିଗୁଲଜ କରୁଥିଲେ ମଧ୍ୟ ବାପାଙ୍କ ହୃଦୟର ସ୍ନେହ ଓ ଭଲ ପାଇବାକୁ ମାପିବାକୁ କିଛି ମାପକାଠି ନାହିଁ। ତାଙ୍କର ବିକଳ୍ପ କେହି ବି ହୋଇପାରିବେ ନାହିଁ। ପିଲାମାନେ ବଡ଼ […]
ନୂଆଦିଲ୍ଲୀ: ତେଲ ଦରକୁ ବିରୋଧ କରି ଆସନ୍ତା ୧୦ ତାରିଖ ଦିନ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ଗତକାଲି ଦଳର ନେତାମାନେ ଏକ ସାମ୍ବାଦିକ ସମ୍ବିଳନୀରେ ଏହା ଘୋଷଣା କରିଛନ୍ତି। ଆନ୍ଦୋଳନରେ ସାମିଲ ହେବାପାଇଁ ଅନ୍ୟ ଦଳ ଓ ବିଭିନ୍ନ ସଂଗଠନକୁ ମଧ୍ୟ ଆହ୍ୱାନ କରାଯାଇଛି। ଏହି ଆନ୍ଦୋଳନ ଦିନ ୯ଟାରୁ ଅପରାହ୍ନ ୨ଟା ୩୦ ରୁ ୩ଟା ମଧ୍ୟରେ ହେବ। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷର […]
ଭୁବନେଶ୍ୱର : ବର୍ଷା ଦୃଷ୍ଟିରୁ ଆସନ୍ତାକାଲି ଭୁବନେଶ୍ୱରର ସବୁ ସ୍କୁଲ ଛୁଟି ରହିବ। ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଅନ୍ୟ ଜିଲ୍ଲାରେ ପାଣିପାଗର ପରିସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ପାଣିପାଗ ବିଭାଗ କହୁଛି ରାଜ୍ୟରେ ବର୍ଷା ଅାହୁରି ୨୪ ଘଣ୍ଟା ଲାଗି ରହିବ। ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନର ରୂପ ନେଇଛି। ୨୪ ଘଣ୍ଟାରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି […]
ଭୁବନେଶ୍ୱର : ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ବିଧାନସଭାରେ ପାରିତ ହେଲା ସଂକଳ୍ପ। ସଂକଳ୍ପ ସପକ୍ଷରେ ୧୦୪ ବିଧାୟକ ଭୋଟ ଦେଇଥିବା ବେଳେ ବିପକ୍ଷରେ ଜଣେ ହେଲେ ବି ସଦସ୍ୟ ଭୋଟ୍ ଦେଇ ନଥିଲେ। ଅାଲୋଚନାରେ ଭାଗ ନେଇଥିବା ୧୪ ସଦସ୍ୟଙ୍କ ମଧ୍ୟରୁ ୮ ଜଣ ସଂକଳ୍ପ ସପକ୍ଷରେ ଯୁକ୍ତି ରଖିଥିଲେ। ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ୬ ଜଣ ସଦସ୍ୟ ପ୍ରସ୍ତାବ ବିପକ୍ଷରେ ମତ ରଖିଥିଲେ। ତେବେ ସଂକଳ୍ପ ପାରିତ ହେବା ପରେ […]
ନୂଆଦିଲ୍ଲୀ: ତିନି ବର୍ଷର ଝିଅକୁ ପ୍ରି-ସ୍କୁଲ୍ରେ ଯୌନ ନିର୍ଯାତନା। ଘଟଣାଟି ଆଦୌ ବିଶ୍ୱାସଯୋଗ୍ୟ ହୋଇନଥିଲେ ମଧ୍ୟ ଏମିତି ଏକ ଅଭିଯୋଗ ଆସିଛି ରାଜଧାନୀ ନୂଆଦିଲ୍ଲୀର ମୁଖାର୍ଜୀନଗର ଅଞ୍ଚଳରୁ। କୁନି ଝିଅର ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ନର୍ଥୱେଷ୍ଟ ଡେପୁଟି କମିଶନର ଅସଲାମ୍ ଖାନ୍ କହିଛନ୍ତି ଏହି ଘଟଣାକୁ ଆମେ ଅତି ଗୁରୁତର ସହ ନେଇଛୁ। ଏଥିରେ ସ୍କୁଲ୍ର କେହି କର୍ମଚାରୀଙ୍କ ସଂପୃକ୍ତି ଥିବା […]
