Advertisment

ପୁଣି ଅଡ଼ୁଆରେ ୱାଙ୍ଖଡେ: ପିନ୍ଧୁଛନ୍ତି ୭୦ ହଜାର ଟଙ୍କାର ସାର୍ଟ, ୨ ଲକ୍ଷ ଟଙ୍କାର ଜୋତା !

ସମୀର ୱାଙ୍ଖଡେ ପିନ୍ଧୁଥିବା ଜୋତାର ଦାମ୍‌ ୨ ଲକ୍ଷ ଓ ସାର୍ଟର ଦାମ୍‌ ୫୦ ହଜାର ଟଙ୍କା ବୋଲି ନୱାବ ମଲିକ ଅଭିଯୋଗ କରିଛନ୍ତି। ସମୀର ୱାଙ୍ଖଡେ ଯେଉଁ ଟ୍ରାଉଜର ପିନ୍ଧୁଛନ୍ତି, ତା’ର ଦାମ୍‌ ଲକ୍ଷାଧିକ ଟଙ୍କା। ସେହିପରି ସାର୍ଟର ଦାମ୍‌ ୭୦ ହଜାରରୁ ଅଧିକ ଟଙ୍କା

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Nawab Malik & Sameer Wankhede

Nawab Malik & Sameer Wankhede

ମୁମ୍ବାଇ: ମହାରାଷ୍ଟ୍ର କ୍ରୁଜ୍‌ ଡ୍ରଗ୍ସ ମାମଲାରୁ ଆରମ୍ଭ ହୋଇଥିବା ମନ୍ତ୍ରୀ ନୱାବ ମଲିକ ଓ ଏନ୍‌ସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ମଧ୍ୟରେ ଚାଲିଥିବା ଲଢେଇ ଶେଷ ହେବାର ନାଁ ଧରୁନି। ଏନ୍‌ସିପି ନେତା ନୱାବ ମଲିକ ମଙ୍ଗଳବାର ପ୍ରେସ୍‌ କନଫରେନ୍ସ କରି ପୁଣି ଥରେ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ୍‌ କରିବା ସହ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସମୀର ୱାଙ୍ଖଡେ ପିନ୍ଧୁଥିବା ଜୋତାର ଦାମ୍‌ ୨ ଲକ୍ଷ ଓ ସାର୍ଟର ଦାମ୍‌ ୫୦ ହଜାର ଟଙ୍କା ବୋଲି ନୱାବ ଅଭିଯୋଗ କରିଛନ୍ତି।

Advertisment

ନୱାବ ମଲିକ କହିଛନ୍ତି, ‘୨୦୨୦ରେ ସମୀର ୱାଙ୍ଖଡେ ଆସିବା ପରେ ଏନ୍‌ସିବି ଏକ ମାମଲା ରୁଜୁ କରିଥିଲା। ଏହି କେସ୍‌ରେ ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା, ଅଭିନେତ୍ରୀଙ୍କୁ ହାଜର ହେବାପାଇଁ କୁହାଯାଇଥିଲା। ଆଜି ପର୍ଯ୍ୟନ୍ତ ମଧ୍ୟ ସେ କେସ୍‌ ଚାଲିଛି। ଏପରିକି ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯାଉ ନାହିଁ। ଏମିତି କ’ଣ ଅଛି ଯେ, ୧୪ ମାସ ହେଲା କେସ୍‌ ଚାଲିଛି ଓ ବନ୍ଦ ହେବାର ନାଁ ଧରୁନି। ଏହି କେସ୍‌କୁ ନେଇ ହଜାର ହଜାର କୋଟି ଟଙ୍କା ଆଦାୟ କରାଯାଇଛି। ଏସବୁ ମାଳଦ୍ୱୀପରେ ହୋଇଥିଲା।  

ନୱାବ ଆହୁରି କହିଛନ୍ତି, ‘ଆମେ ୨ଟି ଫଟୋ ସାମ୍ନାକୁ ଆଣିଥିଲୁ। ଗୋଟିଏ ଫଟୋ ମାଳଦ୍ୱୀପ ଓ ଅନ୍ୟଟି ଦୁବାଇର। ତାଙ୍କ ଭଉଣୀ ଦୁବାଇ ଯାଇଥିଲେ ଓ ସେ(ସମୀର ୱାଙ୍ଖଡେ)ମାଳଦ୍ୱୀପରେ ଥିଲେ। ମାଳଦ୍ୱୀପ ଗସ୍ତ ଏତେ ସହଜ ନୁହେଁ। ମାଳଦ୍ୱୀପ ଯିବାକୁ ହେଲେ ୨୦-୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେଣୁ ଏନ୍‌ସିବିର ଭିଜିଲାନ୍ସ ଟିମ୍‌ ଏହାର ଯାଞ୍ଚ କରନ୍ତୁ।’

Advertisment

ନୱାବ ଅଭିଯୋଗ ଆଣି କହିଛନ୍ତି, ‘ସମୀର ୱାଙ୍ଖଡେ ଯେଉଁ ଟ୍ରାଉଜର ପିନ୍ଧୁଛନ୍ତି, ତା’ର ଦାମ୍‌ ଲକ୍ଷାଧିକ ଟଙ୍କା। ସେହିପରି ସାର୍ଟର ଦାମ୍‌ ୭୦ ହଜାରରୁ ଅଧିକ ଟଙ୍କା ହୋଇଥିବା ବେଳେ ହାତ ଘଣ୍ଟାର ଦାମ୍‌ ୨୫ରୁ ୫୦ ଲକ୍ଷ ଟଙ୍କା।’

ସମୀର ୱାଙ୍ଖଡେଙ୍କ ବ୍ୟତୀତ ନୱାବ ମଲିକ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ଫଡ୍‌ନାଭିସ୍‌ଙ୍କୁ ପ୍ରଶ୍ନ କରି ନୱାବ କହିଛନ୍ତି,‘ଲଗାତାର ଭାବେ ୪ ସିଜନ୍‌ ହୋଟେଲରେ ପାର୍ଟିର ଆୟୋଜନ ହୋଇଥିଲା। ଏହି ପାର୍ଟିର ଆୟୋଜକ କିଏ ଥିଲେ ? ଏହି ପାର୍ଟିର ଗୋଟିଏ ଗୋଟିଏ ଟେବଲ୍‌ର ଦାମ୍‌ ୧୫ ଲକ୍ଷ ଟଙ୍କା ଥିଲା। ସାରା ରାତି ପାର୍ଟି ହୋଇଥିଲା। ୧୫ କୋଟି ଟଙ୍କାର ଏହି ପାର୍ଟିର ଆୟୋଜକ କିଏ ଥିଲେ ? କ’ଣ ଏସମ୍ପର୍କରେ ଆପଣଙ୍କୁ କିଛି ଜଣାନଥିଲା ? ଆପଣଙ୍କ ଉପସ୍ଥିତିରେ ପାର୍ଟି ଚାଲିଥିଲା ଓ ସରକାର ପରିବର୍ତ୍ତନ ହେବାସହ ପାର୍ଟି ମଧ୍ୟ ବନ୍ଦ ହୋଇଯାଇଥିଲା।’

NCB Nawab Malik Sameer Wankhede Nawab Malik Vs Sameer Wankhede
Advertisment
Advertisment