• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

biek
ଟ୍ରକ୍‌ ଚକ ମଝିରେ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଟିକେ ଅସବଧାନତା ଯୋଗୁ ଅନେକଙ୍କ ଜୀବନ ଚାଲିଯାଉଥିବାର ଘଟଣା ଦେଖିବାକୁ ମିଳୁଛି। ତେବେ ଏହାର ପ୍ରମୁଖ କାରଣ ହେଉଛି ବେପରୁଆ ଗାଡ଼ି ଚାଳନା। ତେବେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ସେମିତି ଏକ ଅବିଶ୍ୱସନୀୟ ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଘଟଣାଟି ଘଟିଛି ଚାଇନାର ଏକ ସହରରେ। ଭିଡିଓରେ ଦେଖାଯାଉଛି ଜଣେ ମହିଳା ସ୍କୁଟି […]

naveen-up
ଦିଲ୍ଲୀରେ ଉଦ୍ୟୋଗପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅାହ୍ୱାନ

ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍। ଏଥିରେ ଯୋଗ ଦେଇ ଓଡ଼ିଶାରେ ପୁଂଜି ନିବେଶ କରିବାକୁ ଉଦ୍ୟୋଗପତିଙ୍କୁ ଅାହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁଂଜି ବିନିଯୋଗର ବହୁତ ସୁଯୋଗ ଅଛି। ପୂର୍ବ ଭାରତରେ ଏହା ମାନୁଫ୍ୟାକଚରିଂ ହବ୍ ଭାବେ ଧୀରେ ଧୀରେ ଉଭା ହେଉଛି। ବିଜ୍‌ନେସ୍ ବୃଦ୍ଧି ପାଇଁ ସବୁ ପ୍ରକାର ସୁଯୋଗ […]

Indonedsia-960x540
ସୁନାମୀରେ ୮୦୦ ଟପିଲା ମୃତ୍ୟୁସଂଖ୍ୟା

ଜାକର୍ତ୍ତା: ଇଣ୍ଡୋନେସିଆରେ ଆସିଥିବା ସୁନାମୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ପ୍ରାୟ ୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। କିଛି ଲୋକ ଏବେବି ଭଗ୍ନାବଶେଷ ତଳେ ଚାପି ରହିଥିବା ବେଳେ ଆହୁରି ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବଡ଼ ବଡ଼ ବିଲ୍‌ଡିଂ ଭାଙ୍ଗିପଡ଼ିବା ସହ ଲୋକେ ବେସାହାରା ହୋଇ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଇଣ୍ଡୋନେସିଆର ପାଲୁ […]

42230611_10155777108581966_8289789766115786752_o
ହାତରେ ଲେଖିଥିଲେ ବାୟୋଡାଟା, ଛୁଟିଲା ଚାକିରିର ଲମ୍ବା ସୁଅ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି। ଆଉ ଏହିସବୁ ଘଟଣାଗୁଡ଼ିକ ଭାଇରାଲ୍‌ ହେବା ପରେ ଖୁବ୍‌ ଚର୍ଚ୍ଚା ମଧ୍ୟ ସାଉଁଟୁଛି। କିଛିଦିନ ହେବ ସୋଶାଲ୍ ମିଡିଆରେ ଏମିତି ଏକ ହାତଲେଖା ବାୟୋଡ଼ାଟା ବା ରିଜ୍ୟୁମେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ଆପଣ ଭାବୁଥିବେ ପ୍ରିଣ୍ଟ୍ଆଉଟ୍‌ ଯୁଗରେ ଏହି ହାତଲେଖା ବାୟୋଡାଟାଟି କାହିଁକି ଭାଇରାଲ୍‌ ହେଉଛି ? ପ୍ରକୃତ କଥା ହେଲା […]