ଥିରୁବନନ୍ତପୁରମ୍: କେରଳର ସମୁଦ୍ର ତଟରୁ ମତ୍ସ୍ୟଜୀବୀମାନେ ଏକ ନିର୍ଦ୍ଦିଷ୍ଟ ବିଲୁପ୍ତପ୍ରାୟ ପ୍ରଜାତିର ସାର୍କ ଧରିଛନ୍ତି। ଗତ ଶୁକ୍ରବାର ଦିନ ଥିରୁବନନ୍ତପୁରମର ସଙ୍ଗୁମୁଗମ ବିଚ ନିକଟରେ ଏହି ବିରଳ ପ୍ରଜାତିର ସାର୍କ ଧରାପଡ଼ିଥିଲା। ପାଣିପାଗ ବିଭାଗର ପରାମର୍ଶ ଅନୁସାରେ ମତ୍ସ୍ୟଜୀବୀମାନେ ଝଡ଼ର ଭୟାବହତାକୁ ଲକ୍ଷ୍ୟକରି ସମୁଦ୍ରକୁ ନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସେମାନେ ସମୁଦ୍ର କୂଳରେ ମାଛ ଧରୁଥିଲେ। ଯେତେବେଳେ ସେମାନେ ଜାଲ ଫିଙ୍ଗି ଜାଲକୁ ଟାଣିଲେ, ସେତେବେଳେ ଏକ ସାର୍କ ଫସି ରହିଥିବାର ଦେଖିଥିଲେ। […]
୩୦ ବର୍ଷ ବୟସ ହୋଇଗଲା ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର ସାମ୍ନା କରିବାକୁ ପଡ଼ିଥାଏ। ମହିଳାମାନେ ଶାରୀରିକ ଦୁର୍ବଳତା ଅନୁଭବ କରିବା ସହ ଆହୁରି ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଜାଣନ୍ତୁ ମହିଳାମାନଙ୍କୁ କେଉଁ କେଉଁ ରୋଗ ହେବାର ସମ୍ଭାବନା ଥାଏ। ସ୍ତନ କର୍କଟ- ମହିଳା ମାନଙ୍କର ସବୁ ବୟସରେ ସ୍ତନ କର୍କଟ ହେବାର ସମ୍ଭାବନା ଥାଏ। କିନ୍ତୁ ୩୦ […]
ସାଧାରଣତଃ ଯଦି କୁହାଯାଏ ପରିବାରରେ କେଉଁ କାରଣକୁ ନେଇ ଅଧିକ ଝଗଡ଼ା ହୁଏ, ତେବେ ଏହାର ଉତ୍ତର ସମ୍ପତ୍ତି ବିବାଦ ହିଁ ହେବ। କୌଣସି ବ୍ୟକ୍ତି ଏକ ଇଞ୍ଚ ଜମି ବା ଗୋଟିଏ ଟଙ୍କା କାହାକୁ ଦେବାକୁ ଚାହାଁନ୍ତି ନାହିଁ। କିନ୍ତୁ ଜର୍ମାନୀରେ ଜଣେ ମହିଳା ପଡ଼ୋଶୀଙ୍କ ନାମରେ ୫୫ କୋଟି ମୂଲ୍ୟର ସମ୍ପତ୍ତି କରି ଦେଇଛନ୍ତି। ବର୍ତ୍ତମାନ ଆପଣ ଭାବିବେ ଯେ ଖାସ୍ ମୁଁ ସେ ମହିଳାଙ୍କ ପଡ଼ୋଶୀ ହୋଇଥାନ୍ତି କି! ମୋ ନାମରେ ମଧ୍ୟ […]
କେନ୍ଦୁଝର : ବଢିଲା ରସିକିଅା ଜେଲର ଚିନ୍ମୟ ପାତ୍ରଙ୍କ ଅଡୁଅା। କେନ୍ଦୁଝର ବଡବିଲ ଥାନାରେ ରୁଜୁ ହେଲା ମାମଲା। ଅଭିଯୁକ୍ତଙ୍କୁ ଗିରଫ ସହ କାର୍ଯ୍ୟରୁ ସସ୍ପେଣ୍ଡ କରିବାକୁ ଅଭିଯୋଗକାରିଣୀ ଦାବି କରିଛନ୍ତି। ସେପଟେ ଜେଲରଙ୍କ ଅାଉ କିଛି ଅଶ୍ଲୀଳ ଫଟୋ ସୋଶାଲ୍ ମିଡିଅାରେ ଭାଇରାଲ୍ ହୋଇଛି। ରଙ୍ଗ୍ ନମ୍ବରରୁ କଲ, ପରେ ପ୍ରେମ ନିବେଦନ ଅାଉ ଚାକିରୀର ମିଥ୍ୟା ପ୍ରଲୋଭନ ଦେଖାଇ ବିବାହିତ ଜେଲର ଚିନ୍ମୟ ପାତ୍ର ମହିଳାଙ୍କ ସହ ରଖିଥିଲେ ଶାରୀରିକ ସଂପର୍କ। ତେବେ ଏକାଧିକ […]
ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍ ସୁଗାର ବା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଯଦି ଆପଣ ଏହାର ସଠିକ ଉପଯୋଗ କରିବେ ତାହାଲେ ଆପଣଙ୍କୁ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ିବନାହିଁ। […]