• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

oil
ପୁଣି ବଢିଲା ତେଲଦର

ନୂଆଦିଲ୍ଲୀ : ଅାଜି ଦିଲ୍ଲୀରେ ପେଟ୍ରୋଲ ଦର ୨୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ୨୨ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ ଦର ୮୦ଟଙ୍କା ୭୩ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲ ମୂଲ୍ୟ ଲିଟର ପ୍ରତି ୭୨ଟଙ୍କା ୮୩ ପଇସାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ୨୩ ପଇସା ଲେଖାଏଁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୮୮ଟଙ୍କା୧୨ ପଇସା ଓ ଡିଜେଲ ମୂଲ୍ୟ ୭୭ ଟଙ୍କା ୩୨ […]

bput
ବିପିୟୁଟି ପକ୍ଷରୁ ଅାଜି ସମସ୍ତ ପରୀକ୍ଷା ବାତିଲ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଭାରତ ବନ୍ଦକୁ ନଜରରେ ରଖି ବିପିୟୁଟି ପକ୍ଷରୁ ଅାଜି ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ଏନେଇ ବିପିୟୁଟି କର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିଛନ୍ତି। ଗାଡ଼ି ଓ ରେଳ ଚଳାଚଳ ପ୍ରଭାବିତ ହୋଇଛି।

rajiv gandhi
ମୁକୁଳି ପାରନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ତାମିଲନାଡୁ  : ତାମିଲନାଡୁ କ୍ୟାବିନେଟର ବଡ ନିଷ୍ପତ୍ତି। ମୁକ୍ତ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ। ଏହି ମାମଲାରେ କାରାଦଣ୍ଡ ଭୋଗୁଥିବା ୭ ଦୋଷୀଙ୍କୁ ମୁକ୍ତ କରିବାକୁ ଅାଜି ତାମିଲନାଡୁ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକର ଏଇ ନିଷ୍ପତ୍ତିକୁ ଖୁବ୍‌ଶୀଘ୍ର ରାଜ୍ୟପାଳଙ୍କ ପାଖକୁ ପଠାଯିବ ବୋଲି ମନ୍ତ୍ରୀ ଡି. ଜୟକୁମାର ସୂଚନା ଦେଇଛନ୍ତି। ରାଜୀବ ଗାନ୍ଧିଙ୍କ ହତ୍ୟା ଅଭିଯୋଗରେ ୭ ଜଣ ଗତ ୨୭ବର୍ଷ […]

bjp-up
ମିଶନ୍ ୧୯ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର : ୨୦୨୨ ସୁଦ୍ଧା ନବଭାରତ ଗଠନର ପ୍ରତିଶ୍ରୁତି ପୂରଣ କରିବ ବିଜେପି। ସରକାରଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଚିନ୍ତାଧାରା ଓ ଇଛାଶକ୍ତି ରହିଛି ଦେଶର ବିକାଶ ଲାଗି। କେନ୍ଦ୍ର ସରକାର ଗତ ୪ ବର୍ଷରେ ନେଇଥିବା ପଦକ୍ଷେପର ଫଳ ୨୦୨୨ ସୁଦ୍ଧା ଦୃଶ୍ୟମାନ ହେବ। ଏହି ସମୟରେ ଭିତରେ ଦେଶରୁ ଅାତଙ୍କବାଦ, ସାଂପ୍ରଦାୟିକତା ଓ ଜାତିବାଦକୁ ସମାପ୍ତ କରିବା ସହ ସମସ୍ତ ନାଗରିକଙ୍କୁ ବାସଗୃହ ଯୋଗାଇ ଦେବାକୁ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଛି। ଏହି […]

wife-dead-up
ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ

ବ୍ରହ୍ମପୁର : ବ୍ରହ୍ମପୁରରେ ଚାଞ୍ଚଲ୍ୟ। ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ। ମୃତ ମହିଳା ହେଲେ ବ୍ରହ୍ମପୁର ମିଲେଟ୍ରି ଲାଇନ୍‌ର ପପିନା ବେହେରା। ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି।  ତାଙ୍କ ନାଁ ରବିନ୍ଦ୍ର ବେହେରା। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ମୃତ ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି।  ଘଟଣା ସ୍ଥଳରେ ପୁଲିସ ପହଁଚି ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

