Advertisment

DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍‌ ! ଅଭିଯୁକ୍ତଙ୍କୁ ୪୦ ହଜାର ମାଗିଥିଲେ ମହିଳା

ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍ ନେଇ ବଡ଼ ସୁରାକ ମିଳିଛି। ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଛି, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜଣେ ମହିଳା ୪୦ ହଜାର ଟଙ୍କା ମାଗିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mysterious Woman

Mysterious Woman

ଭୁବନେଶ୍ୱର: ବାଲେଶ୍ୱର ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାରେ ନୂଆ ଟ୍ୱିଷ୍ଟ୍। ଏହି ମାମଲାରେ ମୁମ୍ବାଇ ଲିଙ୍କ୍ ନେଇ ବଡ଼ ସୁରାକ ମିଳିଛି। ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ କାରବାରରେ ମୁମ୍ବାଇ ଲିଙ୍କ୍ ମିଳିଥିବା ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଗିରଫ ହୋଇଥିବା ଯେଉଁ ଅଭିଯୁକ୍ତଙ୍କ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଛି, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜଣେ ମହିଳା ୪୦ ହଜାର ଟଙ୍କା ମାଗିଥିଲେ। ମୁମ୍ବାଇର ୨ଜଣ ବ୍ୟକ୍ତିଙ୍କ ପାଖକୁ ଅନ୍‌ଲାଇନ୍‌ରେ ଏହି ଟଙ୍କା ପଠାଇବାକୁ ମହିଳା ଜଣକ ତାଙ୍କୁ କହିଥିଲେ। ଏହାପରେ ଏପ୍ରିଲ ୧୮ରେ ଅଭିଯୁକ୍ତ ଜଣକ ଅନ୍‌ଲାଇନ୍‌ରେ ୪୦ ହଜାର ଟଙ୍କା ଜମା କରିଥିଲେ। ୧୯ ତାରିଖ ଦିନ ସମ୍ପୃକ୍ତ ଅଭିଯୁକ୍ତଙ୍କ ଚାନ୍ଦିପୁର SBI ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଟଙ୍କା ରିଟର୍ଣ୍ଣ ଆସିଥିଲା। କେହି ଜଣେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିବା ନେଇ ଜଣାପଡ଼ିଥିଲା।

Advertisment

ଅନ୍ୟପକ୍ଷେ, ଅନ୍‌ଲାଇନ୍‌ରେ ଟଙ୍କା ପଠା ଯାଇଥିବା ମୁମ୍ବାଇର ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ମୁମ୍ବାଇ ଯିବେ ବୋଲି ସୂଚନା ମିଳିଛି। ଏନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ତେବେ ଟଙ୍କା ମାଗିଥିବା ମହିଳା କିଏ, ସେନେଇ ତନାଘନା ଆରମ୍ଭ ହୋଇଛି। ସମ୍ପୃକ୍ତ ମହିଳା ପ୍ରଥମ ରହସ୍ୟମୟୀ ନା ଆଉ ଜଣେ, ସେନେଇ ତନାଘନା ଜାରି ରହିଛି। 

ଅନ୍ୟପକ୍ଷଷ, ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ଘଟଣା କିଛିଦିନ ପୂର୍ବେ ସାମ୍ନାକୁ ଆସିଥିଲା। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ମହିଳା ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ହନିଟ୍ରାପ୍‌ କରିଥିବା ସୂଚନା ମିଳିଛି। 

DRDO Mysterious Woman DRDO Espionage Case
Advertisment
Advertisment