ନୂଆଦିଲ୍ଲୀ: ବାତ୍ୟା ‘ତିତ୍ଲି’କୁ ନେଇ ସମ୍ବେଦନା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବାତ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି। ବିଶେଷ କରି ସେ ଛୋଟ ପିଲାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳର ପ୍ରଶାସନ ଲୋକଙ୍କୁ ସାହାଯ୍ୟ କରିବା ସହ ତତ୍ପରତା ପ୍ରକାଶ କରିବାକୁ କହିଛନ୍ତି। ସେହିପରି ପୂରା ଦେଶ ପ୍ରଭାବିତଙ୍କ ସହ ଥିବା କଥା ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ୍ ଓ ୨୦୦୭ ଟି-୨୦ ବିଶ୍ୱକପ୍ରେ ଦମଦାର ପ୍ରଦର୍ଶନ କରି ବାମହାତୀ ବ୍ୟାଟସ୍ମ୍ୟାନ୍ ଯୁବରାଜ ସିଂହ ହିରୋ ପାଲଟି ଯାଇଥିଲେ। ହେଲେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଏବେ ଦଳରେ ସ୍ଥାନ ମିଳୁନାହିଁ। କିନ୍ତୁ ୩୬ ବର୍ଷୀୟ ଯୁବରାଜ ଏଥିରେ ହାର୍ ନମାନି ପୁଣି କମ୍ ବ୍ୟାକ୍ କରିବାକୁ ଚଳାଇଛନ୍ତି କସ୍ରତ। ଟିମ୍ ଇଣ୍ଡିଆ ପାଇଁ ଯୁବରାଜ ଶେଷଥର ୨୦୧୭ ଜୁନ୍ ୩୦ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମ୍ୟାଚ୍ […]
ଦୁଃଖ ଓ ବିପଦ ସମୟରେ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ। ଦୁଃଖକୁ ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରନ୍ତୁ। ଆକାଶରେ କଳାବାଦଲ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସୂର୍ଯ୍ୟଙ୍କୁ ଢାଙ୍କି ଦିଏ। କିନ୍ତୁ ସେ ପୁଣି ସାରା ଦୁନିଆକୁ କିରଣ ଦିଅନ୍ତି। ସେମିତି ଆମ ଜୀବନଚକ୍ରରେ କିଛି ବି ସ୍ଥାୟୀ ନୁହେଁ। ଦୁଃଖ ପରେ ସୁଖ ଆସିବା ନିଶ୍ଚିତ। ଦୁଃଖକୁ ଏକ କଳାବାଦଲ ବୋଲି ଭାବନ୍ତୁ। ସେ ହଟିବା ନିଶ୍ଚିତ। ଆଦୌ ଭୟ କରନ୍ତୁ ନାହିଁ। […]
ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରେ ଧୁମ୍ଧାମ୍ରେ ଗଣେଶ ପୂଜା ପାଳିତ ହୋଇଛି। ବିଜ୍ନେସ୍ ସେଣ୍ଟର କହୁଯାଉଥିବା ମୁମ୍ବାଇ ସହରରେ ମଧ୍ୟ ଗଣେଶ ପୂଜା ପାଳିତ ହୋଇଛି। ମହାରାଷ୍ଟ୍ରରେ ଗଣେଶ ପୂଜାର ସ୍ୱତନ୍ତ୍ରତା ସବୁଠାରୁ ଅଲଗା। ଚଳିତ ବର୍ଷ ଗଣେଶ ପୂଜା ଅବସରରେ ମୁମ୍ବାଇର ସିଅନ୍ ଇଷ୍ଟ୍ ସ୍ଥିତ ଗଣେଶଙ୍କ ମୂର୍ତ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଜିଏସ୍ବି ସେବା ମଣ୍ଡଲ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ୭୦ କି.ଗ୍ରା.ରୁ ଅଧିକ ସୁନାରେ ଗଣେଶଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଇଥିବା […]
ନୂଆଦିଲ୍ଲୀ: ଅଭିନେତାଙ୍କ ପରେ ଏବେ ରାଜନେତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ବରିଷ୍ଠ ସାମ୍ବାଦିକ ତଥା ବର୍ତ୍ତମାନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ.ଜେ.ଆକବରଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଜଣେ ମହିଳା ସାମ୍ବାଦିକା ବହୁ ବର୍ଷ ତଳେ ହୋଇଥିବା ଏକ ଘଟଣା ସମ୍ପର୍କରେ ଟ୍ୱିଟ୍ରରେ ଉଲ୍ଲେଖ କରିଛନ୍ତି। ଟ୍ୱିଟର୍ରେ ଅସଦାଚରଣର ଶିକାର ହୋଇଥିବା କଥା ଉଲ୍ଲେଖ ପରେ ବିଭିନ୍ନ ମହଲରୁ ଆକବରଙ୍କୁ ନିନ୍ଦା କରାଯାଇଛି। ସାକ୍ଷାତକାର ନେବା ବାହାନାରେ ତାଙ୍କୁ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା […]
ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାର ଚୀନକୁ ଟପିଯିବ। ଏପରିକି ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧି ହାର ଭାରତର ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି। ଭାରତର ଅଭିବୃଦ୍ଧି ହାର ଚଳିତ ବର୍ଷ ୭.୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଆଗାମୀ ବର୍ଷ ଭାରତର ଅଭିବୃଦ୍ଧି ହାର ୭.୪ ରହିବ। ଅନ୍ୟପକ୍ଷରେ ଚଳିତବର୍ଷ ଚୀନର ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବ। ୨୦୧୯ରେ ଏହା ଆହୁରି ହ୍ରାସ ହୋଇ ୬.୨ ପ୍ରତିଶତ ହେବ ବୋଲି […]
– ଓମ୍ପ୍ରକାଶ ସାହୁ ଦୁଃଖ ଭିତରେ ହିଁ ସୁଖର ସତ୍ତା ରହିଛି। ଦୁଃଖକୁ ଭୋଗି ପାରିଲେ ହିଁ ସୁଖର ବାଟ ଖୋଲିଯାଏ। ସର୍ବଶକ୍ତିମାନଙ୍କ ଦ୍ୱାର ଦୂର ହୋଇପାରେ ମାତ୍ର ଦୁଷ୍ପ୍ରାପ୍ୟ ନୁହେଁ। ଆପଣ ଯଦି ସତ୍ପଥରେ ଥିବେ, ଆପଣଙ୍କର କର୍ମ ଯଦି ସତ୍ ଥିବ ତେବେ ସେ ଆପଣଙ୍କ ପାଇଁ ନିଶ୍ଚିତ ଏକ ସୁଯୋଗ ସୃଷ୍ଟି କରିବେ। କିନ୍ତୁ ସେଥିପାଇଁ ଆପଣଙ୍କର ଧୈର୍ଯ୍ୟ ଆଉ ବିଶ୍ୱାସ ଦରକାର । ଏଠାରେ ଏକ ସୁନ୍ଦର ଗଳ୍ପ ପଢ଼ନ୍ତୁ ..ଏହା […]
ଜୟପୁର: ରାଜସ୍ଥାନରେ ଜିକା ଭୁତାଣୁ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଜୟପୁର ସହରର ୨୯ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଗର୍ଭବତୀ ଅଛନ୍ତି। ସେମାନଙ୍କୁ ଜୟପୁରର ଏସ୍ଏମ୍ଏସ୍ ହସପିଟାଲ୍ର ଏକ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ ମଗାଯାଇଛି। ଏଥିସହ ସ୍ୱାସ୍ଥ୍ୟମନ୍ତ୍ରାଳୟର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜୟପୁର ଯାଇଛନ୍ତି। ଅନ୍ୟପଟେ ଜୟପୁରର ଜିକା ଭାଇରସ୍ ଆକ୍ରାନ୍ତ ଜଣେ ବ୍ୟକ୍ତି ବିହାର ଯାଇଥିବାରୁ […]
ମୁମ୍ବାଇ: ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗରେ ଟ୍ୱଙ୍କିଲ ଖାନ୍ନାଙ୍କ ‘ପାଇଜାମା’ ପୁସ୍ତକ ଉନ୍ମୋଚନ ଉତ୍ସବରେ କରନ୍ ଜୋହରଙ୍କୁ ଟ୍ରୋଲ କରିଛନ୍ତି ରଣବୀର ସିଂ । ଧାରା ୩୭୭ ଉଚ୍ଛେଦ ହେବା ପରେ ଜଣାଶୁଣା ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହାର ଟ୍ୱିଟରରେ ନିଜର ଖୁସି ବ୍ୟକ୍ତ କରିଥିଲେ। କରଣ ତାଙ୍କ ଟ୍ୱିଟରରେ ଲେଖିଥିଲେ,“ ଏହା ଏକ ଐତିହାସିକ ନିର୍ଣ୍ଣୟ!!! ଆଜି ଗର୍ବ ଲାଗୁଛି! ସମଲିଙ୍ଗୀ ସଂପର୍କକୁ ମାନ୍ୟତା ମିଳିଥିବାରୁ। ଧାରା ୩୭୭ ମାନବତା ଓ ସମାନତା ଅଧିକାର ପାଇଁ ଏକ ଛାପ। […]
ଜମ୍ମୁ : ଜାମ୍ମୁ ଓ କାଶ୍ମୀରର ରିଅାସି ଜିଲ୍ଲାରେ ଏନକାଉଣ୍ଟର। ଗୁଳି ବିନିମୟରେ ତିନି ଜଣ ଜୈସି ଇ ମହମ୍ମଦ ଅାତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ରିଅାସି ଜିଲ୍ଲାର ଏକ ଘରେ ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଅାରମ୍ଭ ହୋଇଥିଲା। ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ଡ୍ରୋନ ଓ ଚପରର ସହାୟତା ନିଅାଯାଇଥିଲା। ଗୁଳିମାଡରେ ନିହତ ହୋଇଥିବା ଅାତଙ୍କବାଦୀଙ୍କ ବୟସ ୧୮ରୁ ୨୨ବର୍ଷ ବୟସ […]