/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627884310.jpg)
Kapil and Bharti
ମୁମ୍ବାଇ : ଯେବେ କମେଡି କିଙ୍ଗ୍ କପିଲ ଶର୍ମା ଓ ଭାରତୀ ସିଂ ଏକାଠି ନଜର ଆସିଥାନ୍ତି ସେଇଠି ହସି ହସି ବେଦମ ହୋଇଯାନ୍ତି ଦର୍ଶକ । କପିଲ ଶର୍ମା ଏବଂ ଭାରତୀ ସିଂ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଉଭୟଙ୍କର ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଭାରତୀ ଓ କପିଲଙ୍କୁ ଭେଟିବା ପାଇଁ ତାଙ୍କର ଜଣେ ଫ୍ୟାନ୍ ମଝି ରାସ୍ତାରେ ଆସି ପହଞ୍ଚି ଯାଇଥିଲେ । ସେହି ସମୟ ମଧ୍ୟରେ ଉଭୟ କପିଲ ଓ ଭାରତୀ ଏପରି କିଛି କଲେ ଯେ ଫ୍ୟାନ୍ସ ଜଣଙ୍କ ନିଜ ହସକୁ ବନ୍ଦ କରି ପାରିଲେ ନାହିଁ । ଏନେଇ ଦୁଇଜଣ ନିଜର ଇନଷ୍ଟାଗ୍ରାମ ଷ୍ଟୋରିଜରେ ଏକ ଭିଡିଓ ସେୟାର କରିଛନ୍ତି । ଦୁଇଜଣଙ୍କର ଏହି ଭିଡିଓ ଖୁବ୍ ଭାଇରଲ୍ ହେବାରେ ଲାଗିଛି ।
ସେୟାର ହୋଇଥିବା ଭିଡିଓରେ କପିଲ ଶର୍ମା ଏବଂ ଭାରତୀ ସିଂ ଏକ ଭାଇରାଲ ହିଟ୍ ଗୀତ 'ବସପନ କା ପ୍ୟାର' ଗୀତ ଗାଇଥିବାର ନଜର ଆସିଛନ୍ତି । ଫ୍ୟାନ୍ ଜଣକ ଫଟୋ ଉଠାଇବାକୁ ଆସିଥିବା ବେଳେ ତାଙ୍କ ଗୀତ ଶୁଣି ସେଠାରୁ ହସି ହସି ଦଉଡି ପଳାଇଥିଲେ । ଭିଡିଓରେ ଆପଣ ଦେଖିପାରିବେ ଯେ କପିଲ ଏବଂ ଭାରତୀ ଏକ କାରରେ ବସି ‘ବସପନ କା ପ୍ୟାର’ ଗାଉଛନ୍ତି । ତା’ପରେ ସେ କ୍ୟାମେରାକୁ ତାଙ୍କ ପ୍ରଶଂସକଙ୍କ ଆଡକୁ ବୁଲାଇଥିଲେ, ଯାହା ଦେଖି ତାଙ୍କ ପ୍ରଶଂସକ ପଳାଇ ଯାଇଥିଲେ । ଏହି ସମୟରେ ଭାରତୀ ତାଙ୍କୁ ଆପଣ କେଉଁଠାକୁ ଯାଉଛନ୍ତି ବୋଲି ପଚାରିଥିଲେ ଓ ଫଟୋ ଗୋଟେ ଉଠାଅ। ବୋଲି କହିଥିଲେ " ।
କପିଲ ଶର୍ମା ଏବଂ ଭାରତୀ ସିଂ 'ବସପନ କା ପ୍ୟାର' ଗୀତକୁ ଏତେ ଜୋରରେ ଆଉଅ ମଜ୍ଜାଳିଆ ଭାବେ ଗାଉଛନ୍ତି ଯେ ଯିଏ ଶୁଣିବ ସିଏ ହସି ହସି ଗଡିଯିବ । ଏହା ପୂର୍ବରୁ ଭାରତୀ ସିଂଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ନୋରା ଫତେହି ଏବଂ ଭାରତୀ ସିଂ ମୁହାଁମୁହିଁ ହୋଇଥିଲେ । ଉଭୟ ସୁପରହିଟ୍ ଗୀତ 'ୟେ ମେରା ଦିଲ୍ ପ୍ୟାର୍ କା ଦିୱାନା'ରେ ହର୍ଷ ଲିମ୍ବାଚିୟାଙ୍କ ସହ ନାଚୁଥିବାର ନଜର ଆସିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)