Advertisment

ସୀମାରେ ଅନୁପ୍ରବେଶ କରିବା ପାଇଁ ଅପେକ୍ଷା କରିଛନ୍ତି ୩୦୦ ଆତଙ୍କବାଦୀ?

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଏଲଓସିରେ ନୁହେଁ ବରଂ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ୪୦ ରୁ ଅଧିକ ଆତଙ୍କବାଦୀ ରହିଥିବା ନେଇ ସୂଚନା ମିଳିଛି। ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ଜୈସ୍‌-ଇ-ମହମ୍ମଦ ଭଳି ପ୍ରମୁଖ ଆତଙ୍କବାଦୀ ସଙ୍ଗଠନ ରହିଥିଲେ ମଧ୍ୟ ପାକିସ୍ତାନ ଅଲ୍‌ବାଦର ନାମକ ଏକ ନୂଆ ସଙ୍ଗଠନ ସୃଷ୍ଟି କରିଛି ।

author-image
Sarbeswar
ସୀମାନ୍ତରେ ପୁଣି ଗୁଳିବର୍ଷା; ୨ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

Terrorist attack

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା ଏଲଓସିରେ ପୁଣି ଥରେ ସକ୍ରିୟ ହେବାକୁ ଲାଗିଲାଣି ଆତଙ୍କୀ କ୍ୟାମ୍ପ। ସ୍ଥିତି ଏମିତି ହେଲାଣି ଯେ, ସୀମାରେ ଅନୁପ୍ରବେଶ କରିବାକୁ ପାଖାପାଖି ୩୦୦ ଆତଙ୍କବାଦୀ ଚେଷ୍ଟା କରିଥିବା ନେଇ ସୂଚନା ମିଳିଛି। ଏମିତି ସୀମା ସେପଟେ ଥାଇ ମଧ୍ୟ କେମିତି ଦେଶରେ ଅଶାନ୍ତି ସୃଷ୍ଟି ହେବ ସେନେଇ ଷଡ଼ଯନ୍ତ୍ର କରୁଥିବା ନେଇ ଚର୍ଚ୍ଚା ହେଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ. ବର୍ତ୍ତମାନ ସମୟରେ ପାକିସ୍ତାନ ଏଲଓସିରେ ୧୪ ଟି ଲଂଚ୍‌ ପ୍ୟାଡ଼୍‌କୁ କାର୍ଯ୍ୟକ୍ଷମ କରାଇ ଆତଙ୍କୀ କାର୍ଯ୍ୟକ୍ରମ ଚଲାଇଛି। ଟଙ୍ଗଧର, ନୌଗାମ, ଉରି, ପୁଞ୍ଚ ଓ ପଲୱାନ ଅଞ୍ଚଳରେ ଗୋଟିଏ ଲେଖାଏ ଲଞ୍ଚ ପ୍ୟାଡ ରହିଥିଲା ବେଳେ ମଚ୍ଚଲ, କ୍ରିଷ୍ଣାଘାଟି ଓ ନୌସେରା ଅଞ୍ଚଳାରେ ଦୁଇଟି ଲେଖାଏ ଲଞ୍ଚ ପ୍ୟାଡ ରହିଛି । ଯାହାକି ଭାରତ ପାଇଁ ବିପଦ ଘନାଉଛି।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଏଲଓସିରେ ନୁହେଁ ବରଂ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ୪୦ ରୁ ଅଧିକ ଆତଙ୍କବାଦୀ ରହିଥିବା ନେଇ ସୂଚନା ମିଳିଛି। ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ଜୈସ୍‌-ଇ-ମହମ୍ମଦ ଭଳି ପ୍ରମୁଖ ଆତଙ୍କବାଦୀ ସଙ୍ଗଠନ ରହିଥିଲେ ମଧ୍ୟ ପାକିସ୍ତାନ ଅଲ୍‌ବାଦର ନାମକ ଏକ ନୂଆ ସଙ୍ଗଠନ ସୃଷ୍ଟି କରିଛି । ଏଲ୍‌ଓସି ନିକଟ ଆଥମୁକାମ ଓ ଶାରଡି ଠାରେ ଏହି ଅଲ୍‌ବାଦର ଆତଙ୍କୀ କ୍ୟାମ୍ପ ରହିଛି। ହେଲେ ବାରମ୍ବାର ଚେତାବନୀ ପରେ ମଧ୍ୟା ପାକିସ୍ତାନ ସୁଧୁରିବାରେ ନା ନେଉନାହିଁ। ସୀମାରେ କେମିତି ଅସ୍ଥିରତା ସୃଷ୍ଟି ହେବ ସେନେଇ ଚକ୍ରାନ୍ତ କରୁଛି ପାକିସ୍ତାନ।

Advertisment

ଏପଟେ, ସ୍ଥିତିକୁ ନଜରରେ ରଖି ଭାରତୀୟ ସେନା ମଧ୍ୟ ସଜାଗ ହୋଇଛି। କୁହାଯାଉଛି କେନ୍ଦ୍ର ସରକାର ଯେଉଁ ନିୟମ କରିଛନ୍ତି ତାହା କେବଳ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ। ଏଣିକି ଜାମ୍ମୁ-କାଶ୍ମୀରରେ ଯେଉଁମାନେ ସୁରକ୍ଷାକର୍ମୀଙ୍କୁ ପଥର ମାଡ଼ କରୁଛନ୍ତି ସେମାନଙ୍କୁ ମିଳିବ ନାହିଁ ନିସ୍ତାର। ଯେଉଁ ବ୍ୟକ୍ତିମାନେ ଏପରି କାମ କରୁଛନ୍ତି ସେମାନଙ୍କୁ ସରକାରୀ ଚାକିରି ମିଳିବ ନାହିଁ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି ଯେ, କାରଣ ଜାମ୍ମୁରେ ବାରମ୍ବାର ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ଼ ହେଉଛି। ଆଉ ଏଥିରେ ଅନେକ ଯୱାନ ମଧ୍ୟ ନିହତ ହେଉଛନ୍ତି ଓ କିଛି ଆହତ ମଧ୍ୟ ହେଉଛନ୍ତି। ତେଣୁ ସେମାନଙ୍କୁ ଉଚିତ୍‌ ଶାସ୍ତି ଦେହା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ ବରଂ ଏପରି ଲୋକମାନଙ୍କର ପାସପୋର୍ଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିୟମ ଲାଗୁ ନେଇ ଆଦେଶନାମା ମଧ୍ୟ ଜାରି ହୋଇଛି।

India LoC JammuKashmir
Advertisment
Advertisment