• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦଶମ ପାସ୍ କରିଥିଲେ ରକ୍ଷା ମନ୍ତ୍ରାଣଳୟରେ ଚାକିରି

 ନୂଆଦିଲ୍ଲୀ:ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରକ୍ଷା ମନ୍ତ୍ରଣାଳୟ ବା (Ministry of Defence) ପକ୍ଷରୁ ଗ୍ରୁପ ସି ପଦବୀ ପାଇଁ ନିଯୁକ୍ତି ପାଇଁ ଆମନ୍ତ୍ରଣ କରିଛି । ଏହି ନିଯୁକ୍ତି ଜରିଆରେ ଷ୍ଟେନୋଗ୍ରାଫର, ଏଲଡିସି, ମେସେଞ୍ଜର ଏବଂ ସଫେଇ କର୍ମଚାରୀ ପଦବୀରେ ନିଯୁକ୍ତି ମିଳିବ। ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଏହି ନିଯୁକ୍ତି ୬ଟି ପଦବୀରେ କରାଯିବ । ଅଧିକ ଜାଣିବା ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

 ମୋଟ୍ ପଦବୀ : ୬

ଷ୍ଟେନୋଗ୍ରାଫର: ୧

ଲୋଏର ଡିଭିଜନ କ୍ଲର୍କ(ଏଲସିଡି): ୧

ମେସେଞ୍ଜର: ୩

ସଫେଇ କର୍ମଚାରୀ: ୧

ଶିକ୍ଷାଗତ ଯୋଗ୍ୟତା:

ଷ୍ଟେନୋଗ୍ରାଫ ଏବଂ ଲୋଏର ଡିଭିଜନ କ୍ଲର୍କ ପାଇଁ ଆଶାୟୀ ପ୍ରାର୍ଥୀ ଦ୍ୱାଦଶ ପାସ୍‌ କରିଥିବା ଜରୁରୀ ଅଟେ । କିନ୍ତୁ ମେସେଞ୍ଜର ଏବଂ ସଫେଇ କର୍ମଚାରୀ ପାଇଁ ୧୦ମ୍‌ ପାସ୍‌ ପ୍ରାର୍ଥୀ ଆବେଦନ କରିପାରିବେ । ତେବେ ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଆବେଦନ କରିବାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି ।

ଦରମା:
ଷ୍ଟେନୋଗ୍ରାଫର ପଦବୀ ପାଇଁ ୨୫,୫୦୦ ଟଙ୍କା,ଲୋଏର ଡିଭିଜନ କ୍ଲର୍କ ପଦବୀ ପାଇଁ ୧୯,୯୦୦ଟଙ୍କା,
ମେସେଞ୍ଜର, ସଫେଇ କର୍ମଚାରୀ: ୧୮,୦୦୦ ଟଙ୍କା ଦରମା ରଖାଯାଇଛି ।

କିପରି କରିବେ ଆବେଦନ:

ପ୍ରାର୍ଥୀ ଫର୍ମ ଭରିବା ପରେ ରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟରେ ନିଜର ଦସ୍ତାବିଜ ଜମା କରିପାରିବେ।