Indonesia-tsunami
ପ୍ରଳୟଙ୍କରୀ ସୁନାମୀରେ ଧ୍ୱଂସବିଧ୍ୱସ୍ତ ଇଣ୍ଡୋନେସିଆ

ପ୍ରଳୟଙ୍କରୀ ସୁନାମୀରେ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ଇଣ୍ଡୋନେସିଆ। ଭଗ୍ନସ୍ତୁପରେ ପରିଣତ ହୋଇଛି ସୁଲାୱେସି ଦ୍ୱୀପର ପାଲୁ ସହର। ଭୂକମ୍ପ ପରେ ଆସିଥିବା ସୁନାମୀରେ ସବୁ କିଛି ଛାରଖାର ହୋଇଯାଇଛି। ପାଲୁ ସହର ନିକଟ ବେଳାଭୂମି ଅଞ୍ଚଳକୁ ଯେମିତି ନିଜ ଜିଭରେ ଚାଟି ନେଇଛି ସମୁଦ୍ର। ଭୂକମ୍ପ ଓ ସୁନାମୀରେ ପାଖାପାଖି ୪୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଅପରାହ୍ନରେ ହଠାତ୍ ମାଡ଼ି ଆସିଥିଲା ୧୦ ଫୁଟ୍ ଉଚ୍ଚତାରେ ଜୁଆର। କେହି କିଛି ଭାବିବା ପୂର୍ବରୁ ସବୁ କିଛି ହୋଇ […]

yami
ପରଦାରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର କାହାଣୀ, ରିଲିଜ୍‌ ହେଲା ଟିଜର୍

ପରଦାରେ ଆସିବ ସର୍ଜିକାଲ୍ ଷ୍ଟ୍ରାଇକ୍‌ର କାହାଣୀ। ଭାରତୀୟ ଯବାନଙ୍କ ଏହି ବୀରତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘ଉରି’। ଏହାର ଟିଜର୍ ମଧ୍ୟ ରିଲିଜ୍‌ ହୋଇସାରିଛି। ଭାରତୀୟ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନର ପୂରା କାହାଣୀକୁ ଅତି ନିଖୁଣ ଭାବେ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ‘ଉରି’ର ଟିଜର୍ ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାଶ୍ମୀରସ୍ଥିତ ‘ଉରି’ ବେସ୍‌ କ୍ୟାମ୍ପ […]

earthquake
ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଉତ୍ତର-ପୂର୍ବ ଭାରତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତ ଓ ପଶ୍ଚିମବଙ୍ଗରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲେ ମଧ୍ୟ ଏହା ଆସାମ ବୋଲି ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା। ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା। ତାହା ଏତେ ଭୟଙ୍କର ଥିଲା ଯେ ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ବିହାର, ଆସାମ, ନାଗାଲାଣ୍ଡରେ ମଧ୍ୟ ଏହି ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି। ଏହା […]

kapil
ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି କପିଲ୍‌ ଶର୍ମା

ମୁମ୍ବାଇ: ଅନେକ ଦିନରୁ ନଜର ଆସୁନଥିବା କମେଡି କିଙ୍ଗ୍‌ କପିଲ୍‌ ଶର୍ମା ପୁଣିଥରେ ଫେରୁଛନ୍ତି। କିନ୍ତୁ କୌଣସି ଟିଭି ଶୋ’ କାର୍ଯ୍ୟକ୍ରମରେ ନୁହେଁ। ଯଦିଓ ସୁସ୍ଥ ହେବା ପରେ କପିଲ୍‌ ତାଙ୍କର ନୂଆ ଶୋ’ ‘ଫ୍ୟାମିଲି ଟାଇମ୍‌ ୱିଥ୍‌ କପିଲ ଶର୍ମା’କୁ ଫେରିଥିଲେ, ତଥାପି ତାଙ୍କର କଷ୍ଟ କମ୍‌ ହୋଇପାରିନଥିଲା। କାହିଁକି ନା ଏହି ଶୋ’ ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା। ଏହା ପରେ କପିଲ୍‌ କିଛି ଦିନ ପାଇଁ ଗାଏବ୍‌ ହୋଇଯାଥିଲେ। ତାଙ୍କୁ ଆଉ କୌଣସି […]

