Advertisment

ଉପରୁ ଖସିଲା ହାଇୱା, ଶ୍ରମିକଙ୍କ ଉପରେ ଚଢ଼ିଗଲା...

ଶୋଇ ଥିବାବେଳେ ଫ୍ଲାଏ ଓଭରରୁ ବାଲି ବୋଝେଇ ହାଇୱା ଖସି ୨ ଜଣଙ୍କ ଜୀବନ ଚାଲି ଯାଇଛି। ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
Truck overturns on NH-16 near Khordha Collector office killing two labourers

Truck overturns on NH-16 near Khordha Collector office killing two labourers

ଏମିତି ବି ଆସେ ମୃତ୍ୟୁ। ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କାହାକୁ ଜଣା ନାହିଁ। ଶୋଇ ଥିବାବେଳେ ଫ୍ଲାଏ ଓଭରରୁ ବାଲି ବୋଝେଇ ହାଇୱା ଖସି ୨ ଜଣଙ୍କ ଜୀବନ ଚାଲି ଯାଇଛି। ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ପଶ୍ଚିମବଙ୍ଗର ବାଦଲ ଏବଂ କନକ।

Advertisment

ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥ ଫ୍ଲାଏ ଓଭର କାମ କରୁଥିବା କିଛି ଶ୍ରମିକ ଅସ୍ଥାୟୀ ଟିଣ ଘର ଭିତରେ ଶୋଇଥିଲେ। ଆଜି ସକାଳୁ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ଫ୍ଲାଏ ଓଭରରୁ ଖସି ପଡ଼ି ଟିଣ ଘର ଭିତରେ ଶୋଇଥିବା ଶ୍ରମିକଙ୍କ ଉପରକୁ ଚଢି ଯାଇଥିଲା। ଫଳରେ ଟିଣ ଘର ଭିତରେ ଶୋଇଥିବା ୨ ଜଣ ଶ୍ରମିକ ହାଇୱା ତଳେ ଚାପି ହୋଇ ପ୍ରାଣ ହରାଇ ଥିଲେ। ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି।

ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment
Road Accident
Advertisment
Advertisment