• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ, ଗୁରୁବାର। ତିଥି – ପ୍ରତିପଦ ଦିବା ୧୦/୪୯ ଗତେ ୨ୟା ଚନ୍ଦ୍ର – ମିଥୁନ ସନ୍ଧ୍ୟା  ୦୬/୨୩ ଗତେ କର୍କଟ ଘାତ ଚନ୍ଦ୍ର- କନ୍ୟା  ରାଶିର ସନ୍ଧ୍ୟା ୦୬/୨୩ ପର୍ଯ୍ୟନ୍ତ ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ- କୁଟୁମ୍ଭହାନି – ତିଳକାଞନ ଦାନ ଦିବା ୦୧/୦୯ ଗତେ ୨ ପାଦ- ପଶୁ ଓ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ରାତ୍ରି ୦୧/୦୬ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ ପର୍ଯ୍ୟନ୍ତ 

ଶୁଭ ସମୟ- 
ପ୍ରାତଃ ୦୫/୧୪ ରୁ ୦୬/୦୭ 
ଦିବା ୦୯/୩୮ ରୁ ୦୯/୨୩

ସନ୍ଧ୍ୟା  ୦୭/୦୯ ରୁ ୦୯/୧୮
ରାତ୍ରି  ୦୧/୧୧ ରୁ ୦୨/୨୧
ରାତ୍ରି ୦୩/୪୮ ରୁ ୦୫/୧୫

ଅଶୁଭ ସମୟ-
ରାହୁକାଳ-  ଦିବା ୦୧/୨୯  ରୁ  ୦୩/୦୮
କାଳବେଳା-  ଦିବା ୦୩/୦୮ ରୁ ୦୪/୪୬
ବାରବେଳା – ଦିବା ୦୪/୪୬ ରୁ ୦୬/୨୫
କାଳରାତ୍ରି-  ରାତ୍ରି ୧୧/୫୦ ରୁ ୦୧/୧୧

ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ – ଆପଣଙ୍କ ଧ୍ୟାନ ଧର୍ମ ଦିଗରେ ଅଧିକ ଲାଗି ରହିବ 
ଦ୍ୱିଜା – ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ
କୃତିକା – ଅଫିସରେ ଜରୁରୀ କାମରେ କର୍ମଚାରୀଙ୍କ ଠାରୁ ସାହାଯ୍ୟ ପାଇବେ
ପ୍ରତିକାର -  ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତ

ବୃଷ: 
କୃତିକା  - ଅଫିସରେ ଆପଣଙ୍କୁ ସାବଧାନ ରହିବାକୁ ପଡିବ
ରୋହିଣୀ – ଜୀବନସାଥିଙ୍କ ପ୍ରତି ନିଜର ବ୍ୟବହାର ବଦଳାନ୍ତୁ
ମୃଗଶିରା – କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ମିଥୁନ: 
ମୃଗଶିରା  -  ଆପଣଙ୍କର ଆତ୍ମ ବିଶ୍ୱାସ ସ୍ତର ଉଚ୍ଚ ରହିବ
ଆଦ୍ରା -  ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି
ପୁନର୍ବସୁ -  କର୍ମଜୀବୀ ମହିଳା ଦରମା ବଢିପାରେ
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ 

କର୍କଟ: 
ପୁନର୍ବସୁ -  ଛାତ୍ରଛାତ୍ରୀଙ୍କର ପାଠ ପଢାରେ ମନ ଲାଗିବ
ପୁଷ୍ୟା –  ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ରହିବ
ଅଶ୍ଳେଷା – ଜୀବନସାଥିଙ୍କୁ ମନ ପସନ୍ଦ ଉପହାର ଦେବେ
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ: 
ମଘା – ପରିବାର ଲୋକଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିର ଯିବେ
ପୂ , ଫାଲଗୁନୀ – କୌଣସି ବଡ ସୁବିଧା ମିଳିବା  ଯୋଗୁଁ ଧନ ଲାଭ ହେବ
ଉ ,ଫାଲଗୁନୀ – ଜୀବନ ସାଥିଙ୍କ ସହିତ ସାମଞସ୍ୟ ବଜାୟ ରହିବ
ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ

କନ୍ୟା: 
ଉ , ଫାଲଗୁନୀ – ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ  
ହସ୍ତା -  ଜରୁରୀ କାମ ପୂରା କରିବାରେ ସଫଳ ହେବେ
ଚିତ୍ରା – ସାଂସାରିକ ଜୀବନ ଶାନ୍ତି ଦାୟକ ରହିବ
ପ୍ରତିକାର -  ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ 

ତୁଳା: 
ଚିତ୍ରା – ଅନ୍ୟମାନଙ୍କ କାମରେ ନିଜର ମତ ଦେବାରେ ନିବୃତ ରୁହନ୍ତୁ 
ସ୍ୱାତୀ – ପୁରୁଣା କଥାରେ ଚିନ୍ତିତ ରହିବେ
ବିଶାଖା – ଆପଣଙ୍କ ଦୋଷ ତ୍ରୁଟି ସ୍ୱୀକାର କରିବେ ନାହିଁ
ପ୍ରତିକାର – ପର୍ଶୁରାମଙ୍କ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ 

ବିଛା: 
ବିଶାଖା – କାହାକୁ କୌଣସି କଥା ବୁଝାଇବାରେ ଭୁଲ୍‌ ହୋଇପାରେ
ଅନୁରାଧା -   ଖାଦ୍ୟ, ପାନୀୟ ପ୍ରତି ସଚେତନ ରୁହନ୍ତୁ
ଜ୍ୟେଷ୍ଠା  – ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ  
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ଧନୁ: 
ମୂଳା – କାମରେ ଥିବା ଅବରୋଧ ଦୂର ହୋଇଯିବ
ପୂ , ଷାଢା – ରାଜନୀତିରେ ସଫଳତା ପାଇବେ
ଉ , ଷାଢା – ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର: 
ଉ , ଷାଢା -  ସମାଜରେ ଆପଣଙ୍କର ଲୋକ ପ୍ରିୟତା ବଢିବ
ଶ୍ରବଣା – ବ୍ୟବସାୟରେ ଯୋଜନାବଦ୍ଧ ଭାବେ କାମ କରିବେ
ଧନିଷ୍ଠା – ଦୂର ସମ୍ପର୍କୀୟଙ୍କ ଠାରୁ ଭଲ ଖବର ଶୁଣିବେ
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ: 
ଧନିଷ୍ଠା – କୌଣସି ଖବର ପାଇ ମନ ଅସ୍ଥିର ହୋଇପାରେ  
ଶତଭିଷା – ମୂଲ୍ୟବାନ୍ ଜିନିଷ ହଜି ଯିବାର ସମ୍ଭାବନା ରହିଛି
ପୂ , ଭାଦ୍ରପଦ  – ବ୍ୟବସାୟରେ ପ୍ରଗତିରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ: 
ପୂ , ଭାଦ୍ରପଦ - ବନ୍ଧୁଙ୍କ ଠାରୁ ଉତ୍ତମ ପରାମର୍ଶ ମିଳିବ
ଉ , ଭଦ୍ରପଦ - ପରିଶ୍ରମର ସନ୍ତୋଷ ଜନକ ଫଳ ମିଳିବ
ରେବତୀ – ଲୋକେ ଆପଣଙ୍କ ସ୍ୱଭାବରେ ପ୍ରଭାବିତ ହେବେ
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)