ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ୧୧୫ ଟି ଦେଶରୁ ଆସିଛି ଜଳ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ଆଜି ଏହି ସୂଚନା ଦେଇ ସେ କହିଛନ୍ତି ଯେ, ରାମ ଲଲ୍ଲାର ଜଳାଭିଷେକ ପାଇଁ ସମସ୍ତ ଦେଶରୁ ଜଳ ଆସିବା ଉଚିତ ।
ବନ୍ଧୁକ ମୁନରେ କ୍ଷମତାକୁ ଆସିଲେ କିନ୍ତୁ ଏବେ କାଣ୍ଡ କାରନାମା ଦେଖିଲେ ଲାଗୁଛି ଯେପରି ଏମାନେ କ୍ଷମତାରେ ରହିବା ଯୋଗ୍ୟ ବି ନୁହେଁ । ଆଫଗାନିସ୍ତାନରେ ତାଲିବାନ୍ଙ୍କ ଗୋଟିଏ ପରେ ପରେ ଗୋଟିଏ କାର୍ଯ୍ୟକଳାପ ସେମାନଙ୍କ ମାନସିକ ସ୍ଥିତିକୁ ସାମ୍ନାକୁ ଆଣୁଛି ।
ଆଗକୁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଆସାମ ପାଇଁ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ପ୍ରାର୍ଥୀ ଭାବେ ଦଳ ବାଛିଛି । ଦଳର କେନ୍ଦ୍ରୀୟ ର୍ନିବାଚନ କମିଟିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ନାଁ ଘୋଷଣା କରାଯାଇଛି ।
ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ ହେଲା NCC କମିଟି । NCCକୁ ଅଧିକ ସମୟୋପଯୋଗୀ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ହାଇଲେବଲ ଏକ୍ସପର୍ଟ କମିଟି ଗଠନ କରାଯାଇଛି ।
କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ଉଚ୍ଚତାକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଏହି ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ସୁବାସ ସିଂହ ସମାଲୋଚନା କରିଛନ୍ତି । ପ୍ରଥମେ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିବା ବେଳେ ଏବେ ସୁବାସ ସିଂହ ମଧ୍ୟ ବିରୋଧ କରିଛନ୍ତି ।
ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଦେଲେ ଇସ୍ତଫା ପତ୍ର । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ସୂଚନା । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା ।
ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫୋରେନସିକ ଲ୍ୟାବରେ ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି ।
ଗତ ନିର୍ବାଚନ ସମୟରେ ସେ ଟିଏମ୍ସି ନେତା ଓ କର୍ମୀଙ୍କ ଦ୍ୱାରା ଅକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ହେଲେ ଏବେ ସେ ସେହି ଟିଏମ୍ସିରେ ଯୋଗଦେଇଛନ୍ତି । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଏଥର ସେପ୍ଟେମ୍ବର ୧୦ରେ ଗଣେଷ ପୂଜା । ହେଲେ କରୋନା ପାଇଁ ଏଥର ବି ଖାଁ ଖାଁ ରହିବ ପୂଜା ମଣ୍ଡପ । ବାଜିବନି ବାଜା, ଶୁଭିବନି ମାଇକ୍ । ଯଥା ସମ୍ଭବ କମ୍ ଲୋକରେ ହେବ ପୂଜା ବିଧି ।
ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଶନିବାର ମଧ୍ୟାହ୍ନରେ କମିଶନ ଏହି ଘୋଷଣା କରିଛନ୍ତି ।
ଲଗାତର ୩ ଦିନର ହଙ୍ଗାମା ଓ ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ସ୍ଥିତି । ଶାନ୍ତିଶୃଙ୍ଖଳାର ସହ ପ୍ରଶ୍ନକାଳ ଶେଷ ହୋଇଛି ।ନେତାଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ।
ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ । ସନ୍ଧ୍ୟାରେ ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରି କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇ ଥିଲେ ।
ସକାଳୁ ସକାଳୁ ଭାରତ ପାଇଁ ବଡ଼ ଖୁସି ଖବର । ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଲା ଆଉ ଦୁଇଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ସାମିଲ ଅଛି ।
ସୌରଭ ଗାଙ୍ଗୁଲି ଏବଂ ବିରେନ୍ଦର ସେହୱାଗଙ୍କ ଯୋଡି କ୍ରିକେଟ୍ ମଇଦାନରେ ଭାରତୀୟ ଟିମ୍କୁ ଅନେକ ମ୍ୟାଚ୍ ଜିତାଇଛି । ଉଭୟ ଗାଙ୍ଗୁଲି ଏବଂ ସେହୱାଗ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ ଜଣାଶୁଣା ।
ପୁଣି ୟୁପିରୁ ଆସିଲା ଛାତିଥରା କାହାଣୀ । ଯୁବତୀଙ୍କ ସହ ଗଣଦୁଷ୍କର୍ମ ପରେ ରସ୍ତାରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଏହି ଘଟଣା ସାମ୍ନାକୁ ଆସିଛି ୟୁପି ବୁନ୍ଦେଲଖଣ୍ଡର ମହୋବା ଜିଲ୍ଲାରୁ । ଘଟଣା ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।...
ଆଫଗାନିସ୍ତାନରେ ତାଲିବାନର ବିଦ୍ଧିବଦ୍ଧ ସରକାର ଘୋଷଣା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ 'ସଂପୂର୍ଣ୍ଣ ଆଫଗାନିସ୍ତାନ'କୁ କବ୍ଜା କରି ନେଇଛନ୍ତି ।
ଗୋଟିଏ ପଟେ ସରକାର ଦ୍ରୁତ ଗତିରେ ଟିକାକରଣ ଚାଲିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି । ଏବେ ବି ରାଜ୍ୟର ଅନେକ ଟିକା କରଣ କେନ୍ଦ୍ରରେ ଲୋକେ ସକାଳୁ ସଞ୍ଜ ଯାଏଁ ଧାଡ଼ି ବନ୍ଦି ଟିକା ନେବାକୁ ଅପେକ୍ଷା କରି ରହୁଛନ୍ତି...
ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ପୁଣି ପଦକ ଆଣିଲେ ଶୁଟର ଅବନୀ ଲେଖରା । ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ପୁଣି ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତି ଗୌରବ ଆଣିଥିଲେ ଅବନୀ ।
ଲୋକପ୍ରିୟ ଟିଭି ତାରକା ତଥା ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ ଆଶ୍ଚର୍ଯ୍ୟ ହୋଇଯାଇଛି। ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ହେବ ଶେଷକୃତ୍ୟ।