ନୂଆଦିଲ୍ଲୀ : ପଳାତକ ବିଜୟ ମାଲ୍ୟାଙ୍କ ମନ୍ତବ୍ୟ ପରେ ଏବେ ରାଜନୈତିକ ଝଡ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ବିଜୟ ମାଲ୍ୟାଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଥିବା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି। ସେମାନଙ୍କ ଭିତିରି ବୁଝାମଣାରେ ହିଁ ବିଜୟ ମାଲ୍ୟା ଫେରାର ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କ ବ୍ଲଗରେ ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରୁଥିଲେ ବି ମାଲ୍ୟାଙ୍କ ସହ ଅାଲୋଚନା ସମ୍ପର୍କରେ ପଦୁଟିଏ ବି ଲେଖି ନାହାନ୍ତି। ତେଣୁ ସେମାନଙ୍କ ଭିତରେ କିଛି ବୁଝାମଣା […]
ରାୟପୁର: ଛତିଶଗଡ଼ ଦୁର୍ଗ ଜିଲ୍ଲା ସ୍ଥିତ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ପ୍ଲାଣ୍ଟର ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଯିବାରୁ ଏହି ବିସ୍ଫୋରଣ ହୋଇଛି। ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆଜି ସକାଳେ ଏହି ଅଘଟଣ ଘଟିଥିଲା। ପୁଲିସ୍ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଷ୍ଟିଲ୍ […]
ସେ ଦେଖିବାକୁ ଯେତିକି ସୁନ୍ଦରୀ ତାଙ୍କ ଗୀତର ମାଧୁର୍ଯ୍ୟ ଆହୁରି ଅଧିକ ସୁନ୍ଦର। ଆପଣ ଥରେ ତାଙ୍କ ଗୀତ ଥରେ ଶୁଣିଲେ ମନ ଲାଖିଯିବ। ଆପଣଙ୍କୁ ସବୁବେଳେ ସେହି ଗୀତ ଶୁଣିବାକୁ ଇଚ୍ଛା ହେବ। ସେ ଅନେକ ଭାଷାରେ ଗୀତ ଗାଇ ପାରନ୍ତି। ସେ ବହୁତ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି। ତାଙ୍କ ଗୀତର ଧୁନ୍ରେ ସେ ସମସ୍ତଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଛନ୍ତି। ଇଣ୍ଟରନେଟ୍ ବିଶେଷ କରି ୟୁ ଟ୍ୟୁବ୍ ପ୍ଲାଟ୍ଫର୍ମରେ ତାଙ୍କର ଲକ୍ଷ ଲକ୍ଷ […]
ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକର୍ଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ବଲିଉଡ୍ରେ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଜଣେ ନିର୍ଦ୍ଦେଶକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବଲିଉଡ କ୍ୱିଇନ୍ କଙ୍ଗନା ରାଣାୱାତ୍। ‘କ୍ୱିନ୍’ ଫିଲ୍ମର ନିର୍ଦ୍ଦେଶକ ତଥା ଫାଣ୍ଟମ୍ ପ୍ରଯୋଜନା ସଂସ୍ଥାର ଜଣେ ସଂସ୍ଥାପକ ସଦସ୍ୟ ବିକାଶ ବହଲ୍ଙ୍କ ନାଁରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି କଙ୍ଗନା। ବିକାଶ ବହଲଙ୍କ ଦ୍ୱାରା ନିର୍ଯାତିତ ଜଣେ ମହିଳାଙ୍କୁ ସମର୍ଥନ […]