sp-up
ବିଷ ପିଇଥିବା ଏସ୍‌ପିଙ୍କ ପରଲୋକ

ଉତ୍ତର ପ୍ରଦେଶ : ପାରିବାରିକ ବିବାଦରୁ ବିଷ ପିଇଥିବା କାନପୁର ଏସପି ସୁରେନ୍ଦ୍ର ଦାସଙ୍କ ଅାଜି ମୃତ୍ୟୁ ହୋଇଛି। ଚାରି ଦିନ ତଳେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ କରାଯାଇଥିଲେ ମଧ୍ୟ ଗତକାଲିଠାରୁ ତାଙ୍କ ଅବସ୍ଥା ଅାହୁରି ବିଗିଡିଥିଲା।  ଅାଜି କାନପୁରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି । ୨୦୧୪ ବ୍ୟାଚର ଅାଇପିଏସ ଅଧିକାରୀ ସୁରେନ୍ଦ୍ର ଦାସ ମାସକ ତଳେ […]

dhokra-up
ଅବହେଳିତ ଢେଙ୍କାନାଳ ଜିଲ୍ଲାର ଢୋକ୍ରା କାରିଗର

ଢେଙ୍କାନାଳ : ଦୁର୍ଦ୍ଦିନରେ ଢେଙ୍କାନାଳ ଜିଲ୍ଲାର ଢୋକ୍ରା କାରିଗର। ନିଜ ହାତର ଯାଦୁଗରୀରେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡୋକ୍ରା ଶିଳ୍ପୀ ଏବେ ଦୟନୀୟ ଅବସ୍ଥାରେ। ରହିବା ପାଇଁ ନା ଘର ଅଛି, ନା ବିଜୁଳି କିମ୍ବା ପାନୀୟ ଜଳ ବ୍ୟବସ୍ଥା। ସରକାରଙ୍କ ଅଣଦେଖା କାରଣରୁ ଏବେ ନିଜ ଜୀବିକା ହରାଇବାକୁ ବସିଲେଣି ଏହି କାରିଗରମାନେ। ଝାଟିମାଟିର କାନ୍ଥ ଉପରେ ଜରିପାଲ ଟାଣି ରହୁଥିବା ଏହି ଗାଁର ଚିତ୍ର ହିଁ ବୟାନ କରେ କିଭଳି […]

akshya.jpg 1
ରାଜେଶ ଖାନ୍ନାଙ୍କ ସିନେମାରେ ଅକ୍ଷୟ କୁମାରଙ୍କୁ ମିଳିନଥିଲା କାମ

ନୂଆଦିଲ୍ଲୀ :  ଖିଲାଡି ଷ୍ଟାର ଅକ୍ଷୟ କୁମାର ରବିବାର ତାଙ୍କର ୫୧ ତମ ଜନ୍ମଦିନ ସେଲିବ୍ରେଶନ କରୁଛନ୍ତି। ଅକ୍ଷୟଙ୍କ ଜନ୍ମ ୯ ସେପ୍ଟେମ୍ବର ୧୯୬୭ରେ ଅମୃତସରରେ ହୋଇଥିଲା। ଅଭିନେତା ହେବା ସ୍ୱପ୍ନନେଇ ସେ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ପରିଶ୍ରମ କରିବା ପରେ ସେ ଏବେ ସଫଳତାର ପାହାଚ ପରେ ପାହାଚ ଚଢ଼ିଚାଲିଛନ୍ତି। ଜନ୍ମଦିନ ଅବସରରେ ପତ୍ନୀ ଟ୍ୱିଙ୍କିଲ ଖାନ୍ନା ତାଙ୍କୁ ଜନ୍ନଦିନର ଶୁଭେଚ୍ଛା ଜଣାଇ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି।     View this […]

sachin
ଗ୍ରାଜୁଏଟ୍‌ ହେଲେ ସାରା ତେନ୍ଦୁଲକର୍

ନୂଆଦିଲ୍ଲୀ: କ୍ରିକେଟ୍‌ ଲିଜେଣ୍ଡ୍‌ ସଚିନ୍‌ ତେନ୍ଦୁଲକର୍‌ଙ୍କ ଝିଅ ସାରା ତେନ୍ଦୁଲକର୍‌ ଗ୍ରାଜୁଏଟ୍‌ ହୋଇଛନ୍ତି। ୟୁନିଭର୍ସିଟି କଲେଜ୍‌ ଅଫ୍‌ ଲଣ୍ଡନରୁ ସାରା ତାଙ୍କର ଗ୍ରାଜୁଏସନ୍‌ ଶେଷ କରିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ଏହି ସମାବର୍ତ୍ତନ ଉତ୍ସବରେ ସଚିନ ଓ ତାଙ୍କ ପତ୍ନୀ ଅଞ୍ଜଳି ଉପସ୍ଥିତ ଥିଲେ। ଏହି ଖୁସି ମୁହୂର୍ତ୍ତର କିଛି ଫଟୋକୁ ସାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ଯେଉଁଥିରେ ଲେଖା ହୋଇଛି “I did what? ଖାଲି ସାରା ନୁହେଁ ସଚିନ୍‌ ମଧ୍ୟ ଏହି ଖୁସି […]

