ପକ୍ଷୀ ପ୍ରେମରେ ବାୟା ହେଲେ ଯୁବକ। ନିଜ ଜୀବନକୁ ବାଜି ଲଗାଇ ପକ୍ଷୀକୁ ଉଦ୍ଧାର ବି କଲେ। ଆଉ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଭିଡ଼ିଓ।
ଅନେକ ସମୟରେ ଦେଖାଯାଏ ପମ୍ପ କର୍ମଚାରୀମାନେ ମିଟର କଂଟାରେ ଏପଟ ସେପଟେ କରିଦିଅନ୍ତି। ଆଉ ଫଳ ସ୍ୱରୂପ ୧୦୦ ଟଙ୍କାରେ ପେଟ୍ରୋଲ ପକାଇଲେ ବି ସେତିକି ଟଙ୍କାରେ ଆପଣ ତେଲ ପାଇନଥାନ୍ତି। ତେଣୁ ଆପଣମାନେ ଧ୍ୟାନର ସହ ଦେଖନ୍ତୁ ଆପଣ ଯେତିକି ଟଙ୍କାରେ ତେଲ ଭରିବା ଲାଗି କହିଛନ୍ତି କର୍ମଚାରୀ ସେତିକି ପରିମାଣରେ ତେଲ ମିଟର୍ କଂଟାରେ ସେଟ୍ କରୁଛନ୍ତି କି ନାହିଁ?
ଶାନ୍ତିପୂର୍ଣ୍ଣ ଉପାୟରେ ଆଫଗାନିସ୍ତାନରେ ପରିସ୍ଥିତିରେ ସୁଧାର ଆଣିବା ଲାଗି ବ୍ରିକ୍ସ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି। ଗତକାଲି ବିଶ୍ୱର ୫ ଦେଶକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ୧୩ ତମ ବ୍ରିକ୍ସ ସମ୍ମିଳନୀରେ ଏହି ଆହ୍ୱାନ ଦିଆଯାଇଛି।
ଦେଶରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୪,୯୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣଙ୍କ ପ୍ରାଣ ନେଇଛି କରୋନା
ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ। ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମରଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ଭିତରୁ ତାଙ୍କର ମୃତଦେହ ମିଳିଛି। ପୋଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ତାଲିବାନ କହିଥିଲା ଆମେ ବଦଳି ଯାଇଛୁ। ମାନବୀୟ ଢଙ୍ଗରେ ଶାସନ କରିବୁ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ। ତେବେ କାବୁଲରେ ଅନ୍ତରୀଣ ସରକାର ଗଢୁ ଗଢୁ ନିଜ ଅସଲ ରଂଗ ଦେଖାଇଛି ଏହି ଆତଙ୍କୀ ସଂଗଠନ। ବର୍ବରତାର ସବୁ ସୀମା ଟପିଯାଇଛନ୍ତି ଏହାର ଲଢାକୁ
୯୦ ଦଶକରୁ ବର୍ତ୍ତମାନ ଓ ଭାରତୀୟ କ୍ରିକେଟ୍ ବୋର୍ଡର ସଭାପତି ହେବା ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ସବୁବେଳେ ଚର୍ଚ୍ଚାରେ। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଓ ଚମତ୍କାର କ୍ୟାପ୍ଟେନସିପ୍ ଅନ୍ଦାଜ ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ। ଅନ୍ୟ ବାୟୋପିକ ଫିଲ୍ମ ଭଳି ଏହା ମଧ୍ୟ ରୋମାଞ୍ଚକର ହେବ ବୋଲି ସିନେମା ସମୀକ୍ଷକ ଅନୁମାନ କରୁଛନ୍ତି।
ତେଲ ନକଲି। ଚା ନକଲି। ଔଷଧ ବି ନକଲି। ଏବେ ଟିକା ନକଲି କରିବା ଆରମ୍ଭ ହୋଇ ଯାଇଛି। ନକଲି କୋଭିଶିଲ୍ଡ ଚିହ୍ନଟ ପରେ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ନକଲି କୋଭିଡ-୧୯ ଟିକା ଚିହ୍ନଟ କରିବା ଓ ଏହାକୁ ବ୍ୟବହାର ନ କରିବା ପାଇଁ ଅନୁରୋଧ କରାଯାଇଛି
ଆଶ୍ଚର୍ଯ୍ୟ। ପିଲାଟିଏ ଜନ୍ମ ହେବା ପରେ ସୈତାନର ଛୁଆ କହି ଛାଡ଼ିଦେଲା ବାପା। ଆଉ ବାପା ଛାଡ଼ି ଦେବା ପରେ ଏବେ ପିଲାଟିର ଲାଳନପାଳନ ଏକାକୀ କରୁଛନ୍ତି ମାଆ। ଖବର ଅନୁଯାୟୀ, ଆଫ୍ରିକୀୟ ରୁୱାଣ୍ଡା ଦେଶରେ ଜଣେ ମହିଳା 'ବିରଳ' ସନ୍ତାନ ଜନ୍ମ ଦେଇଥିଲେ।
ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ନିଜ ଦଳକୁ କେମିତି ମଜବୁତ୍ କରାଯିବ ସେନେଇ ସବୁ ଦଳର ନେତା ଏବେ ବେଶ୍ ବ୍ୟସ୍ତ। ଆଉ ଏହାରି ମଧ୍ୟରେ ଆଦି ଲକ୍ଷ୍ନୌରେ ପହଞ୍ଚିଛନ୍ତି କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା
ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ
ରାଜସ୍ଥାନ ଜାଲୋରରେ ବାଡମେର୍ ହାଇୱେରେ ଏହି ଏୟାରଷ୍ଟ୍ରିପର ଆରମ୍ଭ ହୋଇଛି । ଏନେଇ ଏକ ସ୍ୱତନ୍ତ୍ର କର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାକିସ୍ତାନ ସୀମାରେ ତିଆରି ହୋଇଥିବା ଏୟାରଷ୍ଟ୍ରିପରେ ସୁଖୋଇ ଓ ଜାଗୁଆର ବିମାନ ଦମ୍ ଦେଖାଇବା ସହ ହାଇୱେରେ ଅବତରଣ କରିଛନ୍ତି ।
ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨ ଘଂଟାରେ ଦେଶରେ ୪୩,୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ଦେଶରେ ୩୩୮ ଜଣଙ୍କ କରୋନାରେ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୧,୩୯,୯୮୧ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୧,୭୪୯ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି।
ମଣିଷ ଛୁଆ ପରି କାନ୍ଦୁଛି ପକ୍ଷୀ । ଅଷ୍ଟ୍ରେଲିଆ ସିଡନିର ତାରୋଙ୍ଗା ଚିଡିଆଖାନାରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ପକ୍ଷୀ । ପକ୍ଷୀଟିର ନାଁ ଇକୋ । ଯିଏ ଅବିକଳ ଛୁଆ କାନ୍ଦିବା ଭଳି ଶଦ୍ଦ କରିଥାଏ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ।
ଆଜି ସୁନା ଓ ରୂପା ଦର ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସୁନା ୧୩୦ ଟଙ୍କା ଅର୍ଥାତ୍ ୦.୨୮% ହ୍ରାସ ଘଟି ପ୍ରତି ୧୦ ଗ୍ରାମକୁ ୪୬,୯୦୮ ଟଙ୍କାରେ କାରବାର ଚାଲିଛି।
କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୨୦୨୧ ଶିକ୍ଷାବର୍ଷର NIRF Ranking ଜାରି କରିଛନ୍ତି । ବେଙ୍ଗଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସକୁ ଶ୍ରେଷ୍ଠ ୟୁନିଭରସିଟିକୁ ମାନ୍ୟତା ମିଳିଛି । ସେହିପରି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭରସିଟି ଏହି ତାଲିକାରେ ଦ୍ୱିତୀୟରେ ରହିଛି । ସେହିପରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି ।
ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କୁ ଝଟ୍କା। ଗୀତିକାର ଜାଭେଦ ଅଖତର୍ଙ୍କ ଦ୍ୱାରା ଦାୟର କରାଯାଇଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିବା ଲାଗି କଙ୍ଗନା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି।
ଆଜି ତାଙ୍କ ଜନ୍ମତିଥିରେ ମନେପଡ଼େ ସହିଦ ବୀର ଯବାନଙ୍କ ବୀରତ୍ୱର ଗାଥା । କାରଗିଲ୍ ଯୁଦ୍ଧରେ ତାଙ୍କର କୋଡ୍ ଥିଲା ’ଶେରଶାହ’ । ଶତ୍ରୁର ଘନଘନ ଗୁଳିବର୍ଷା ଭିତରେ ମୁକ୍ତିର ରଙ୍ଗକୁ ସେ ଫିକା ପଡ଼ିବାକୁ ଦେଇନଥିଲେ । ଦେଶମାତୃକା ଆଉ ସମାଜ ପାଇଁ କାରଗିଲ ହିରୋ ନିଜ ଜୀବନକୁ ଅର୍ଘ୍ୟ ଦେଇ ଦେଇଥିଲେ
ଶିକ୍ଷକଙ୍କୁ ଜିନ୍ସ, ଟି-ସାର୍ଟ ପିନ୍ଧିବା ମନା । ପାକିସ୍ତାନରେ ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରେ ଏହାର ପ୍ରଭାବ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳୁଛି । ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଇମ୍ରାନ ସରକାର
