Advertisment

ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଭୋଟର ତାଲିକା

୨୦୨୨ ମାର୍ଚ୍ଚ ୨୨ରେ ପଞ୍ଚାୟତ କାର୍ଯ୍ୟକାଳ ସରିବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି। ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
State Election Commissioner AP Padhi

State Election Commissioner AP Padhi

ଭୁବନେଶ୍ୱର: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି। ନିର୍ବାଚନର ପ୍ରାଥମିକ ପର୍ବ ଭୋଟର ତାଲିକା ସଂଶୋଧନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ। ଆସନ୍ତାମାସ ଡିସେମ୍ବର ୧୪ ତାରିଖ ସୁଦ୍ଧା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବ। ତେବେ ତା ପୂର୍ବରୁ ନୂଆ ଭୋଟର ପଞ୍ଜୀକରଣ ଓ ଆପତ୍ତି ଅଭିଯୋଗ ଶୁଣାଣି କରାଯିବ ବୋଲି ସେ କହିଛନ୍ତି।

Advertisment

ଯେଉଁମାନେ ୨୦୨୧ ନଭେମ୍ବର ପହିଲା ସୁଦ୍ଧା ୧୮ ବର୍ଷ ପୂର୍ଣ୍ଣ କରିଥିବେ, ସେମାନେ ଭୋଟର ତାଲିକାରେ ସାମିଲ ହୋଇପାରିବେ ଚଳିତ ବର୍ଷ ଜାନୁଆରି ପହିଲା ସୁଦ୍ଧା କେନ୍ଦ୍ର ନିର୍ବାଚନ ଆୟୋଗ ପ୍ରସ୍ତୁତ କରିଥିବା ଭୋଟର ତାଲିକାକୁ ଭିତ୍ତି କରି ରାଜ୍ୟରେ ଓ୍ୱାଡୱାରି ଭୋଟର ତାଲିକା ପ୍ରସ୍ତୁତ ହେବ। ଏହାସହ ନଭେମ୍ବର ୧୬ରୁ ୨୩ ତାରିଖ ସପ୍ତାହକ ପାଇଁ ପଞ୍ଚାୟତସ୍ତରରେ ଭୋଟର ତାଲିକା ପ୍ରକାଶ କରାଯିବ। ଏହା ଉପରେ ଦାବି ବା ଆପତ୍ତି ଥିଲେ ଭୋଟରମାନେ ସଂପୃକ୍ତ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ପାଖରେ ଆବେଦନ କରିପାରିବେ।

ନୂଆ ଭୋଟର ପଞ୍ଜୀକରଣ ଲାଗି ଫର୍ମ-୧୬ ଓ ଆପତ୍ତି ଅଭିଯୋଗ ପାଇଁ ଫର୍ମ-୧୭ରେ ଆବେଦନ କରିବେ। ନଭେମ୍ବର ୨୪ରୁ ୨୬ ଭିତରେ ସଂପୃକ୍ତ ଅଧିକାରୀ ଏହାର ଶୁଣାଣି କରିବେ। ଏହାପରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଏନେଇ ଅଭିଯୋଗ ଥିଲେ ବିଡିଓଙ୍କ ପାଖରେ ନଭେମ୍ବର ୨୯ ଓ ୩୦ରେ ବିଡିଓଙ୍କ ପାଖରେ ଆବେଦନ କରିବାକୁ ପଡ଼ିବ। ଡିସେମ୍ବର ୧ରୁ ୨ ଭିତରେ ବିଡିଓ ଏହାର ଫଇସଲା କରିବେ। ୪ ଡିସେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଡିସେମ୍ବର ୬ରେ ଭୋଟର ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ ଓ ୧୪ ଡିସେମ୍ବରରେ ଭୋଟର ତାଲିକା ଚୂଡ଼ାନ୍ତ କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। 

Advertisment
Panchayat Election Odisha Panchayat Elections Voters List
Advertisment
Advertisment