ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା । ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ । କେଉଁଠି ମୁକୁଳା ମ୍ୟାନ୍ ହୋଲ୍ ତ କେଉଁଠି ରାସ୍ତା ମଝିରେ ବଡ଼ ଗାଡ଼ । ଫାସ ଏମିତି ଫସିଲେ ବର୍ତ୍ତିବା ମୁସ୍କିଲ୍ ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉଦ୍ବେଗଜନକ ସ୍ଥିତି । ଡାକ୍ତରଙ୍କ ଅନୁପସ୍ଥିତିରେ କାମ ଚଳାଇବେ ଫାର୍ମାସିଷ୍ଟ୍ ! ସେମାନଙ୍କ ହାତରେ ରୋଗୀ ସେବାର ଅଧିକ ଦାୟିତ୍ୱ ।
କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ । କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେବା ସହ କଲେ ଆନ୍ଦୋଳନ । ଯାଜପୁର ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍ରେ ପଢ଼ାଯାଉଥିବା ନର୍ସିଂ ଶିକ୍ଷାରେ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।
ବାସୁଦେବପୁର ନୋଡାଲ ସେଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ନୋଡାଲ ସେଣ୍ଟରରୁ ବ୍ଳକର ସବୁ ସ୍କୁଲ ଓ କଲେଜକୁ ନାପକିନ୍ ଯୋଗାଇ ଦେବାକୁ ଯୋଜନା ହୋଇଥିଲା ।
କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ ।
ବଲାଙ୍ଗିର ପାଟଣାଗଡ଼ରେ ବିଜେପି ଓ ବିଜେଡିର ଦୁଇ ନାରୀନେତ୍ରୀ ମୁହାଁମୁହିଁ । ସାଂସଦ ସଙ୍ଗୀତା ସିଂଦେଓ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁହାଁମୁହିଁ ହୋଇଥିବା ଦେଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ବେଳେ କଥା କଟାକଟି ହୋଇଥିବା ଦେଖାଯାଇଛି ।
କୋଭିଡରେ ମୃତ୍ୟୁ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସାହାଯ୍ୟ କରାଯିବ । ସବୁ ରାଜ୍ୟର ସରକାର ଏହି ସହଯୋଗ କରିବେ । ଆଗକୁ ମଧ୍ୟ ଯାହାର ମୃତ୍ୟୁ ହେବ କରୋନାରେ, ତାଙ୍କ ପରିବାରକୁ ଏହି ସହାୟତା ମିଳିବ ।
ଝାରସୁଗୁଡ଼ା ବ୍ରଜରାଜନଗରରେ ମାଆ ଓ ଦୁଇ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ସ୍ୱାମୀ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି ।
ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍ସି କମିଶନର କହିଛନ୍ତି ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି...
ଫେସବୁକ୍ ଦେଇଛି ୫ ବିଲିୟନ ଡଲାର ଲାଞ୍ଚ ! ତଦନ୍ତରେ ନଫଶିବା ପାଇଁ ଫେସ୍ବୁକ୍ କରିଛି ଏଭଳି ବଡ଼ ଧରଣର ଲାଞ୍ଚ କାରବାର ! ଫେସବୁକ୍ ବିରୋଧରେ ଥିବା ମାମଲାର ରଫାଦଫା କରିବା ପାଇଁ ୟୁଏସ୍ ଫେଡରାଲ ଟ୍ରେଡ୍ ୟୁନିୟନ୍ କମିଶନ ସହ ଏଭଳି ଡିଲ୍ କରାଯାଇଥିବା କଥା...
