ଜୟପୁର: ବାୟୁସେନାର ଲଢୁଆ ବିମାନ MiG-27 ଦୁର୍ଘଟଣାଗ୍ରସ୍ତ। ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ଅଘଟଣ ଘଟିଛି। ଏଥିରେ ଲଢୁଆ ବିମାନଟି ପୁରା ଜଳି ଯାଇଛି। ତେବେ ପାଇଲଟ ଓ କୋ-ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି। ସେମାନେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଘଟଣାସ୍ଥଳରେ ବାୟୁ ସେନାର ଅଧିକାରୀ ପହଞ୍ଚିଛନ୍ତି। ବିମାନଟି ବାୟୁସେନାର ଯୋଧପୁର ଏୟାର୍ବେସ୍ରୁ ଉଡାଣ ଭରି ଥିଲା। ରୁଟିନ୍ ଉଡ଼ାଣ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାର କୋର୍ଟ ଅଫ୍ ଇନ୍କ୍ୱାରି ନିର୍ଦ୍ଦେଶ […]
ହାଇଦ୍ରାବାଦ: ହାଇଦ୍ରାବାଦ ନିଜାମ୍ ମ୍ୟୁଜିଅମ୍ରୁ ଚୋରି। ହାଇଦ୍ରାବଦ ପୁରୁଣା ହାଭେଲି ସ୍ଥିତ ଏହି ମ୍ୟୁଜିଅମ୍ରୁ ସୁନା ଟିଫିନ୍ ବାକ୍ସ (ଯାହାର ଓଜନ ୨ କି.ଗ୍ରା.), ହୀରା ଖଚିତ କପ୍, ପ୍ଲେଟ୍ ଓ ଚାମଚ୍ ସମେତ ଅନେକ କଳାକୃତି ଯାହାକି ନିଜାମ୍ ଯୁଗର ବୋଲି କୁହାଯାଉଛି ସବୁ ଚୋରି ହୋଇଯାଇଛି। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି ଆକଳନ କରାଯାଉଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ମ୍ୟୁଜିୟମ୍ର […]
ଖୋର୍ଦ୍ଧା : ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅାଇଅାଇସି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା IIC ସଞ୍ଜୀବ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ , ଆଜି ସନ୍ଧ୍ୟାରେ ସ୍ଥାନୀୟ କୁଦିଆରୀ ଗ୍ରାମର ଜଣେ ଯୁବକଙ୍କୁ ଏକ ଜମିଜମା ମାମଲା ସମାଧାନ ଆଳରେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ଯୁବକ ତାଙ୍କୁ ଏହି ଟଙ୍କା ଦେବା […]
ହାଇଦ୍ରାବାଦ: କୁହାଯାଏ କର୍ମ ହିଁ ଭଗବାନ। କର୍ତ୍ତବ୍ୟ ଆଗରେ ସମ୍ପର୍କ ବି ସଜ୍ଞା ହୀନ ହୋଇପଡ଼େ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ଏକ ସାଧାରଣ ସଭାସ୍ଥଳରେ। ଗୋଟିଏ ବିଭାଗରେ ବାପା କନିଷ୍ଠ ଅଫିସର ଥିବାବେଳେ ସେହି ବିଭାଗରେ ତାଙ୍କ ଝିଅ ଉଚ୍ଚ ଅଫିସରେ ଭାବେ ଡ୍ୟୁଟି କରୁଥିଲେ। ଘଟଣା ଅନୁଯାୟୀ ସଂଯୋଗବଶତଃ ତେଲେଙ୍ଗାନାର ଏକ ସାଧାରଣ ସଭାରେ ଉଭୟଙ୍କ ଭେଟ ହୋଇଯାଇଥିଲା। ଏଠାରେ ବାପା ଜଣଙ୍କ ନିଜ କର୍ତ୍ତବ୍ୟକୁ ଭୁଲିନଯାଇ ପ୍ରୋଟୋକଲ ଦୃଷ୍ଟିରୁ ଝିଅକୁ ସାଲ୍ୟୁଟ୍ କରିଥିଲେ। […]
ଭୁବନେଶ୍ୱର : ଅାସନ୍ତା ୫ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ। ଏଭଳି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ବିଶେଷ କରି ଉତ୍ତର ଓଡିଶା ଓ ଉତ୍ତର ଅାଭ୍ୟନ୍ତରୀଣରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ଅାସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାର ଅଧିକାଂଶ […]
ନୂଆଦିଲ୍ଲୀ : ଦାବି ପୂରଣ ପାଇଁ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଅାମରଣ ଅନଶନ ନବମ ଦିନରେ ପହଞ୍ଚିଛି। ମେଡିକାଲ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ ଯାଇଥିଲେ ମଧ୍ୟ ସେଥିପାଇଁ ସେ ଅନୁମତି ଦେଇ ନଥିଲେ। ଏପରିକି ଅନଶନ ଯୋଗୁଁ ତାଙ୍କର ମୃତ୍ୟୁ ହେବାର ଅାଶଙ୍କା କରି ସେ ଇଚ୍ଛାପତ୍ର ଘୋଷଣା କରିଛନ୍ତି। ଏଥିରେ ତାଙ୍କର ବାପା, ମାଆ ଓ ୧୪ ଜଣ ପଟିଦାର ଯୁବକଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ତିନି ବର୍ଷ ତଳେ […]
ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷରେ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୦୧୭ ଅଗଷ୍ଟ ସୁଦ୍ଧା ୩.୧୭ କୋଟି ଆୟକର ରିଟର୍ଣ୍ଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୫.୪୨ କୋଟିରେ ପହଞ୍ଚିଛି। ମନ୍ତ୍ରାଳୟ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ୩ କୋଟିରୁ ଅଧିକ ବେତନଭୋଗୀ କର୍ମଚାରୀ ଆୟକର ରିଟର୍ଣ୍ଣ ଫାଇଲ୍ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରିଟର୍ଣ୍ଣ ଫାଇଲ୍ ବୃଦ୍ଧି ପାଇବାର କାରଣ […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଏସ.ଡୁଣ୍ଡୁରିବାଡ଼ି ନିକଟ ଡିହପଦର ଗାଁରେ ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ବାଞ୍ଛାନିଧି ଗୌଡ଼। ଛେଳି ଚୋରିକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ବାଞ୍ଚାନିଧିଙ୍କୁ ସେହି ଗ୍ରାମର ଗଙ୍ଗା ସେଠୀ ଓ ଅଙ୍ଗାର ମଳିକ ହତ୍ୟା କରିଥିବା ନେଇ ସୋରଡ଼ା ଥାନାରେ ମାମଲା ରୁଜୁ ହୋଇଛି। ଏକ ଧାରୁଅା ଅସ୍ତ୍ରରେ ବାଞ୍ଛାନିଧିକୁ ହତ୍ୟା କରି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ […]
ନୂଆଦିଲ୍ଲୀ: ପ୍ରଥମେ ବାଇକ୍ ତା’ ପରେ କାର୍, ଆଉ ଏବେ ଏହା ସିଧା ଯାଇ ପହଞ୍ଚିଛି ଉଡ଼ାଜାହାଜରେ। ନିକଟରେ ସାରା ବିଶ୍ୱର ନିଦ ହଜାଇଦେଇଥିବା କିକି ଚ୍ୟାଲେଞ୍ଜ କବଳରୁ ରକ୍ଷା ପାଇପାରୁନାହାନ୍ତି ଯୁବପିଢ଼ି। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ବି ନିଆଯାଉଛି। କିନ୍ତୁ ଲୋକମାନଙ୍କର ଏହି ପାଗଳାମୀ ରୋକି ହେଉନାହିଁ। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ଏଥର ଜଣେ ପାଇଲଟ୍ ଏହି ଚ୍ୟାଲେଞ୍ଜକୁ […]
ଢେଙ୍କାନାଳ : ଘରେ ପଶି ଯୁବକଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ସହରରେ। ଢେଙ୍କାନାଳ ସହର ମୀନାବଜାରରେ ମଣ୍ଟୁ ପାତ୍ର ନାମକ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି। ମଣ୍ଟୁ ଏକ ସୁନା ଦୋକାନ କରିଥିଲେ। ଘରେ ଶୋଇଥିବା ବେଳେ ତାଙ୍କୁ ତଣ୍ଟିକାଟି ହତ୍ୟାକରାଯାଇଥିବା ଜଣାପଡ଼ିଛି। ତେବେ କିଏ ଓ କଣ ପାଇଁ ତାଙ୍କୁ ହତ୍ୟା କଲା, ଏହା କିଛି ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ […]
ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ଦମ୍ଦାର ବିଜୟ ହୋଇଛି। କୋଲକାତା ନାଇଟ୍ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୭ ଓ୍ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୭୮ରନ୍ ହାସଲ କରିଥିଲା । ୧୭୯ ରନ୍ ଟାର୍ଗେଟକୁ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ଓଭର ଏବଂ ଗୋଟିଏ ବଲ୍ ଥାଇ ଜିତି ନେଇଛି। ୧୮ ଓଭର ୫ଟି ବଲରୁ ୧୮୦ରନ୍ ସଂଗ୍ରହ କରିଥିଲା […]