ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ ହେଲେ କେଜ୍ରିୱାଲଙ୍କ PS । PS ବୈଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଛନ୍ତି । ସୂଚନାଯୋଗ୍ୟ, କେଜ୍ରିୱାଲଙ୍କ ଦିଲ୍ଲୀ ଘରେ ସ୍ୱାତୀଙ୍କୁ ଦୁର୍ବ୍ୟବହାର ହୋଇଥିଲା । ଏହି ମାମଲାରେ ବୈଭବ କୁମାରଙ୍କୁ ଗିରଫ କରି ନେଇଛି ଦିଲ୍ଲୀ ପୋଲିସ ।
ମାଲିୱାଲଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତେବେ ମାମଲା ରୁଜୁ କରିବାର ଠିକ୍ ଦୁଇ ଦିନ ପରେ ବୈଭବଙ୍କୁ ଗିରଫ କରାଯାଇଛି । ନିଜ ଅଭିଯୋଗରେ ମାଲିୱାଲ କହିଛନ୍ତି, ବୈଭବ କୁମାର ତାଙ୍କୁ ୭-୮ ଥର ଚାପୁଡ଼ା ମାରିବା ସହ ଛାତି ଓ ପେଟରେ ବାରମ୍ବାର ଲାତ ମାରିଥିଲେ । ଏହି ଘଟଣାଟି ଗତ ମେ ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଘରେ ଘଟିଥିଲା ।
Also Read
ନିଜ ଅଭିଯୋଗରେ ସେ ଏହା ମଧ୍ୟ କହିଛନ୍ତି ଯେ, ଋତୁସ୍ରାବ ବିଷୟରେ ସେ ଜଣାଇଥିଲେ ମଧ୍ୟ ବୈଭବ ତାଙ୍କୁ କ୍ରମାଗତ ମାଡ଼ ଦେଇ ଚାଲିଥିଲେ । ମାଡ଼ ଏତେ ଜୋରରେ ହୋଇଥିଲା ସେ ଠିକ୍ ରେ ଚାଲି ପାରୁନଥିବା ଅଭିଯୋଗ କରିଛନ୍ତି । ଏନେଇ ମାଲିୱାଲଙ୍କ ବିବୃତ୍ତି ତିସ୍ ହାଜାରି କୋର୍ଟର ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଥିଲା ।
ଗତ ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ମାଲିୱାଲଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ ମଧ୍ୟ କରାଇଥିଲା । ଅନ୍ୟପଟେ ବୈଭବ କୁମାର ମଧ୍ୟ ମାଲିୱାଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ନିଜର ଅଭିଯୋଗରେ ସେ କହିଛନ୍ତି, ମାଲିୱାଲ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜୋରଜବରଦସ୍ତ ପ୍ରବେଶ କରୁଥିଲେ ।
Second video, this one a CCTV footage, shows Swati Maliwal being escorted outside the CMs house, held by her arm by a female security personnel. She is speaking to the police which has come after her PCR call pic.twitter.com/AW4IWmR5G2
— Aman Sharma (@AmanKayamHai_) May 18, 2024
କେଜ୍ରିୱାଲଙ୍କ ସହଯୋଗୀ ଏହା ମଧ୍ୟ ଦାବି କରିଛନ୍ତି ଯେ, ରାଜ୍ୟସଭା ସାଂସଦ AAP ମୁଖ୍ୟଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ ଦିଲ୍ଲୀ ମନ୍ତ୍ରୀ ଆତିଶି ଦାବି କରିଛନ୍ତି ଯେ, ମାଲିୱାଲଙ୍କୁ ବିଜେପି ବ୍ଲାକମେଲ୍ କରିଛି । ଦିଲ୍ଲୀ ମଦ ନୀତି ମାମଲାରେ ବିଜେପି ବ୍ଲାକମେଲ କରିଥିବା ଆତିଶି ଦାବି କରିଛନ୍ତି ।
ଗତକାଲି AAP ତରଫରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇଛି । ଏଥିରେ ମାଲିୱାଲ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି । ପରେ AAP ସାଂସଦଙ୍କୁ ସୁରକ୍ଷା କର୍ମୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରକୁ ନେଇଥିବାର ଦେଖିବାକୁ ମିଳୁଛି ।