• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • IPLରେ ପୁଣି କରୋନା କାୟା ।

  • କରୋନା ଭୟରେ ଅଧାରୁ ବନ୍ଦ ହୋଇଥିଲା IPL ।

  • ପୁଣି ଥରେ ଆରମ୍ଭ ହେଉ ହେଉ କରୋନା ଜାଲରେ ଫଶିଲାଣି IPL ।

ନୂଆଦିଲ୍ଲୀ: IPLରେ ପୁଣି କରୋନା କାୟା । ମହାମାରୀ କରୋନା ଭୟରେ ଅଧାରୁ ବନ୍ଦ ହୋଇଥିବା IPL ପୁଣି ଥରେ ଆରମ୍ଭ ହେଉ ହେଉ କରୋନା ଜାଲରେ ଫଶିଲାଣି । IPL ୨୦୨୧ରେ ଏବେ ପୁଣି ବାଧକ ସାଜିଛି କରାଳ ରୂପି କରୋନା ମହାମରୀ । ଗତ ତିନି ଦିନ ହେବ ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ସଂସ୍କରଣ ୟୁଏଇରେ ଆରମ୍ଭ ହୋଇଛି । ପୂର୍ବରୁ କରୋନା ଯୋଗୁଁ ଆଇପିଏଲର ପ୍ରଥମ ସଂସ୍କରଣକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ୍ ଆଉ ଥରେ ସେହି ସଙ୍କଟମୟ ପରିସ୍ଥିତି ଉପୁଜିଛି ।

ସନରାଇଜର୍ସ ହାଇଦ୍ରାବାଦ ଦଳର ଦ୍ରୁତ ବୋଲର ଟି. ନାଟାରାଜନ ଏବେ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି । ପୂର୍ବ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସର ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଥିଲା ।

ନଟରାଜନ୍ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଥିବା ମ୍ୟାଚ୍ ବିପଦରେ ରହିଛି । କିନ୍ତୁ ବିସିସିଆଇ ଏନେଇ ଏକ ବଡ ନିଷ୍ପତ୍ତି ନେଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍, କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।

ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ବୁଧବାର ସନ୍ଧ୍ୟା ୭.୩୦ ସମୟରେ ହେବାକୁ ଥିବା ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । କରୋନା ପଜିଟିଭ୍‌ ଚିହ୍ନଟ କାରଣରୁ ନଟରାଜନ୍‌ଙ୍କୁ ଦଳରୁ ବାଦ ଦିଆଯାଇଛି । ଖାଲି ସେତିକି ନୁହେଁ ନଟରାଜନ ବାଦ୍‌ ପଡ଼ିବା ସହ ବିଜୟ ଶଙ୍କର ଓ ଅନ୍ୟ ୭ ଜଣ ଖେଳାଳି ଓ ସପୋର୍ଟ ସ୍ଟାଫଙ୍କୁ ମଧ୍ୟ ମ୍ୟାଚ୍‌ଠାରୁ ଦୂରରେ ରଖାଯାଇଛି । କାରଣ ସେମାନେ ନଟରାଜନଙ୍କ ସଂସ୍ପର୍ଶରେ ଆସିଥିଲେ । ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ସେମାନଙ୍କ ମଧ୍ୟରେ ଅଲରାଉଣ୍ଡର ବିଜୟ ଶଙ୍କର, ଟିମ୍ ମ୍ୟାନେଜର ବିଜୟ କୁମାର, ଫିଜିଓ ଶ୍ୟାମ ସୁନ୍ଦର, ଡାକ୍ତର ଅଞ୍ଜନା, ଲଜିଷ୍ଟିକ୍ ମ୍ୟାନେଜର ତୁଶାର ଖେଡକର ଏବଂ ନେଟ୍ ବୋଲର ପି ଗଣେଶ ମଧ୍ୟ ସାମିଲ ଅଛନ୍ତି ।

ଆଗାମୀ ମ୍ୟାଚଗୁଡ଼ିକରେ ସଂକ୍ରମଣକୁ ରୋକିବା ପାଇଁ ବିସିସିଆଇ ପକ୍ଷରୁ ସତର୍କ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ ଖେଳାଳିଙ୍କ ନିୟମିତ ବ୍ୟବଧାନରେ କରୋନା ପରୀକ୍ଷା କରାଯାଉଛି ।

ତେବେ IPL ୨୦୨୧ ଭାରତରେ ଆରମ୍ଭ ହୋଇଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ରଖାଯାଇଥିଲା । ସେହି ସମୟରେ ଭାରତରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା । ହେଲେ ଏବେ ଭାରତରେ ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଲକ୍‌ଡାନ୍‌ ସଟ୍‌ଡାଉନ୍‌ ନିୟମକୁ କୋହଳ କରାଯାଇଥିବା ବେଳେ ଲୋକମାନେ ବିନା ଦ୍ୱିଧାରେ ବାହାରେ ବୁଲି ପାରୁଛନ୍ତି । ନିଜ ନିଜର କାର୍ମ କ୍ଷେତ୍ରରେ ଯୋଗଦେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯,୯୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।