Advertisment

କରୋନା ଭାଇରସ୍ ହେବ ଆହୁରି ଘାତକ ; ୩ ଜଣରେ ଜଣକୁ ନେବ

କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଯାଇଛି। ଅନେକ ଦେଶରେ ଏହାର ନୂତନ ଭାରିଆଣ୍ଟ୍‌ (ରୋନାଭାଇରସ୍ ଭାରିଆଣ୍ଟସ୍) ଅଧିକ କ୍ଷତି ଘଟାଉଛି। ଏହି ସମୟରେ, ବ୍ରିଟିଶ ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନରେ ଦାବି କରିଛନ୍ତି ଯେ କରୋନା ଜୀବାଣୁର ପରବର୍ତ୍ତୀ ଭାରିଆଣ୍ଟ୍‌ ଅଧିକ ମାରାତ୍ମକ ହୋଇପାରେ।

author-image
Pramod Behera
ଅଦ୍ୟତନ ହୋଇଛି
କରୋନା ଭାଇରସ୍ ହେବ ଆହୁରି ଘାତକ ; ୩ ଜଣରେ ଜଣକୁ ନେବ

Corona New Variant

ଲଣ୍ଡନ : କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଯାଇଛି। ଅନେକ ଦେଶରେ ଏହାର ନୂତନ ଭାରିଆଣ୍ଟ୍‌ (ରୋନାଭାଇରସ୍ ଭାରିଆଣ୍ଟସ୍) ଅଧିକ କ୍ଷତି ଘଟାଉଛି। ଏହି ସମୟରେ, ବ୍ରିଟିଶ ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନରେ ଦାବି କରିଛନ୍ତି ଯେ କରୋନା ଜୀବାଣୁର ପରବର୍ତ୍ତୀ ଭାରିଆଣ୍ଟ୍‌ ଅଧିକ ମାରାତ୍ମକ ହୋଇପାରେ। ତାଙ୍କ କହିବାନୁସାରେ, ଏହା ଏତେ ମାରାତ୍ମକ ହେବ ଯେ ଏହା ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ଜୀବନ ନେଇପାରେ। ଲଣ୍ଡନସ୍ଥିତ ବୈଜ୍ଞାନିକ ପରାମର୍ଶଦାତା ଜରୁରୀକାଳୀନ ଗୋଷ୍ଠୀ ଅନୁସନ୍ଧାନ ସମ୍ବନ୍ଧରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି।

Advertisment

ପ୍ରକାଶିତ ଅନୁସନ୍ଧାନୀ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଭବିଷ୍ୟତରେ ଆସୁଥିବା କରୋନା ଜୀବାଣୁର ଭାରିଆଣ୍ଟ୍‌ ମର୍ସ ଭାରିଆଣ୍ଟ୍‌ ଅପେକ୍ଷା ଅଧିକ ମାରାତ୍ମକ ହେବ। ଏହି ଭାରିଆଣ୍ଟର ମୃତ୍ୟୁ ହାର ବର୍ତ୍ତମାନ ୩୫ ପ୍ରତିଶତ ରହିଛି।

Advertisment

ଅନୁସନ୍ଧାନୀ ପତ୍ରରେ ବୈଜ୍ଞାନିକ ଦଳ ପରାମର୍ଶ ଦେଇଛନ୍ତି ଯେ ଯେଉଁ ପ୍ରାଣୀମାନଙ୍କ ମାଧ୍ୟମରେ କରୋନା ଜୀବାଣୁର ଏକ ନୂତନ ଭାରିଆଣ୍ଟ ଉତ୍ପନ ହେବାର ଆଶଂକା କରାଯାଏ, ସେମାନଙ୍କୁ ହତ୍ୟା କରିଦେବା ନଚେତ ଟିକା ଦିଆଯିବା ଉଚିତ। ଏଭଳି ପରିସ୍ଥିତିରେ ଜୀବାଣୁର ନୂତନ ଭାରିଆଣ୍ଟଗୁଡିକ ଏହି ପ୍ରାଣୀମାନଙ୍କରେ ବୃଦ୍ଧି ପାଇବାକୁ ରୋକାଯାଇପାରିବ। ଏହି ପଶୁମାନଙ୍କ ମାଧ୍ୟମରେ, ନୂତନ ଭାରିଆଣ୍ଟ ମନୁଷ୍ୟକୁ ବ୍ୟାପିଥାଏ।