jio
ଏହି ଚକୋଲେଟ୍‌ କିଣିଲେ ଆପଣ ପାଇପାରିବେ 1GB 4G ଡାଟା

ନୂଆଦିଲ୍ଲୀ: ଜିଓ ମନାଉଛି ତାହାର ଦିତ୍ୱୀୟ ବାର୍ଷିକ ଉତ୍ସବ। ଏହି ଅବସରରେ ଜିଓ ଗ୍ରାହକମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଛି। ଜିଓ ଗ୍ରାହକମାନଙ୍କୁ 10 GB ମାଗଣା ୪ଜି ଡାଟା ପ୍ରଦାନ କରୁଛି। Jio Celebrations pack ସହିତ ‘ଜିଓ’ ଗ୍ରାହକଙ୍କୁ ପ୍ରତିଦିନ 2 GB ଡାଟା ଦିଆଯାଉଛି। ଜିଓର ଆକ୍ଟିଭ୍‌ ୟୁଜର୍ସ ଏହି ଡାଟାକୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ସେପ୍ଟେମ୍ବର ୭ରେ କମ୍ପାନୀ ଏହି ଆକର୍ଷଣୀୟ ଅଫର ପ୍ରଦାନ କରିଛି। ପ୍ରତ୍ୟେକ […]

ଜାଣନ୍ତି କି ଗହମ ଘାସ ରସର ଚତ୍ମକାରୀ ଗୁଣ

ଯେଉଁଠି ଡାକ୍ତରମାନେ ଚିକିତ୍ସା କରି ହାର ମାନିଯାଆନ୍ତି ସେଠି ଏହି ଗହମ ଘାସ ରସ ମହୌଷଧୀ ଭଳି କାମ ଦେଇଥାଏ। ଏହା ଆମ ଶରୀର ପାଇଁ ଏତେ ଫାଇଦା ଦେଇଥାଏ ଯେ ଏହାକୁ ଗ୍ରୀନ୍‌ ବ୍ଲଡ୍‌ ମଧ୍ୟ କୁହାଯାଏ। ତେଣୁ ଜାଣନ୍ତୁ ଏହି ଘାସ କିପରି ଘରେ ତିଆରି କରି ଲାଭ ଉଠାଇ ସୁସ୍ଥ ରହିପାରିବେ। ୧. ଗହମ ଘାସର ରସ ରକ୍ତରେ ଶୀଘ୍ର ମିଶିଯାଉଥିବାରୁ ଏହା ଆନେମିଆ ଓ ଜଣ୍ଡିସ୍‌ ରୋଗ ପାଇଁ ଅମୃତ ଭଳି କାମ ଦିଏ। […]

ଗଣେଶ ପୂଜାରେ ପ୍ରସ୍ତୁତ କରନ୍ତୁ ମୋଦକ

ଆମେ ସବୁ ପୂଜା ପର୍ବରେ ଘରେ ପୂଜା କରିବା ପାଇଁ ମିଠା ଜିନିଷ ବା ପିଠା ତିଆରି କରିଥାଉ। ତେବେ ଗଣେଶ ପୂଜାରେ ଠାକୁରଙ୍କ ପାଖରେ ତାଙ୍କ ପ୍ରିୟ ଭୋଗ ମୋଦକ ପୂଜା କରାଯାଇଥାଏ। ପବିତ୍ର ଗଣେଶ ପୂଜାରେ ଘରେ ମୋଦକ ପ୍ରସ୍ତୁତ କରି ପୂଜା କରନ୍ତୁ। ଆବଶ୍ୟକୀୟ ସାମଗ୍ରୀ ଚାଉଳ ଚୂନା,ଗୁଡ଼, ଘିଅ,ନଡ଼ିଆ କୋରା, କାଜୁ, କିସ୍‌ମିସ୍‌, ଗୁଜୁରାତି,ରାଶି, ସ୍ୱାଦ ଅନୁସାରେ ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପାତ୍ରରେ ପାଣି ଗରମ କରି ସେଥିରେ […]

