• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

school3
କେତେ ଅାଦର୍ଶ, ନୂଅାପଡା କେଶରାଜପୁର ଅାଦର୍ଶ ବିଦ୍ୟାଳୟ ?

ନୂଅାପଡ଼ା : ବ୍ଲକ୍ ସ୍ତରରେ ଅାରମ୍ଭ ହେବ ଅାଦର୍ଶ ବିଦ୍ୟାଳୟ। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ମିଳିବ ଉନ୍ନତ ଶିକ୍ଷା। ଏପରିକି ପିଲାଙ୍କୁ ଦିଅାଯିବ ଅାବାସିକ ବ୍ୟବସ୍ଥା। କିନ୍ତୁ ସରକାରଙ୍କର ଏହି ସ୍ୱପ୍ନ ଓ ବାସ୍ତବତା ଭିତରେ ଏବେ ଦେଖାଦେଇଛି ଢେର୍ ଦୂରତା। ଏହାର ଏକ ଉଦାହରଣ ନୂଅାପଡ଼ା ଜିଲ୍ଲା ବେଡେନ୍ ବ୍ଲକ୍ କେଶରାଜପୁରରେ ଥିବା ଅାଦର୍ଶ ବିଦ୍ୟାଳୟ । ବ୍ଲକ୍‌ର ଅନୁସୂଚିତ ଜାତି, ଜନଜାତିର ମେଧାବୀ ପିଲାଙ୍କୁ ସିବିଏସ୍‌ଇ ପ୍ୟାଟର୍ଣ୍ଣରେ ପାଠ ପଢା ସହ […]

shaa
ଏନ୍‌କାଉଣ୍ଟର୍‌ରେ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏନ୍‌କାଉଣ୍ଟର୍‌ ହୋଇଛି। ଆଜି ସକାଳୁ ତ୍ରାଲ୍ ଅଂଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ହଠାତ୍‌ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଗୁଳିମାଡ଼ କରିଥିଲେ। ଏହାପରେ ସେନା ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ମୃତ ଆତଙ୍କବାଦୀ ‘ଜୈସ୍‌ ଇ ମହମ୍ମଦ’ ଆତଙ୍କବଦୀ ସଂଗଠନର ବୋଲି ଜଣା ପଡ଼ିଛି। ପୂର୍ବରୁ ସୁରକ୍ଷା କର୍ମୀମାନେ […]

ଗର୍ଭବତୀଙ୍କୁ ମାରି ଗହଣା ଲୁଟିଲେ, ସୁଟ୍‌କେଶ୍‌ରେ ଶବ ଭର୍ତ୍ତି କରି ଅନ୍ୟ ସହର ପଳାଇଲେ

ନୋଇଡ଼ା: ଲୋଭ କେତେ ମାରାତ୍ମକ ହୋଇପାରେ। ସୁନାଗହଣା ଲୋଭରେ ଜଣେ ଗର୍ଭବତୀ ମହିଳାଙ୍କୁ ମାରିଦେଲେ ପଡ଼ୋଶୀ ଦମ୍ପତି। କେବଳ ସେତିକି ନୁହେଁ ତାଙ୍କୁ ମାରିବା ପରେ ମୃତଦେହକୁ  ସୁଟ୍‌କେଶ୍‌ରେ ଭର୍ତ୍ତି କରି ଗାଜିଆବାଦ ନେଇ ଫିଙ୍ଗି ଦେଲେ। ଏମିତି ଘଟଣା ଘଟିଛି ଗୌତମବୁଦ୍ଧ ନଗରରେ। ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ମୃତ ମହିଳା ହେଉଛନ୍ତି ମାଲା। ଘଟଣାଟି ଏମିତି। ଗୌତମବୁଦ୍ଧ ନଗରର ଏକ ବିଲ୍ଡିଂରେ ଭଡ଼ା ନେଇ ରହୁଥିଲେ ମାଲା ଓ […]

anganwadi-up
ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି

ନୂଆଦିଲ୍ଲୀ : ଅଙ୍ଗନବାଡ଼ି କର୍ମୀଙ୍କ ପାରିତୋଷିକ ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏଣିକି ୩ ହଜାର ଟଙ୍କା ପାଉଥିବା କର୍ମୀ ପାଇବେ ୪୫୦୦ ଟଙ୍କା ପାରିତୋଷିକ। ୨୨ଶହ ଟଙ୍କା ପାଉଥିବା କର୍ମୀ ଏଣିକି ୩୫୦୦ ଟଙ୍କା ପାଇବେ। ଅଙ୍ଗନବାଡ଼ି ହେଲପରମାନଙ୍କ ଦରମା ମଧ୍ୟ ବୃଦ୍ଧି ହୋଇଛି। ହେଲପରମାନେ ୧୫ଶହ ପାଉଥିଲେ, ଏଣିକି ୨୨୫୦ ପାଇବେ ବୋଲି ଘୋଷଣା ହୋଇଛି। ଅାଶା କର୍ମୀଙ୍କ ପାରିତୋଷିକ ବି ୨ ଗୁଣା ହେବ […]

bus accident
ଘାଟି ତଳକୁ ଖସିଲା ବସ୍‌; ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ମୃତ