ଭୁବନେଶ୍ୱର: କମ୍ପ୍ୟୁଟର୍ କିମ୍ବା ଲ୍ୟାପ୍ଟପ୍ ବ୍ୟବହାର କଲାବେଳେ କୌଣସି କାମକୁ ଶୀଘ୍ର ସାରିବା ପାଇଁ ଆମେ ସେଥିରେ ଥିବା ଶର୍ଟକଟ୍ ‘କି’ର ବ୍ୟବହାର କରିଥାଉ। ଯାହାଦ୍ୱାରା ଖୁବ୍ ସହଜରେ ଓ କମ୍ ସମୟରେ ଆମେ ଅଧିକ କାମ କରିପାରି ଥାଉ। ତେବେ କଟ୍, କପି-ପେଷ୍ଟକୁ ଛାଡ଼ିଦେଲେ କମ୍ପ୍ୟୁଟର୍ରେ ଏମିତି ଅନେକ ଦରକାରୀ ଶର୍ଟକଟ୍ ‘କି’ ରହିଛି, ଯାହାକୁ ଜାଣିଲେ ଆପଣଙ୍କ କାମ ଆହୁରି ସହଜ ହୋଇଯିବ। ୧.ଶର୍ଟକଟ୍ରେ ପେଜ୍ ଅପ୍ ଓ ପେଜ୍ ଡାଉନ୍: କମ୍ପ୍ୟୁଟର୍ରେ […]
ନୂଆଦିଲ୍ଲୀ: କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ଖେଳିବା ବ୍ୟତୀତ ସମାଜ ସେବାରେ ମଧ୍ୟ ସକ୍ରିୟ ଥିବାର ଦେଖାଯାଏ। ଛତିଶଗଡ଼ ନକ୍ସଲ ହିଂସାରେ ଶହୀଦ ହୋଇଥିବା ଯବାନଙ୍କ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ହେଉ ଅବା କାଶ୍ମୀରରେ ଶହୀଦ ହୋଇଥିବା ଏଏସ୍ଆଇ ଅବ୍ଦୁଲ ରଶୀଦଙ୍କ ଝିଅକୁ ସହାଯ୍ୟ କରିବା, ସବୁ ଜାଗାରେ ଏହି କ୍ରିକେଟର ନିଜର ବଦାନ୍ୟତାର ଛାପ ଛାଡ଼ିଛନ୍ତି। ଗମ୍ଭୀରଙ୍କ ଦେଶ ପ୍ରତି ଥିବା ଦାୟୀତ୍ୱ ସମସ୍ତଙ୍କୁ ଗମ୍ଭୀର ଭାବେ ପ୍ରଭାବିତ କରିପାରିଛି। ପୂର୍ବ ବର୍ଷ ଛତିଶଗଡ଼ରେ ହୋଇଥିବା […]
ରାଜକୋଟ: ରାଜକୋଟରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ମାତ୍ର ଅଢେଇ ଦିନରେ ଲଢ଼େଇରେ ମାଟି କାମୁଡ଼ିଛି କାରିବିଆନ୍ ଟିମ୍। ବିରାଟ ବାହିନୀ ଏହି ମ୍ୟାଚ୍କୁ ଏକ ଇନିଂସ ୨୭୨ ରନ୍ରେ ଜିତି ନେଇଛି। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୬୪୯ର ବିଶାଳ ସ୍କୋର୍ କରିଥିଲା। ଆଉ ଏହାର ପିଛା କରିବାକୁ ଯାଇ ଧରାଶାୟୀ ହୋଇପଡ଼ିଥିଲ ଭମ୍ରଣକାରୀ ଦଳ। ଗତକାଲି ଖେଳ ଶେଷ […]
ନୂଆଦିଲ୍ଲୀ: ପୀଡ଼ାନାଶକ ଔଷଧ ସାମୟିକ ଭାବେ ଆଶ୍ୱସ୍ତି ଦେଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏ ନେଇ ରିପୋର୍ଟ ଆସିବା ପରେ ପୀଡ଼ାନାଶକ ଔଷଧଗୁଡିକ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଇଛି। ବିଶେଷ କରି ମୁଣ୍ଡବ୍ୟଥା, ସର୍ଦ୍ଦି, କାଶ ଓ ପେଟବ୍ୟଥାର ଉପଶମ ପାଇଁ ଏହି ଔଷଧ ଗୁଡିକର ବ୍ୟବହାର ହୋଇଥାଏ। ପେନ୍କିଲର୍ ସାରିଡନ୍ ଓ ସ୍କିନ୍ କ୍ରିମ୍ Panderm ସମେତ ୩୨୮ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (FDC) ଡ୍ରଗ୍ସକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାନ୍ […]
