Advertisment

ରଥଯାତ୍ରା ପାଇଁ ଆସିଲା ଟ୍ରାଫିକ୍‌ ରୁଟ୍‌ ଚାର୍ଟ: ଜାଣନ୍ତୁ, କେଉଁ ବାଟେ ଯିବେ ପୁରୀ...

ପୁରୀ ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ୍ କରାଯାଇଛି।  ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।

author-image
Rajalaxmi Sahoo
Traffic Route Chart Released For Puri Rath Yatra

Traffic Route Chart Released For Puri Rath Yatra

ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଆଜି ମହାପ୍ରଭୁଙ୍କ ଉଭାଯାତ୍ରା। ତିନିବାଡରୁ ଆଜ୍ଞାମାଳ ପହଞ୍ଚିଛି। ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ଆସିବ ୩ ରଥ। ପ୍ରଥମେ ନନ୍ଦିଘୋଷ, ତାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ସେପଟେ ତିନି ରଥର ସୁରକ୍ଷା ପାଇଁ ୩ଟି ଫାୟାର ଫାଇଟିଂ ଟିମ୍ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି। 

Advertisment

ପୁରୀ ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ୍ କରାଯାଇଛି।  ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ। ଅଂଶୁଘାତ ଜନିତ ସୁରକ୍ଷା ପାଇଁ ୧୫ଟି କୁଇକ୍ ରେସପନ୍ସ ଟିମ୍ ଓ ୮ଟି ୱାଟର ଟ୍ୟାଙ୍କର ରହିବ।  ଜଳ ନିଷ୍କାସନ ପାଇଁ ୧୦ଟି ଫାୟାର ପମ୍ପ ରହିବ। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ  ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ ୨୪ ଘଣ୍ଟିଆ କାଯ୍ୟ କରିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। 

କେଉଁ ବାଟେ ଯିବେ ପୁରୀ ଜାଣି ନିଅନ୍ତୁ ରୁଟ୍‌ ଚାର୍ଟ...

  • ଭୁବନେଶ୍ୱର, ବ୍ରହ୍ମପୁର ଆଡୁ ଯାଉଥିବା ବାଇକ୍‌ ଗୁଡ଼ିକ ମଶାଣିଚଣ୍ଡୀ ଛକ ସ୍ଥିତ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ  
  • କୋଣାର୍କ ପଟୁ ଆସୁଥିବା ବାଇକ୍ ଗୁଡ଼ିକ ବ୍ଲୁ ଫ୍ଲାଗ୍ ବିଚ୍ ନିକଟରେ ପାର୍କିଂ କରିବେ
  • ଭୁବନେଶ୍ୱରରୁ ଯାଉଥିବା କାର୍‌ ଗୁଡିକ ଛପନ ଛକ ନିକଟ ପାର୍କିଂ ସ୍ଥଳରେ ରହିବେ 
  • ଭୁବନେଶ୍ୱରରୁ ଆସୁଥିବା ତିନି ଚକିଆ, ଚାରି ଚକିଆ ଗାଡ଼ି ଗୁଡିକ ମାଳତୀପାଟପୁର, ତୋଷାଳୀ ଛକ, ଗ୍ରୀଡ୍ ଷ୍ଟେସନ, ଭୁଦାନ ଦେଇ ତାଳବଣିଆରେ ପାର୍କିଂ କରିବେ।  ଫେରିବା ବେଳେ ଏହି ଗାଡ଼ି ଗୁଡିକ ସେଣ୍ଟ୍ରାଲ ସ୍କୁଲ୍‌, ଗ୍ରୀଡ ଷ୍ଟେସନ, ବାଲିଘାଟ, ଗୋପାଳପୁର କ୍ରସିଂ ଦେଇ ମାଳତୀପାଟପୁରରେ ପହଞ୍ଚିବ।
  • ବସ୍ ଗୁଡ଼ିକ ମାଳତୀପୁର ନୂଆ ବସ୍‌ଷ୍ଟାଣ୍ଡ୍‌ରେ ପାର୍କିଂ କରିବ  
Advertisment

Puri Rath Yatra Rath Jatra Rath Yatra 2022 Puri Rath Jatra
Advertisment
Advertisment