ହାଇଦ୍ରାବାଦ: ତେଲେଙ୍ଗାନା ଜାଗତିୟାଲ୍‌ରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ସରକାରୀ ବସ୍‌ ଘାଟି ତଳକୁ ଖସି ପଡ଼ିବା ଫଳରେ ୬ଜଣ ଶିଶୁଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ବସ୍‌ରେ ୭୦ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ବସ୍‌ଟି କୋଣ୍ଡାଗାଟ୍ଟୁରୁ ଜାଗ୍‌ତିୟାଲ ଅଭିମୁଖେ […]

lalu yadav
ମାନସିକ ଚାପରେ ଲାଲୁ

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଡିପ୍ରେସନ୍‌ରେ ଅଛନ୍ତି। ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ (ରିମ୍ସ) ର ନିର୍ଦ୍ଦେଶକ ଆର୍‌ କେ ଶ୍ରୀବାସ୍ତବ ସୋମବାର ଦିନ ଏହା କହିଛନ୍ତି। ସେ ଡିପ୍ରେସନ୍‌ ବା ମାନସିକ ଚାପରେ ଥିବା କଥା ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ମେଡିକାଲ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି। ଜଣେ ମନସ୍ତତ୍ୱବିତ୍ତ୍‌ […]

a7
ପ୍ରଥମ ୩ ରିୟର୍‌ କ୍ୟାମେରା ଫୋନ୍‌ ଲଞ୍ଚ୍‌ କଲା samsung

ଭୁବନେଶ୍ୱର:ପ୍ରଥମଥର ପାଇଁ ସାମ୍‌ସଙ୍ଗ୍‌ କମ୍ପାନୀ ଏମିତି ଏକ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିଛି, ଯେଉଁଥିରେ ତିନୋଟି ରିୟର୍‌ କ୍ୟାମେରା ରହିଛି। ଏହି ଫୋନ୍‌ଟି ହେଲା samsung galaxy A7 (୨୦୧୮)। ଅନ୍ତର୍ଜାତୀୟ ବଜାରରେ ଲଞ୍ଚ୍‌ ହୋଇଥିବା ଏହି ମୋବାଇଲ୍‌ରେ ତିନିଟି ବ୍ୟାକ୍‌ କ୍ୟାମେରା ରହିଛି। ଜବରଦସ୍ତ ଫିଚର୍‌ ସହିତ ଏହାର ଲୁକ୍‌ ବି ଖୁବ୍‌ ଆକର୍ଷଣୀୟ ରହିଛି। ଏହାର କ’ଣ ସବୁ ବିଶେଷତ୍ୱ ରହିଛି ଆସନ୍ତୁ ଜାଣିବ। samsung galaxy A7 ବିଶେଷତ୍ତ୍ୱ କ୍ୟାମେରା: samsung galaxy A7ର […]

asia-cup-2018-
ଏସିଆ କପ୍‌: ବାଂଲାଦେଶ ବିରୋଧରେ ଭାରତର ସହଜ ବିଜୟ

ଏସିଆ କପ୍‌ରେ ରୋହିତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଟିମ୍‌ ଇଣ୍ଡିଆ ଏସିଆ କପ୍‌ର ସୁପର୍‌ ୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଗ୍ରୁପ୍‌ ମୁକାବିଲାରେ ହଂକଂ ଓ ପାକିସ୍ତାନକୁ ହରାଇବା ପରେ ଦଳ ସୁପର୍‌ ୪ରେ ବଂଲାଦେଶକୁ ହରାଇ ଟୁର୍ଣ୍ଣାମେଣ୍ଟ୍‌ରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭର୍‌ରେ ମାତ୍ର ୧୭୩ ରନ୍‌ […]

aajtak
ଡାକ ଟିକଟରେ ଲାଗିଲା ବୁରହାନ୍‌ ୱାନୀର ଫଟୋ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ତା’ର ଖଳ ପ୍ରକୃତି ଛାଡ଼ୁ ନାହିଁ। ଗୋଟେ ପଟେ ପାକ୍‌ର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ଭାରତ ସହିତ ସମ୍ପର୍କ ସୁଧାରିବା କଥା କହୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ବୁରହାନ୍‌ ୱାନୀ ନାଁରେ ଡାକ ଟିକଟ ଛାପୁଛନ୍ତି। ପାକିସ୍ତାନ ଡାକ ବିଭାଗ ବୁର୍‌ହାନ ୱାନୀ ନାଁରେ ୨୦ଟି ଡାକ ଟିକଟ ଛାପିଛନ୍ତି। ଖାଲି ବୁର୍‌ହାନ୍‌ ନୁହେଁ ଏହି ଟିକଟ ଗୁଡ଼ିକରେ ଆଉ କିଛି ଆତଙ୍କବାଦୀଙ୍କ ସହିତ କିଛି ଅନ୍ୟ […]

