• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି । ତେବେ କାହିଁକି ଦ୍ୱିତୀୟ ଡୋଜ୍ ନେବାକୁ କମୁଛି ଆଗ୍ରହ ? ସଂକ୍ରମଣ କମିବା ପରେ ଲୋକଙ୍କ ମନରୁ ପଳାଇଲାଣି କି କରୋନା ଡର ? କିଏ କହୁଛି, ଟିକା ନେଲେ ଦେହ ଖରାପ ହେଉଛି ତ ଆଉ କିଏ କହୁଛି, ଟିକା ନେବାକୁ ସମୟ କାହିଁ ? କାମ ଛାଡ଼ି ଟିକା ନେବାକୁ ଗଲେ, ରୋଜଗାର ହେବ କେମିତି, ଖାଇବୁ କଣ ? ଆଉ କାହାର ମତ ହେଲା, ୨ଟି ଯାକ ଡୋଜ୍ ନେବା ପରେ ବି ତ ଲୋକଙ୍କୁ କରୋନା ହେଉଛି, ତେଣୁ ଟିକା ନେଇ ଲାଭ କଣ ?

ଦ୍ୱିତୀୟ ଡୋଜ୍ ପ୍ରତି ଅନାଗ୍ରହ, କେବଳ ଗ୍ରାମାଞ୍ଚଳରେ ନୁହେଁ ସାରା ରାଜ୍ୟରେ ସମାନ ସ୍ଥିତି । ସରକାରଙ୍କ ସୂଚନା ଅନୁସାରେ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ୧ କୋଟି ୩ ଲକ୍ଷ ୭୯ ହଜାର ୯୩୭ ଲୋକଙ୍କ ଦ୍ୱିତୀୟ ଡୋଜ୍ ନେବାର ସମୟ ହେଲାଣି । କିନ୍ତୁ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ମାତ୍ର ୭୫ ଲକ୍ଷ ୩୩ ହଜାର ୮୮୨ ଜଣ । ଅର୍ଥାତ ପ୍ରାୟ ୨୮ ଲକ୍ଷ ୪୬ ହଜାରରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲା ଦ୍ୱିତୀୟ ଡୋଜ୍ ଟିକାରଣରେ ପଛରେ ରହିଛନ୍ତି । ଏହାର ସମାଧାନ ପାଇଁ ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି, ସେମାନଙ୍କର ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର । ଏମାନଙ୍କୁ ଟିକା କେନ୍ଦ୍ରକୁ ଆଣିବା ପାଇଁ କରୋନାର ସମ୍ମୁଖ ଯୋଦ୍ଧାକୁ ଦାୟିତ୍ୱ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଏବେ ଟିକା ନେବା ଲାଗି ଆଗଭଳି ଜୋରସୋର୍ କ୍ୟାମ୍ପେନିଂ ହେଉ ନାହିଁ । ସେହିପରି ଠିକ୍‌ରେ ମେସେଜ୍ ଆସୁନଥିବାରୁ ଅନେକ କ୍ଷେତ୍ରରେ ଲୋକେ ଦ୍ୱିତୀୟ ଡୋଜ୍‌ର ସମୟ ଜାଣି ପାରୁନଥିବାରୁ ସମସ୍ୟା ହେଉଛି ।