ଗାଁ ଦାଣ୍ଡରେ ପାଣି । ଘର ଭିତରେ ପାଣି । ରାସ୍ତା ଉପରେ ବି ପାଣି । ଜଳକାରେ ହଠାତ୍ ପାଣି ମାଡ଼ି ଆସିବା ଫଳରେ ଆଜି ଏମିତି କଲବଲ ବସ୍ତା ବ୍ଲକ୍ର ୧୨ରୁ ଅଧିକ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ।
ରହସ୍ୟମୟୀ ଯୁବତୀର ରୋମାଞ୍ଚିତ ନାଟକ । ପ୍ରତିରକ୍ଷା କ୍ଷେତ୍ରର ଗୁପ୍ତ ତଥ୍ୟ ହାତେଇବାକୁ ନାନା ଫନ୍ଦି ଫିକର । ସୋସିଆଲ୍ ମିଡିଆରେ ଷଡ଼ଯନ୍ତ୍ରର ମାୟାଜାଲ ବିଛାଇ ଥିବା ରହସ୍ୟମୟୀ ଲେଡି କାହାକୁ Hi ଲେଖି ଯୋଡ଼ି ଦେଇଥିଲା ସମ୍ପର୍କ, ତ ଆଉ କାହାକୁ ଶିକାର କରୁଥିଲେ LOVE YOU...
ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ସେ ୪ଟି ପ୍ରସ୍ତାବ ଦେଇଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରସ୍ତାବ ଦେବା ସହିତ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ...
ଛୋଟ ପରଦାରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା । ଜାତୀୟ ସ୍ତରର ଘରୋଇ ଟିଭି ଚ୍ୟାନେଲ ଷ୍ଟାର ପ୍ଲସ୍ର ନୂଆ ହିନ୍ଦୀ ଧାରାବାହିକ ବିଦ୍ରୋହୀର ପ୍ରୋମୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏଥିରେ ଇଂରେଜ ଶାସନ କାଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କର ଲଗାଯିବା କାହାଣିକୁ ସ୍ଥାନୀତ କରାଯାଇଥିବା...
IPLରେ ପୁଣି କରୋନା କାୟା । ମହାମାରୀ କରୋନା ଭୟରେ ଅଧାରୁ ବନ୍ଦ ହୋଇଥିବା IPL ପୁଣି ଥରେ ଆରମ୍ଭ ହେଉ ହେଉ କରୋନା ଜାଲରେ ଫଶିଲାଣି । IPL ୨୦୨୧ରେ ଏବେ ପୁଣି ବାଧକ ସାଜିଛି କରାଳ ରୂପି କରୋନା ମହାମରୀ ।
ପୋଲିସ କବ୍ଜାରେ ଆଞ୍ଜେଲ ପିୟୁ । ଫେସ୍ବୁକ୍ରେ ଜାଲ ବିଛାଇ ଯୁବକଙ୍କ ଘରୁ ଲୁଟ୍ ଘଟଣାରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ୍ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ।
ଯଶସ୍ୱୀ ଜୈସୱାଲ ଓ ମହିପାଲ୍ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ । ରାଜସ୍ଥାନ ରୟାଲ୍ସ ଆଇପିଏଲର ୩୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୨୦ ଓଭରରେ ୧୮୫ ରନ୍ କରି ଅଲଆଉଟ୍ ହୋଇଛି । ପଞ୍ଜାବ ଆଗରେ ଏବେ ୧୮୬ ରନ୍ ଲକ୍ଷ୍ୟ ।
ଏୟାର ମାର୍ଶାଲ ଭିଆର ଚୌଧୁରୀ ହେଉଛନ୍ତି ପରବର୍ତ୍ତୀ ବାୟୁସେନା ମୁଖ୍ୟ । ବର୍ତ୍ତମାନ ବାୟୁସେନା ଉପମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ଭିଆର ଚୌଧୁରୀ । ସେପ୍ଟେମ୍ବର ୩୦ରେ ଏୟାର ଚିଫ୍ ମାର୍ଶାଲ ଭଦୌରିଆ ଅବସର ନେବେ । ତାଙ୍କ ସ୍ଥାନରେ ଭିଆର ଚୌଧରୀ ଧରିବେ ବାୟୁ ସେନାର ମଙ୍ଗ ।...
ବିଳମ୍ବିତ ରାତି ଯାଏଁ ଚାଲୁଛି ନାଚଗୀତ, ମଉଜମସ୍ତି । ତେବେ ୧୭ ତାରିଖରେ ରେଡ୍ ପାଇଁ ଯାଇଥିବା ବିଏମ୍ସି କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ଆକ୍ସନମୋଡ୍ରେ ପୋଲିସ ।