ICC-twitter
ଏସିଆ କପ୍‌: ୮ ୱିକେଟ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ: ଦୁବାଇରେ ଖେଳାଯାଉଥିବା ଏସିଆ କପ୍‌ ଗ୍ରିପ୍‌ ‘ଏ’ର ଏକଦିବସୀୟ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ରେ ଭାରତ ପକ୍ଷରୁ ଅଧିନାୟକ ରୋହିତ୍ ଶର୍ମା ସର୍ବାଧିକ ୫୨ ରନ୍‌ କରିଛନ୍ତି। ଗ୍ରୁପ୍‌ ‘ଏ’ର ଏହି ମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୪୩.୧ ଓଭର୍‌ ଖେଳି ମାତ୍ର ୧୬୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ବାବର୍‌ ଆଜମ ସର୍ବାଧିକ ୪୭ ଓ ସୋଏବ୍‌ ମଲ୍ଲିକ୍‌ […]

bollywoodlife.com
ପରଦାକୁ ଆସିବ ‘କୁଛ୍‌ କୁଛ୍‌ ହୋତା ହୈ’ ପାର୍ଟ-୨!

ମୁମ୍ବାଇ: ୨୦ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘କୁଛ୍‌ କୁଛ୍‌ ହୋତା ହୈ’ ପୁଣିଥରେ ପରଦାକୁ ଆସିବ। କିନ୍ତୁ ଏଥର ଆଉ ସେ ପୁରୁଣା ଷ୍ଟୋରୀକୁ ନେଇ ନୁହେଁ, ବରଂ ଏହି ଫିଲ୍ମର ରିମେକ୍‌ ଅର୍ଥାତ୍‌ ପାର୍ଟ-୨ ରିଲିଜ୍‌ ହେବ। କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମଟି ସେହି ସମୟରେ ଦର୍ଶକଙ୍କୁ ଅନେକ ପସନ୍ଦ ଆସିବା ସହ ବକ୍ସ ଅଫିସ୍‌ରେ ମଧ୍ୟ ଅନେକ ସଫଳତା ମିଳିଥିଲା। […]

Untitled-1
ଜେଲ୍‌ରୁ ମୁକୁଳିବେ ନୱାଜ୍‌ ଓ ମରିୟମ୍‌

ନୂଆଦିଲ୍ଲୀ: ଜେଲ୍‌ରୁ ମକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍‌ ସରିଫ୍ ଏବଂ ତାଙ୍କ ଝିଅ ମରିୟମ୍। ପାକିସ୍ତାନର କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସୂଚନା ଅନୁସାରେ ଇସ୍ଲାମାବାଦ ହାଇକୋର୍ଟ ଆଜି ଉଭୟଙ୍କ ଜେଲ୍ ଦଣ୍ଡାଦେଶକୁ ପ୍ରତ୍ୟାହାର କରିଦେଇଛନ୍ତି। ଇଂଲଣ୍ଡର ଏଭିନ୍ ଫିଲ୍‌ଡ ପ୍ରପର୍ଟିରେ ନଓ୍ୱାଜ୍‌ ସରିଫ୍‌ଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍‌ଙ୍କୁ ୧୦ ବର୍ଷ ଓ ମରିୟମ୍‌ଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ ଆକାଉଣ୍ଟବିଲିଟି […]

slit
ଭାରତୀୟ ଯବାନଙ୍କୁ ଗଳାକାଟି ହତ୍ୟା

ଶ୍ରୀନଗର: ସୀମାରେ ପାକିସ୍ତାନ ସେନା ଭାରତୀୟ ସେନାର ଜଣେ ହେଡ୍‌ କନଷ୍ଟେବଲ୍‌ଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଆଜି ସହିଦ ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାକୁ ନେଇ ଏଲ୍ଓସିରେ ହାଇ ଆଲର୍ଟ ଜାରି କରାଯାଇଛି। ସହିଦ ଯବାନ ଜଣଙ୍କ ବିଏସ୍‌ଏଫ୍‌ ହେଡ୍ କନଷ୍ଟେବଲ୍‌ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ନରେନ୍ଦ୍ର କୁମାର। ଗତକାଲି ପାକିସ୍ତାନ ସେନା ପକ୍ଷରୁ ଏହି ହତ୍ୟା କରାଯାଇଥିଲା। ଯବାନଙ୍କ ଦେହରେ ଆଉ ତିନିଟି କ୍ଷତ ଚିହ୍ନ ଥିବା ଦେଖିବାକୁ […]