vlcsnap-error593
ଗୋଟିଏ ମଇଦାନରେ ରାଜନେତା, ବ୍ୟୁରୋକ୍ରାଟ୍ ଓ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର: ହାତରେ ବ୍ୟାଣ୍ଡ, ମୁଣ୍ଡରେ କ୍ୟାପ୍ ଏବଂ ନିଜ ନିଜ ଦଳର ଜର୍ସି  ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ରାଜନେତା, ବ୍ୟୁରୋକ୍ରାଟସ୍ ଏବଂ ଗଣମାଧ୍ୟମ ପ୍ରତିନିଧି। ନିଜ ନିଜ କାମ ଚାପରୁ ଦୂରେଇ ଖେଳିଛନ୍ତି ଫୁଟବଲ୍ ମ୍ୟାଚ୍। ଟାଟାଷ୍ଟିଲ୍ ପକ୍ଷରୁ ଅାୟୋଜିତ ଏହି ଫ୍ରେଣ୍ଡଲି ଫୁଟବଲ୍ ଟୁର୍ଣ୍ଣମେଣ୍ଟ୍‌ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଅାୟୋଜିତ ହୋଇଥିଲା। ଯେଉଁଥିରେ ଭାଗ ନେଇଥିଲେ ସମାଜର ଅାଗଧାଡ଼ିରେ ଥିବା ବିଭିନ୍ନ ବିଭାଗର ଅଧିକାରୀ। କଳିଙ୍ଗ ଷ୍ଟାଡିୟମ୍ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା କଡା ଟକ୍କର। ପ୍ରଥମ […]

vlcsnap-error722
ଅାଲିବାବା ପ୍ରତିଷ୍ଠାତାଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ବିଶ୍ୱର ନାମୀ ଇ-କମର୍ସ ସଂସ୍ଥା ଅାଲିବାବାର ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ମା ଅବସର ଘୋଷଣା କରିଛନ୍ତି। ଏକ ଛୋଟ ବାଣିଜ୍ୟ ଭିତ୍ତିକ ୱେବ୍‌ସାଇଟ୍‌ ନିର୍ମାଣ କରି ରାତାରାତି କୋଟିପତି ପାଲଟିଥିବା ଜ୍ୟାକ୍ ମା ଅାସନ୍ତା ସୋମବାର ନିଜ ସଂସ୍ଥାରୁ ଅବସର ନେବେ। ଅବସରେ ପରେ ଶିକ୍ଷା ଓ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଜ୍ୟାକ୍ ଏଭଳି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ୧୯୯୯ ମସିହାରେ ଜ୍ୟାକ୍ ୧୭ ଜଣ କର୍ମଚାରୀଙ୍କ ସହ ମିଶି […]

vlcsnap-error734
ଅନନ୍ତନାଗ ଜିଲ୍ଲାରେ ଏନ୍‌କାଉଣ୍ଟର, ଜଣେ ଅାତଙ୍କବାଦୀର ମୃତ୍ୟୁ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଏନ୍‌କାଉଣ୍ଟର। ଅାତଙ୍କବାଦୀମାନେ ପୁଲିସ ପୋଷ୍ଟ ଉପରକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଅାତଙ୍କବାଦୀର ମୃତ୍ୟୁ ହାଇଛି। ଅାତଙ୍କବାଦୀଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେ ଲସ୍କର – ଇ ତୋଇବା ସଂଗଠନ ସହ ସାମିଲ ଥିଲା। ସେ ତିନିମାସ ତଳେ ଲସ୍କର ସଂଗଠନରେ ଯୋଗ ଦେଇଥିଲା। ଏଥିସହ ସେ ଅସ୍ତ୍ର ଲୁଟ୍ ଘଟଣାରେ ସାମିଲ ଥିବା ଜଣାପଡିଛି। ଘଟଣାସ୍ଥଳରୁ ଅାତଙ୍କବାଦୀ ବ୍ୟବହାର କରୁଥିବା ଦୁଇଟି ଗାଡ଼ିକୁ […]

vlcsnap-error105
ରାଜଧାନୀ ଦିଲ୍ଲୀରେ ୮୦ ଟଙ୍କା ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ବେଲଗାମ ତେଲ ଦର। ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର୍। ଦିଲ୍ଲୀରେ ରେକର୍ଡ ଦରରେ ବିକ୍ରି ହେଉଛି ପେଟ୍ରୋଲ। ପ୍ରଥମ ଥର ୮୦ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର।  ଗତକାଲି ୭୭ ଟଙ୍କା ୯୯ ପଇସା ଥିବାବେଳେ ଆଜି ୩୯ ପଇସା ବୃଦ୍ଧି ପାଇଥିଲା। ଫଳରେ ପେଟ୍ରୋଲ ମୂଲ୍ୟ ୮୦ ଟଙ୍କା ୩୮ ପଇସାରେ ପହଞ୍ଚିଥିଲା। ସେହିପରି ଦିଲ୍ଲୀରେ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।  ଲିଟର ପିଛା ୪୪ ପଇସା […]