Advertisment

ଏଣିକି ଆଉ ରାସ୍ତାରେ ବୁଲିବେନି ଗାଈଗୋରୁ

କୌଣସି ସରକାରୀ ନୁହେଁ ବରଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚାଲିଛି ଗୋସେବା ା ଏଇଠି ଦିଓଳା ଖାଇବା ସହ ରକ୍ଷଣାବେକ୍ଷଣା ପାଇଁ ସୁବିଧା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Volunters Open Shelter For Stray Cattle

Volunters Open Shelter For Stray Cattle

ଏଣିକି ଆଉ ଏଣେତେଣେ ବୁଲିବେନି ଗାଈ। ବେସାହାରା ହୋଇ ଆଉ ରହିବେନି। ଗାଈଗୋରୁଙ୍କୁ ସୁରକ୍ଷିତ ରଖିବାକୁ ଏବେ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ାର କିଛି ସ୍ୱେଚ୍ଛାସେବୀ। ଏଣେତେଣେ ବୁଲୁଥିବା ଗାଈଗୋରୁଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଉଛି। ଏଇଠି ଦିଓଳା ଖାଇବା ସହ ରକ୍ଷଣାବେକ୍ଷଣା ପାଇଁ ସୁବିଧା ରହିଛି। 

Advertisment

କୌଣସି ସରକାରୀ ନୁହେଁ ବରଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚାଲିଛି ଗୋସେବା ା ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ବାଦୁଆ ଗାଁରେ ଥିବା ସୁରଭି ଆଶ୍ରମ, ଯେଉଁଠି ବୁଲା ଗାଈଗୋରୁଙ୍କୁ ଆଣି ରଖାଯାଉଛି। ଏମାନଙ୍କ ଯତ୍ନ ନେବା ପାଇଁ କିଛି ଲୋକଙ୍କୁ ନିୟୋଜିତ ବି କରାଯାଇଛି। ପ୍ରତିଦିନ ସକାଳେ ଏମାନଙ୍କୁ ଦାନା ଚୋକଡ଼ା ଦେବା ପରେ ଚରାଇବାକୁ ନି‌ଆଯାଏ। ଏମାନଙ୍କ ପାଖରୁ ମିଳୁଥିବା କ୍ଷୀରକୁ ବିକ୍ରି କରି ଏହି ପଇସାକୁ ସମସ୍ତ କର୍ମଚାରୀଙ୍କୁ ଦରମା ଦିଆଯିବା ସହ ଗାଈଙ୍କ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୁଏ।

ରାସ୍ତାରେ କେଉଁ ବେସାହାରା ହୋଇ ଗାଈ ବୁଲୁଥିବା ଦେଖିଲେ ଦୁର୍ଘଟଣା କିମ୍ବା ରୋଗୀଣା ଗାଈଙ୍କୁ ପାଇଲେ ସୁରଭି ଆଶ୍ରମକୁ ସେମାନଙ୍କୁ ଅଣାଯାଏ। ସମସ୍ତ ଗାଈ ଗୋରୁଙ୍କ ଯନ୍ତ୍ର ନେବା ସହ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ଗୋ ଚାଲାଣ ଓ ଲୋକଙ୍କ ଅବହେଳା ଯୋଗୁ ଗୋରୁ ଗାଈଙ୍କ ସଂଖ୍ୟା କମୁଛି। ଗୋମାତାଙ୍କ ସୁରକ୍ଷା ପାଇଁ ସୁରଭି ଟ୍ରଷ୍ଟ ଏଭଳି ଆଶ୍ରମ ଆରମ୍ଭ କରିଛି। ଏହାସହ ଏହି ଆଶ୍ରମରେ ଥିବା କିଛି ବଳଦଙ୍କୁ ଆବଶ୍ୟକ କରୁଥିବା ଲୋକଙ୍କୁ ଚାଷ କାର୍ଯ୍ୟ ପାଇଁ ହସ୍ତାନ୍ତର ବି କରାଯାଇଛି। ତେବେ ଅର୍ଥାଭାବରୁ ଏବେ ଏଥିରେ ବାଧା ଉପୁଜିଛି। ା

Advertisment

(ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡାଙ୍କ ରିପୋର୍ଟ)

Stray Cattle Shelter For Stray Cattle
Advertisment
Advertisment