ଚଣ୍ଡିଗଡ଼: ଆତ୍ମଘୋଷିତ ଭଗବାନ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍ ରାମ ରହିମ୍ଙ୍କୁ ଜାମିନ୍ ମିଳିଛି। ହରିୟାଣା ପଞ୍ଚକୁଳା କୋର୍ଟ ରାମ ରହିମଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। ଜୋରଜବରଦସ୍ତ ଭାବେ ଲୋକଙ୍କୁ ନିଜ ଅନୁଗାମୀ ବନାଉଥିବା ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। ତେବେ ସେ ବର୍ତ୍ତମାନ ପାଇଁ ଜେଲ୍ରେ ହିଁ ରହିବେ। ତାଙ୍କ ଉପରେ ଥିବା ଦୁଷ୍କର୍ମ ମାମଲା ବିଚାରଧୀନ ଥିବାରୁ ସେ ଏବେ ମୁକୁଳି ପାରିବେ ନାହିଁ ବୋଲି ସୂଚନା […]
ରାଜକୋଟ: ରାଜକୋଟ ଟେଷ୍ଟରେ ରାଜ୍ କରିଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଦିନରେ ବି ବିରାଟ ବାହିନୀ ଦମଦାର ପ୍ରଦର୍ଶନ କରିଛି। ୬୪୯ ରନରେ ଟିମ୍ ଇଣ୍ଡିଆ ପାଳି ଘୋଷଣା କରିବା ପରେ ବ୍ୟାଟିଂ ଆରମ୍ଭ କରି ସଙ୍କଟରେ ପଡ଼ିଥିଲା ୱେଷ୍ଟଇଣ୍ଡିଜ୍। ଭାରତୀୟ ବୋଲର୍ଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଥିଲେ ଜଣକ ପରେ ଜଣେ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ। ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୬ ଓ୍ୱିକେଟ୍ ହରାଇ ମାତ୍ର ୯୪ ରନ୍ ସଂଗ୍ରହ କରିଛି। ମହମ୍ମଦ ସାମି […]
ନୂଆଦିଲ୍ଲୀ: ସୀମା ଓ ଗୁରୁତ୍ୱପୂର୍ଣ୍ଣ ସହର ଓ ପ୍ରତିଷ୍ଠାନକୁ ସୁରକ୍ଷିତ ରଖିବା ଲାଗି ଋଷଠାରୁ ରକ୍ଷା କବଚ ପାଇଲା ଭାରତ। ପାରମ୍ପରିକ ମିତ୍ର ଋଷିଆ ସହ ଭାରତ ବୃହତ ପ୍ରତିରକ୍ଷା ଚୁକ୍ତି କରିଛି। ଶକ୍ତିଶାଳୀ ଅତ୍ୟାଧୁନିକ S-400 ଏୟାର୍ ଡିଫେନ୍ସ ସିଷ୍ଟମ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁତିନଙ୍କ ଉପସ୍ଥିତିରେ ରାଜିନାମା ସ୍ୱାକ୍ଷର ହୋଇଛି। ଭୁପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ବିଶ୍ୱର ଏହି ଶ୍ରେଷ୍ଠ ଘାତକ କ୍ଷେପଣାସ୍ତ୍ର ପ୍ରଣାଳୀ ୪ଶହ କିଲୋମିଟର୍ ପରିଧି […]
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁରୀରେ ହିଂସାକାଣ୍ଡ ଘଟଣାରେ ୧୫ଟି ମାମଲା ଦାଏର ହୋଇଛି। ପ୍ରଶାସନ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ୯ ଓ ଟାଉନ୍ ଥାନାରେ ୬ଟି ଏତଲା ଦିଆଯାଇଛି। ସରକାରୀ ସମ୍ପତ୍ତି ପୋଡ଼ାଜଳା ଓ ଭଙ୍ଗାରୁଜାରେ ଯେଉଁମାନେ ସାମିଲ୍ ଥିଲେ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୁଲିସ୍। ତେବେ ଏହି ଘଟଣାରେ ଗତକାଲି ଟାଉନ୍ ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ […]
