Advertisment

ବଲିଉଡ୍‌ରେ ଡ୍ରଗ୍ସ: ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟ୍ୟନ୍‌ ଖାନ୍‌ ଗିରଫ

ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ ଗିରଫ । ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ଆର୍ୟ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଛି ପୋଲିସ । ଏନ୍‌ସିବିର ସ୍ପେସାଲ ଟିମ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Shahrukh Khan With His Son Aryan

Aryan Khan

ମୁମ୍ବାଇ: ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ ଗିରଫ । ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ଆର୍ୟ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଛି ପୋଲିସ । ଏନ୍‌ସିବିର ସ୍ପେସାଲ ଟିମ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିଥିଲେ ଆର୍ୟାନ । ତାଙ୍କ ସହ ମୋଟ ୮ ଜଣଙ୍କୁ ଧରି ଥିଲା ଏନ୍‌ସିବି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇ ୟୁନିଟ୍ ଆର୍ୟନଙ୍କୁ ଜେରା କରିଥିଲା । ପରେ ତାଙ୍କୁ ଗିରଫ କରିଛି । ଖାଲି ସେତିକି ନୁହେଁ ଆର୍ୟ୍ୟନ୍‌ଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ଏନ୍‌ସିବି । ଫୋନ୍‌ରେ ସେ କାହା ସହ କ’ଣ ସବୁ କଥା ହଇଛନ୍ତି ବା କାହା ସହ ସେ ହ୍ୱାଟ୍ସସଆପ୍‌ ଚାଟ୍ କରିଛନ୍ତି । ସେନେଇ ସବିଶେଷ ଯାଞ୍ଚ କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି ।

Advertisment

ଜେରା ବେଳେ ଘଟଣାକୁ ନେଇ ଆର୍ୟନ କହିଥିଲେ ଯେ ସେ ଏହି ପାର୍ଟି ପାଇଁ ଟଙ୍କା ଖର୍ଚ୍ଚ କରି ନାହାନ୍ତି । ତାଙ୍କୁ ଅତିଥି ଭାବେ ପାର୍ଟିକୁ ଡକା ଯାଇଥିଲା । ତେବେ ଆର୍ୟ୍ୟନ୍‌ଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କୁ ମଧ୍ୟ ଧରିଛି ଏନ୍‌ସିବି । ସେମାନେ ହେଲେ ମୁନମୁନ୍ ଧର୍ମେଚା, ନୁପୁର ସାରିକା, ଇସମିତ୍ ସିଂହ, ମୋହକ ଜସଓ୍ୱାଲ, ବିକ୍ରାନ୍ତ ଚୋକର, ଗୋମିତ ଚୋପ୍ରା ଓ ଆରବାଜ ମର୍ଚ୍ଚାଣ୍ଟ । ଏମାନଙ୍କ ମଧ୍ୟରେ ଦିଲ୍ଲୀରୁ ଆସିଥିବା ୩ ଜଣ ଯୁବତୀ ଓ ୨ ଜଣ ଡ୍ରଗ୍ସ ବେପାରୀ ଅଛନ୍ତି । ଏସମସ୍ତଙ୍କ ବୟାନ ରେକର୍ଡ କରାଯାଇଛି ।

Advertisment

ଅନ୍ୟପକ୍ଷେ, କ୍ରୁଜ୍‌ ଭିତରେ ଚାଲିଥିବା ପାର୍ଟିର ଏକ ଭିଡିଓ ଏନ୍‌ସିବି ହାତରେ ଲାଗିଥିବା ସୂଚନା ମିଳିଛି । ଭିଡିଓରେ ଆର୍ୟନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

ଘଟଣାକୁ ନେଇ ଏନ୍‌ସିବି ଡିଜି ଏସ୍. ଏନ୍ ପ୍ରଧାନ କହିଛନ୍ତି, ନିଶାମୁକ୍ତ ଭାରତ ଗଠନ କରିବା ଏନ୍‌ସିବିର ଲକ୍ଷ୍ୟ । ତେଣିକି ଘଟଣାରେ ଯିଏ ବି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି, ସେ ଯେତେବଡ଼ ଲୋକ ହୋଇଥାନ୍ତୁ ନା କାହିଁକି, ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଗତ ୨ ସପ୍ତାହ ହେଲାଣି ଅପରେସନ ପ୍ଲାନିଂ ଚାଲିଥିଲା ଓ ଗୁଇନ୍ଦା ତଥ୍ୟ ଆଧାରରେ ଆମେ ଅପରେସନ ଚଳାଇଥିଲୁ । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ।

ସୂଚନାଥାଉ କି, ଗତ ରାତିରେ ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଆୟୋଜନ ହୋଇଥିଲା। ପାର୍ଟିରେ ଡ୍ରଗ୍ସ ସେବନ କରାଯାଉଥିବା ନେଇ ସୂଚନା ମିଳିବା ପରେ ଏନ୍‌ସିବି ଚଢ଼ଉ କରିଥିଲା। ରେଭ୍ ପାର୍ଟି ଆୟୋଜନ କରିଥିବା ୬ ଜଣ ଆୟୋଜକଙ୍କୁ ଏନ୍‌ସିବି ସମନ କରିଛି। ପାଣି ଜାହାଜ ଭିତରେ ଡ୍ରଗ୍ସ ପାର୍ଟିରେ ବହୁ ବଡ଼ ବ୍ୟବସାୟୀଙ୍କ ଝିଓ ଓ ପୁଅ ବି ସାମିଲ ହୋଇଥିଲେ ସୂଚନା ମିଳିଛି।

Bollywood Aryan Khan Drugs Party Sahrukh Khan
Advertisment
Advertisment