encounter
ସୀମାରେ ଅନୁପ୍ରବେଶ ବେଳେ ୫ ଆତଙ୍କବାଦୀ ମୃତ, ଜଣେ ଯବାନ ସହିଦ

ଶ୍ରୀନଗର: ଏଲ୍ଓସିରେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ ହୋଇଛି। ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଏହି ଉଦ୍ୟମକୁ ଭାରତୀୟ ଯବାନ ବିଫଳ କରିଛନ୍ତି। ଗତକାଲି ରାତିରେ କିଛି ଆତଙ୍କବାଦୀ ପଡ଼ୋଶୀ ପାକିସ୍ତାନ ପଟୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଏ ନେଇ ସେନା ପକ୍ଷରୁ ଚେତାବନୀ ଦିଆଯାଇଥିଲା। ହେଲେ ଅନୁପ୍ରବେଶ ଉଦ୍ୟମ ବାରମ୍ବାର ହେବା ପରେ ଗୁଳି ଚଲାଇବାକୁ ବାଧ୍ୟ ହୋଇଥିଲା ସେନା। ଯେଉଁଥିରେ ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଯବାନ ସହିଦ […]

abhilash-tomy
ମୃତ୍ୟୁ ସହ ତିନିଦିନ, ଜୀବନ ପାଇ ଫେରିଲେ ନୌସେନା କମାଣ୍ଡର୍‌

ନୂଆଦିଲ୍ଲୀ: ତିନିଦିନ ପରେ ଉଦ୍ଧାର ହେଲେ ନୌସେନା କମାଣ୍ଡର୍‌ ଅଭିଳାଶ ଟୋମି। ଅଷ୍ଟ୍ରେଲିୟନ୍ ରେସ୍‌କ୍ୟୁ ଟିମ୍ ସାହାଯ୍ୟରେ ଦୀର୍ଘ ଦିନର ରେସ୍‌କ୍ୟୁ ଅପରେସନ୍ ପରେ ଆଜି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ନୌସେନା। ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଛି। ତେଣୁ ତାଙ୍କ ଚିକିତ୍ସା କରାଯାଉଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛିା ଗତକାଲି ତାଙ୍କୁ ଠାବ କରାଯାଇଥିଲା। ସେନା ପକ୍ଷରୁ ଦୁଇଟି ଯୁଦ୍ଧ ଜାହାଜ ସହ ଚପର ଓ ଏୟାର୍‌କ୍ରାଫ୍ଟ ଏହି ଅପରେସନ୍‌ରେ ନିୟୋଜିତ […]

df
ସ୍ୱାଧୀନତାର ୭୨ ବର୍ଷ ପରେ ସିକିମ୍‌ରେ ଆରମ୍ଭ ହେଲା ବିମାନ ସେବା

ଗ୍ୟାଙ୍ଗଟକ୍: ଶେଷରେ ପୁରଣ ହୋଇଛି ସିକିମ ବାସୀଙ୍କ ସ୍ୱପ୍ନ। ସ୍ୱାଧିନତାର ୭୨ବର୍ଷ ପରେ ସିକିମ୍‌କୁ ବିମାନ ସେବା ଆରମ୍ଭ ହୋଇଛି। ଶିଳାନ୍ୟାସର ଦିର୍ଘ ୯ବର୍ଷ ପରେ ସିକିମର ପାକ୍ୟୋଙ୍ଗରେ ବିମାନବିନ୍ଦର ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭଉଦ୍‌ଘାଟନ କରିଛନ୍ତି। ସିକିମରେ ବିମାନବନ୍ଦର ହେବା ପରେ ରାଜ୍ୟକୁ ଗମାନଗମନର ସୁବିଧା ପର୍ଯ୍ୟାପ୍ତ ହେବା ସହ ପର୍ଯ୍ୟଟନ ସ୍ଥଳି ଗୁଡ଼କର ମଧ୍ୟ ଉନ୍ନତି ହେବ ବୋଲି ପ୍ରଧାନମନ୍ତ୍ରୀ ଉଦ୍‌ଘାଟନୀ ଉତ୍ସବରେ କହିଛନ୍ତି। ଏହାସହ ବର୍ତ୍ତମାନ ଦେଶର […]

