Advertisment

T20 World Cup: ଟିମ୍‌ ଇଣ୍ଡିଆର ଭାଗ୍ୟକୁ ନେଇ ଅଜବ ଉତ୍ତର ଦେଲେ ଜାଡେଜା

ନ୍ୟୁଜିଲ୍ୟାଣ୍ଡ୍‌-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ। ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍‌ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍‌କୁ ଯିବାର ରାସ୍ତା ସଫା ହୋଇ ଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Team India

Team India

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ (ICC T20 World Cup)ରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍‌ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ। ଅପରାହ୍ନ ୩ଟା ୩୦ରେ ଆବୁଧାବିରେ ନ୍ୟୁଜିଲ୍ୟାଣ୍ଡ୍‌-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ।

Advertisment

ସ୍କଟ୍‌ଲ୍ୟାଣ୍ଡ ଓ ଭାରତ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଥିଲା। ଏହାପରେ ଏକ ପ୍ରେସ୍‌ କନଫରେନ୍ସ ହୋଇଥିଲା। ଏହି ସମୟରେ ଜଣେ ସାମ୍ବାଦିକ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କୁ ଏମିତି ଏକ ପ୍ରଶ୍ନ ପଚାରି ଥିଲେ ଓ ଏହାର ଉତ୍ତର ସମସ୍ତଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରି ଦେଇଥିଲା।

ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ, ଯଦି ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ୍‌କୁ ହରାଏ ତା’ହେଲେ ସେମିଫାଇନାଲକୁ ଯିବା ପାଇଁ ଆମକୁ ଏକ ସୁଯୋଗ ମିଳିବ। ଯଦି ନ୍ୟୁଜିଲ୍ୟାଣ୍ଡ୍‌ ନହାରେ ତା’ହେଲେ କ’ଣ ହେବ ? ଏହାର ଉତ୍ତରରେ ଜାଡେଜା କହିଥିଲେ, ‘ତା’ହେଲେ ବ୍ୟାଗ୍‌ ପ୍ୟାକ୍‌ କରି ଘରକୁ ଯିବା, ଆଉ କ’ଣ। ରବୀନ୍ଦ୍ର ଜାଡେଜାଙ୍କ ଏଭଳି ଅଜବ ଉତ୍ତର ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ଏକ ପ୍ରକାର ନିରାଶ କରିଛି।

Advertisment

ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍‌ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍‌କୁ ଯିବାର ରାସ୍ତା ସଫା ହୋଇ ଯିବ। ତେଣୁ ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ବିଜୟ ହାସଲ କରୁ ବୋଲି ଭାରତୀୟ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। 

Team India Ravindra Jadeja T20 World Cup ICC T20 World Cup 2021 NZ Vs AFG
Advertisment
Advertisment