child
ଦୁଇ ଶିଶୁଙ୍କ ସଲିଳ ସମାଧି

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସାଆନ୍ତରାପୁର ଗାଁରେ ଦୁଇ ଶିଶୁଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ, ସ୍ୱାଗତ ମଲ୍ଲିକ ଓ ସମରଜିତ ମଲ୍ଲିକ। ପୋଖରୀରୁ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  

vlcsnap-error538
ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନରେ ଭାଗ ନେବନି ପିଡିପି

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ହେବାକୁ ଥିବା ପୌରପାଳିକା ନିର୍ବାଚନରେ ଭାଗ ନେବନି ପିଡିପି। ଦଳସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଅାଜି ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି। ଧାରା ୩୫(କ)କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଗକୁ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ବୟକଟ୍ କରିବ ଦଳ। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଅାଯାଇଥିବା ସେ କହିଛନ୍ତି। ଧାରା ୩୫(କ)କୁ ନେଇ ନିଜ ଅାଭିମୁଖ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛି ପିଡିପି। […]

vlcsnap-error177
ଅାନ୍ଧ୍ରରେ ୨ ଟଙ୍କା କମିବ ପେଟ୍ରୋଲ ଏବଂ ଡିଜେଲ୍ ଦର

ହାଇଦ୍ରାବାଦ: ରାଜସ୍ଥାନ ପରେ ଅାନ୍ଧ୍ରପ୍ରଦେଶରେ କମିବ ପେଟ୍ରୋଲ ଦର। ଗତକାଲି ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଭାଟ୍ ହ୍ରାସ କରିବା ପରେ ଏବେ ଅାନ୍ଧ୍ର ପ୍ରଦେଶରେ ବି ତେଲ ଦର କମିବ। ଅାସନ୍ତାକାଲିଠୁ ଅାନ୍ଧ୍ରରେ ପେଟ୍ରୋଲ ଏବଂ ଡିଜେଲ୍ ଦର ଦୁଇ ଟଙ୍କା ହ୍ରାସ ପାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଭାଟ୍ ରାଶିକୁ କମାଇବା ପରେ କାଲିଠୁ ଅାନ୍ଧ୍ରରେ ଦୁଇ ଟଙ୍କା ଶସ୍ତାରେ ମିଳିବ ତେଲ। ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]

vlcsnap-error560
ମହିଳା ପୁଲିସ୍ କନ୍‌ଷ୍ଟେବଲ୍‌ଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଚଣ୍ଡିଗଡ଼: ସୁରକ୍ଷା ଯୋଗାଇବାକୁ ମୁତୟନ ଥିବା ପୁଲିସ୍‌ ଅାଜି ଅସୁରକ୍ଷିତ। ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା ପୁଲିସ୍ କନଷ୍ଟେବଲ୍। ଯାହା ପରେ ଏପରି ପ୍ରଶ୍ନ ସାମ୍ନାକୁ ଅାସିଛି। ହରିୟାଣା ପାଲୱାଲ୍ ଅଞ୍ଚଳର ଜଣେ ମହିଳା ହେଡ୍ କନ୍‌ଷ୍ଟେବଲ୍‌ଙ୍କ ସହ ହୋଇଛି ଗଣଦୁଷ୍କର୍ମ। ତେବେ ପୁଲିସରେ ଏନେଇ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ମହିଳା କନଷ୍ଟେବଲ୍‌ ଜଣଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବହୁ ବର୍ଷ ଧରି ହଇରାଣ କରୁଥିଲେ। […]

vlcsnap-error050
ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ

ପାଟନା: ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ। ଆମ୍ବୁଲାନ୍ସ ମିଳିନଥିବା ଯୋଗୁଁ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିହାରରୁ ଅାସିଛି ଏପରି ଅଭିଯୋଗ। ବିହାର ଜେହାନାବାଦ୍ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଦୁଇ ବର୍ଷର ଅସୁସ୍ଥ ଝିଅକୁ ନେଇ ମେଡିକାଲ୍ ବାହାରିଥିଲେ। ତେବେ ଯାନବାହନ ଚଳାଚଳ କରୁନଥିବା ଯୋଗୁଁ ଠିକ୍ ସମୟରେ ହସ୍ପିଟାଲ୍‌ରେ ପହଞ୍ଚିପାରିନଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଘଟଣା ପରେ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ତଥା […]