index
ରାଫେଲ୍‌ ଡିଲ୍‌ ବିବାଦ: ସିଭିସିଙ୍କୁ ଭେଟିଲା କଂଗ୍ରେସ୍‌

ନୂଆଦିଲ୍ଲୀ: ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌କୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି।  ଆଜିବି ଉଭୟ କଂଗ୍ରେସ୍‌ ଓ ବିଜେପି ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଫେଲ୍ ଡିଲ୍‌ରେ ଘୋଟାଲା ହୋଇଥିବା ଅଭିଯୋଗରେ ଆଜି କଂଗ୍ରେସ୍‌ର ବରିଷ୍ଠ ନେତାମାନେ ସିଭିସି ବା ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନରଙ୍କୁ ଭେଟିଛନ୍ତି। ରାଫେଲ୍ ଡିଲ୍ ନେଇ ହୋଇଥିବା ସମସ୍ତ ଫାଇଲକୁ ଜବତ କରିବା ସହ ଏକ ମାମଲା ରୁଜୁ କରିବାକୁ ଦଳ ଦାବି କରିଛି। ସେପ୍ଟେମ୍ବେର୍‌ ୨୧ରେ ରାଫେଲ୍‌ର […]

whatsapp-up
ହ୍ୱାଟ୍‌ସଆପ୍‌ ବ୍ୟବହାର କରିବାରୁ ଯୁବତୀଙ୍କ ଭାଙ୍ଗିଲା ବାହାଘର

ଲକ୍ଷ୍ନୌ: ସୋଶାଲ୍‌ ମିଡିଆର ବ୍ୟବହାର ଫଳରେ ଯୁବପିଢ଼ୀମାନେ ବିଭିନ୍ନ ସୁବିଧା ସୁଯୋଗ ହାତ ପାହନ୍ତାରେ ପାଇପାରୁଛନ୍ତି। ହେଲେ ଏହି ସୋଶାଲ ମିଡ଼ିଆ ବ୍ୟବହାର ଦ୍ୱାରା ହିଁ ସେମାନଙ୍କ ଉପରେ ବହୁ କୁପ୍ରଭାବ ପଡ଼ିଥାଏ ବୋଲି ଅଭିଭାବକମାନେ ଅନେକ ସମୟରେ ଚିନ୍ତିତ ଥାନ୍ତି। ଏହାର ବ୍ୟବହାରକୁ ବି କିଛି ବାପା ମାଆ ନାପସନ୍ଦ କରିଥାନ୍ତି। ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରେ। ସୋଶାଲ ମିଡ଼ିଆ ବ୍ୟବହାର ଯୋଗୁ ପୁଅ ପାଇଁ ଠିକ୍‌ ହୋଇଥିବା ବାହାଘର ଭାଙ୍ଗିଦେଇଛନ୍ତି ଏକ […]

mehul
ମୁହଁ ଖୋଲିଲେ ପଳାତକ ବ୍ୟବସାୟୀ ମେହୁଲ ଚୋକସୀ

ନୂଆଦିଲ୍ଲୀ : ଦୀର୍ଘ ଦିନର ଲୁଚକାଳି ପରେ ସାମ୍ନାକୁ ଅାସିଛନ୍ତି ପଳାତକ ବ୍ୟବସାୟୀ ମେହୁଲ ଚୋକସୀ । ପିଏନ୍‌ବି ମହାଠକେଇରେ ସଂପୃକ୍ତି ଅଭିଯୋଗ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମେହୁଲ। ସେ ଅାଶ୍ରୟ ନେଇଥିବା ଅାଣ୍ଟିଗୁଅାରୁ ଏକ ଭିଡିଓ ଜାରି କରିଛନ୍ତି । ନ୍ୟୁଜ୍‌ ଏଜେନ୍ସୀ ANIକୁ ଦେଇଥିବା ଏହି ଭିଡିଓରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି । ବିନା […]