• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆଫଗାନିସ୍ତାନରେ ସରକାର ଗଠନ ପାଇଁ ସଂଘର୍ଷ । ନିଜ ନିଜ ଭିତରେ ଲଢ଼େଇ ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି । ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବାର ପାଞ୍ଚ ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏକ ନୂତନ ସରକାର ଗଠନ କରିପାରି ନାହାନ୍ତି ତାଲିବାନୀ । ତାଲିବାନ ଏବଂ ହକ୍କାନୀ ଗୋଷ୍ଠୀର ନେତାମାନେ କ୍ଷମତା ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ ଆରମ୍ଭ କରିଦେଇଛନ୍ତି ବୋଲି କୁହାଯାଉଛି । ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବଂ ହକ୍କାନୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି ।

ଆଫଗାନିସ୍ତାନ ଖବରକାଗଜ ପଞ୍ଜଶୀର ଅବଜରଭର ଅନୁସାରେ ଅନସ୍ ହକ୍କାନୀଙ୍କ ପକ୍ଷରୁ ଗୁଳି ମାଡ଼ ହୋଇଛି । ଆଉ ଏହି ଗୁଳିମାନରେ ମୁଲ୍ଲା ଅବଦୁଲ ଘନି ବରାଦର ଆହତ ହୋଇଛନ୍ତି । ବରଦାର ବର୍ତ୍ତମାନ ପାକିସ୍ତାନରେ ଚିକିତ୍ସିତ ହେଉଛନ୍ତି ବୋଲି ରିପୋର୍ଟରେ ପ୍ରକାଶିତ ହୋଇଛି । ତେବେ ବର୍ତ୍ତମାନ ସମୟରେ ସମସ୍ତ ତଥ୍ୟଗୁଡିକ ସ୍ପଷ୍ଟ ହୋଇପାରି ନାହିଁ ।

ସେପଟେ ତାଲିବାନୀ ସଂଗଠନରେ ନିଜ ନିଜ ମଧ୍ୟରେ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ପାକିସ୍ତାନ ନିଜର ଆଇଏସଆଇ ଚିଫ୍ ଲେଫ୍ଟ ଜେନେରାଲ ଫୈଜ ହମିଦଙ୍କୁ କାବୁଲକୁ ପଠାଇଛି । ସଂଘର୍ଷର ଆପୋଷ ସମାଧାନ ପାଇଁ ଆଇଏସଆଇ ଚିଫକୁ ପଠାଯାଇଛି ବୋଲି ଦାବି କରାଯାଉଛି । ନୂଆ ସରକାରରେ ହକ୍କାନୀ ଗୋଷ୍ଠୀ ପ୍ରତିରକ୍ଷା ମନ୍ତ୍ରୀ ପଦ ଦାବି କରୁଛନ୍ତି । ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ହେଉଛି ହକ୍କାନି ନେଟୱାର୍କର ମୁଖ୍ୟ ସଂରକ୍ଷକ । ଅଲ-କାଏଦା ସହ ଘନିଷ୍ଠ ସମ୍ପର୍କ ଥିବାରୁ ଏହି ସଂଗଠନକୁ ଆତଙ୍କବାଦୀ ଶ୍ରେଣୀରେ ରଖାଯାଇଛି ।

ମୁଲ୍ଲା ଅବଦୁଲ ଘନି ବାରାଦର, କ୍ୱେଟା ଶୁରା, ମୂଲ୍ଲା ୟାକୁବ, ମୂଲ୍ଲା ଓମାରଙ୍କ ବଡ ପୁଅ ଏବଂ ହକାନି ଗୋଷ୍ଠୀ ମଧ୍ୟରେ ମତଭେଦ ଦୂର କରିବା ଫୈଜ ହମିଦଙ୍କ କାବୁଲ ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି । ସେହିପରି ତାଲିବାନ ଦଳ ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି ଯାହା ତାଙ୍କ ସରକାର ଗଠନରେ ବିଳମ୍ବ କରୁଛି । ଏହାପୂର୍ବରୁ ଖବର ପାଇଥିଲା ମୂଲ୍ଲା ବାରଦାର ତାଲିବାନ ସରକାରର ନେତୃତ୍ୱ ନେବେ । କିନ୍ତୁ ବର୍ତ୍ତମାନ ମୁଲ୍ଲା ବାରଦର ଦଳ ଏବଂ ହକ୍କାନୀ ନେଟୱାର୍କ ମଧ୍ୟରେ ତିକ୍ତତା ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି ।