• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଶାଳ ଜନ ସମ୍ପର୍କ ଯାତ୍ରା । ବାଲିସୁଆଁ ଛକଠାରୁ ଆରମ୍ଭ ହୋଇଛି ବିରାଟ ମୋଟର ସାଇକେଲ୍ ରୋଡ୍ ସୋ । ଏଥିରେ ସାମିଲ ଅଛନ୍ତି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ମହାକାଳପଡା ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ।

ଶୋଭାଯାତ୍ରା ପୋତାରି, ତିଖିରି, ଅମେଇପାଳ, ବ୍ରାହ୍ମଣୀ, ଗତାନଇ ଗାଁ ଦେଇ ନଳଦିଆ ଛକରେ ପହଞ୍ଚିବ । ରାଲିରେ ହଜାର ହଜାର ସମର୍ଥକ, ବିଜେପି କର୍ମୀ ସାମିଲ ହୋଇଛନ୍ତି । ଶାୋଭାଯାତ୍ରାରେ ଭୋଟ୍ ଭିକ୍ଷା କରୁଛନ୍ତି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମହାକାଳପଡା ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ।

ଗତ କିଛିଦିନ ତଳେ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ପହଞ୍ଚି ଓକିଲମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଭୋଟ ପାଇଁ ନିବେଦନ କରିଥିଲେ । ଏହି ଅବସରରେ ଆଇନଜୀବୀ ମାନେ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ମୋହରିର ସଂଘର ସଦସ୍ୟ ମାନଙ୍କୁ ମଧ୍ୟ ଭେଟିଥିଲେ ବୈଜୟନ୍ତ ପଣ୍ଡା ।

ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ପ୍ରାର୍ଥୀ ରୋଡ୍ ସୋରେ ଲାଗିପଡ଼ିଛନ୍ତି । ଗତ କିଛିଦିନ ତଳେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ଆଳିରେ ବିରାଟ ରୋଡ଼ ଶୋ କରିଥିଲେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ସିଙ୍ଗିରି ପଞ୍ଚାୟତରୁ ଆରମ୍ଭ ହୋଇ ସିଦ୍ଧବାଲି ଠାରେ ଶେଷ ହୋଇଥିଲା। ଶୋଭାଯାତ୍ରା ୬ଟି ପଞ୍ଚାୟତର ୧୭ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now