ବୈଜ୍ଞାନିକମାନେ ମଧ୍ୟ ସେମାନଙ୍କ ଅନୁସନ୍ଧାନରେ ଚେତାବନୀ ଦେଇଛନ୍ତି ଯେ ଯଦି କରୋନା ଭାଇରସ୍‌ର ଆଗାମୀ ଭାରିଆଣ୍ଟ ବର୍ତ୍ତମାନ ଉପସ୍ଥିତ ଥିବା ବିଟା, ଆଲ୍‌ଫା କିମ୍ବା ଡେଲ୍‌ଟା ଭାରିଆଣ୍ଟର ମିଶ୍ରଣ ସ୍ୱରୂପ ହୁଏ ତେବେ କୋଭିଡ୍‌-୧୯ ଟିକା ମଧ୍ୟ ଏହା ଉପରେ ପ୍ରଭାବହୀନ ହୋଇପାରେ। ଏହାଦ୍ୱାରା ମୃତ୍ୟୁ ହାର ବୃଦ୍ଧି ପାଇପାରେ। ତେବେ, ଏହି ପରବର୍ତ୍ତୀ ସମ୍ଭାବ୍ୟ ଭାରିଆଣ୍ଟ୍‌ର ନାମ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ। କିନ୍ତୁ ଏହାକୁ ଏକ ସୁପର୍‌ ମ୍ୟୁଟାଣ୍ଟ୍‌ ଭାରିଆଣ୍ଟ କୁହାଯାଇଛି।

ବୈଜ୍ଞାନିକମାନେ କହିଛନ୍ତି ଯେ ବର୍ତ୍ତମାନର କରୋନା ଭାଇରସ୍ ଟିକା କେବଳ ସେ ପର୍ଯ୍ୟନ୍ତ ପ୍ରଭାବ ପକେଇବ ଯେପର୍ଯ୍ୟନ୍ତ ଅତିରିକ୍ତ ଶକ୍ତିଶାଳୀ କରୋନା ଭାରିଆଣ୍ଟ୍‌ ନ ଆସିଛି। କିନ୍ତୁ ଏହି ଟିକା କରୋନା ଭାଇରସଜନିତ ସୃଷ୍ଟି ହୋଇଥିବା ରୋଗକୁ ସମ୍ପୂର୍ଣ୍ଣ ଭାବେ ରୋକ୍ ଦେବାରେ ବିଫଳ ହେବ। ଏଭଳି ପରିସ୍ଥିତିରେ କରୋନା ଭାଇରସ୍‌ର ନୂତନ ଭାରିଆଣ୍ଟ ଅଧିକ ମାରାତ୍ମକ ହୋଇପାରେ। ଏଥି ସହିତ ବ୍ରିଟେନ୍‌ରେ କରୋନା ଭାଇରସ୍‌ର ସ୍ଥିତିକୁ ନେଇ ନେତାମାନେ କହିଛନ୍ତି ଯେ ସରକାର ଏବେ ସନ୍ତୁଷ୍ଟ ହେବା ଉଚିତ ନୁହେଁ। କାରଣ ବ୍ରିଟେନ୍‌ ବର୍ତ୍ତମାନ ସୁଦ୍ଧା କରୋନାର ତୃତୀୟ ଲହରରୁ ସୁସ୍ଥ ହେଉଛି।

COVID-19 Corona News Corona New Variant
Advertisment
Advertisment