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣିଥରେ ହ୍ରାସ ପାଇଛି। ଆଜି ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କାରେ ପହଞ୍ଚିଛି। କିଛି ଦିନ ହେଲା ଟଙ୍କାର ବିନିମୟ ମୂଲ୍ୟ ଲଗାତର ହ୍ରାସ ପାଉଥିବାବେଳେ ଆଜି ଏହା ସର୍ବନିମ୍ନ ସ୍ତର ୭୪ଟଙ୍କା ୨୦ ପଇସାକୁ ଛୁଇଁଛି। ଅନ୍ୟପଟେ ଆରବିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରେପୋ ରେଟ୍ ଏବେ ୬.୫ ପ୍ରତିଶତ ରହିଛି। ତୈଳ ଦର ଲଗାତର ବୃଦ୍ଧି ଏବଂ ଡଲାର ତୁଳନାରେ […]
ଭୁବନେଶ୍ୱର : ସୁଦୃଶ୍ୟ ତୋରଣ, ଅାକର୍ଷଣୀୟ ସାଜସଜ୍ଜା। ଚିକ୍ମିକ୍ ଲାଇଟ୍ରେ ଝଲସୁଛି ତୋରଣ। ରାତି ପାହିଲେ ଅଗ୍ରଗଣ୍ୟଙ୍କ ପୂଜା। ଅାଉ ତା ପୂର୍ବରୁ ସଜେଇ ହୋଇଛି ଜଟଣୀ ସହର। ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଜଟଣୀରେ ଏ ବର୍ଷ ଛୋଟବଡ଼଼ ପ୍ରାୟ ୨୦୦ଟି ମଣ୍ଡପରେ ପୂଜା ପାଇବେ ବିଘ୍ନ ବିନାଶକ। ଏଥିପାଇଁ ପୂଜା କମିଟି ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି। ଶିଳ୍ପ ନଗରୀ ତାଳଚେରରେ ବି ୧୩ ଦିନ ଧରି ମହାସମାରୋହରେ ଚାଲିବ […]
ଷ୍ଟକ୍ହୋମ୍: ଇରାକର ନାଦିଆ ମୁରାଦ ଓ କଙ୍ଗୋର ଡାକ୍ତର ଡେନିସ୍ ମୁକୱେଗିଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦିଆଯିବ। ଦୁଷ୍କର୍ମ ପୀଡ଼ିତାଙ୍କ ଉଦ୍ଧାର, ଥଇଥାନ ଓ ସେଭଳି ଘଟଣାକୁ ରୋକିବା ପାଇଁ ଉଲ୍ଳେଖନୀୟ ପଦକ୍ଷେପ ନେଇଥିବାରୁ ଏମାନଙ୍କୁ ସମ୍ମାନିତ କରାଯିବ ବୋଲି ନୋବେଲ୍ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ନାଦିଆ ମୁରାଦ ମାତ୍ର ୨୫ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି। ୨୦୧୪ ମସିହାରେ ନାଦିଆଙ୍କ ସହ ତାଙ୍କ ପରିବାର ଲୋକମାନଙ୍କୁ ଆଇଏସ୍ଆଇଏସ୍ ପକ୍ଷରୁ ଅପହରଣ କରି ନିଆଯାଇଥିଲା। […]
ହାଇଦ୍ରାବାଦ୍ : ଚୋର ବ୍ୟବହାର କରୁଥିଲା ସୁନା ଟିଫିନ୍ । ପ୍ରତିଦିନ ସୁନା ଟିଫିନ୍ରେ ଖାଉଥିଲା ଚୋର। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ କଥା। ହାଇଦ୍ରାବାଦ୍ର ଏକ ଚୋର ପାଖରୁ ଏଭଳି ତଥ୍ୟ ମିଳିଛି। ନିଜାମଙ୍କ ସଂଗ୍ରହାଳୟରୁ ଚୋରି ହୋଇଥିବା ସୁନା ଟିଫିନ୍ର ରହସ୍ୟ ଭେଦ କରିଛି ପୁଲିସ। ନିଜାମଙ୍କ ଏହି ବହୁ ମୂଲ୍ୟ ଟିଫିନ୍କୁ ନିଜାମ କେବେ ବ୍ୟବହାର କରିନଥିଲେ। କିନ୍ତୁ ଚୋରି ପରେ ଏହାକୁ ଚୋର ଖାଇବା ପାଇଁ ବ୍ୟବହାର କରୁଥିଲା। […]