ମୁକ୍ତହସ୍ତରେ ତାଲିବାନ୍ ସରକାରଙ୍କୁ ସାହାଯ୍ୟ କରୁଛି ଚୀନ୍ । ଆଫଗାନିସ୍ତାନରେ ସରକାର ଗଠନର୨୪ ଘଣ୍ଟା ମଧ୍ୟରେ ତାଲିବାନୀଙ୍କ ପାଇଁ ଚୀନ୍ ନିଜର ରାଜକୋଷ ଖୋଲି ଦେଇଛି । ତାଲିବାନୀ ଯେପରି ସୁରୁଖୁରୁରେ ସରକାର ଚଳାଇବା ପାରବେ, ସେଥିପାଇଁ ୩୧୦ଲକ୍ଷ ଡଲାର ସହାୟତା ଘୋଷଣା କରିଛି ଚୀନ୍ । ଏହା ସହିତ ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ପଠାଇଛି ଚୀନ୍
ଏହି କାରଣରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳା, ସାଧାରଣ ଜନତା ଏବଂ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛି ତାଲିବାନ ସରକାର । ତାଲିବାନ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା ହେବା ପରେ ମହିଳାମାନେ କାବୁଲର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରୁଛନ୍ତି ଏବଂ ସରକାରରେ ପଦବୀ ଦାବି କରିଛନ୍ତି ।
କନ୍ଦାହାର ହାଇଜାକ୍ ମାଷ୍ଟରମାଇଣ୍ଡର ପୁଅ ହାତରେ ଆଫଗାନିସ୍ତାନର ପ୍ରତିରକ୍ଷା ଦାୟିତ୍ୱ। ଆଫଗାନିସ୍ତାନରେ ତାଲିବାନ ଏହାର ନୂଆ ସରକାର ଗଠନ କରିଛି। ତାଲିବାନ ସରକାରରେ ହକ୍କାନୀ ନେଟୱର୍କକୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବା ବେଳେ ଏବେ ତାଲିବାନର ପ୍ରତିଷ୍ଠାତା ତଥା କନ୍ଦାହାର ହାଇଜାକ୍ର ମାଷ୍ଟରମାଇଣ୍ଡ ଆତଙ୍କୀ ମୁଲ୍ଲା ଉମରର ପୁଅ ମୁଲ୍ଲା ୟାକୁବକୁ ଆପଗାନିସ୍ତାନର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।
ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର କିଛି ଦିନ ବିତିଗଲାଣି, କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭୁଲିପାରୁ ନାହାନ୍ତି ,ତାଙ୍କ ପ୍ରଶଂସକ ଓ ବନ୍ଧୁ ମାନଙ୍କୁ ଶକ୍ତ ଧକ୍କା ଲାଗିଛି । ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରଶଂସକମାନେ ଅଭିନେତାଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ବଲିଉଡ ଅଭିନେତା ବିଦ୍ୟୁତ୍ ଜମୱାଲ୍ ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ।
ଟି -୨୦ ବିଶ୍ୱକପ୍ ୨୦୨୧ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଭାରତୀୟ ଚୟନକର୍ତ୍ତା ମୁମ୍ବାଇରେ ଟିମ୍ ଘୋଷଣା କରିଛନ୍ତି। ସବୁଠାରୁ ବଡ ଖବର ହେଉଛି ଆର୍ ଅଶ୍ୱିନଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦଳର ପରାମର୍ଶଦାତା କରାଯାଇଛି। ଦଳରେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଇଶାନ କିଶନଙ୍କ ଭଳି ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି।
୧୯୯୦ର ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରଶଂସକ ପାକିସ୍ତାନର ପେସ୍ ଆକ୍ରମଣ ପ୍ରତି ଈର୍ଷା କରୁଥିଲେ। ୱାସିମ୍ ଆକ୍ରାମ, ୱାକର ୟୁନିସ୍ ଏବଂ ଜଣେ ସ୍ପିନର (ମୁଶତାକ୍ ଅହମ୍ମଦ କିମ୍ବା ସାକ୍ଲେନ୍ ମୁସ୍ତାକ) ଙ୍କ ବିଦେଶରେ ଏକ ମ୍ୟାଚ୍କୁ ଟର୍ଣ୍ଣ କରିବାର କ୍ଷମତା ଆମକୁ ଭୟଭୀତ କରିଥିଲା ଯେହେତୁ ଆମେ ସେହି ବିଜୟକୁ ଅପେକ୍ଷା କରିଥିଲୁ।