ମାତୃଭାଷା ଯଦି ଗଣମାଧ୍ୟମର ଦୃଷ୍ଟି ଶକ୍ତି ହୁଏ, ଇଂରାଜୀ ଭାଷା ଚଷମା ସଦୃଶ। ଯଦି ଦୃଷ୍ଟିଶକ୍ତି ଥିବ ତା’ ହେଲେ ଚଷମା କାମ କରିବ ବୋଲି ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି।
ଲଘୁଚାପଟି କାଲି ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ କି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। ସେହିପରି ଆମରଣ ଅନଶନ କି ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ।
ଅରୁଣାଚଳ ପ୍ରଦେଶରେ ଆଜି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ରାହୁ ଗ୍ରସ୍ତ ସୂର୍ଯ୍ୟ ପରାଗ ୨୫/୧୦/୨୦୨୨ ମଙ୍ଗଳବାର ଦିନ ଅପରାହ୍ନ ୦୨.୧୫ ପରଠାରୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଆରମ୍ଭ ହୋଇ ସେହି ଦିନ ୦୬.୨୬ ରେ ସର୍ବମୋକ୍ଷ ହେବ। କିନ୍ତୁ ସେହି ଦିନର ସୂର୍ଯ୍ୟ ଅସ୍ତ ଅପରାହ୍ନ ୦୫.୧୫ ରେ ରହିଥିବାରୁ ସେହି ସମୟରେ ପରାଗ ମୋକ୍ଷ...
ନୂଆଦିଲ୍ଲୀରେ ନ୍ୟୁଜ୍ ବ୍ରଡ୍କାଷ୍ଟିଂ ଫେଡେରେସନ୍(NBF)ର ନ୍ୟାସନାଲ କନକ୍ଲେଭ୍ ଆରମ୍ଭ ହୋଇଛି।ଏହି ସମ୍ମିଳନୀରେ ଓଟିଭି ନେଟ୍ଓ୍ୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା ଏବଂ ବିଜିନେସ୍ ଡେଭଲପ୍ମେଣ୍ଟ୍ ଅଫିସର ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଛନ୍ତି।
ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି। କମିଶନରେଟ୍ ପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।
ପ୍ଲେଟଲେଟ୍ ବଦଳରେ ଡେଙ୍ଗୁ ରୋଗୀଙ୍କୁ ଦେଲେ ଫଳ ଜୁସ୍। ଏଥିପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି।
ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍ ଟର୍ଚ୍ଚ ଲାଇଟ୍ରେ ଇଞ୍ଜେକ୍ସନ ଓ ସାଲାଇନ୍ ଦେଇ ଚିକିତ୍ସା କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ଏହା କୌଣଣି ଉପାନ୍ତ ଅଞ୍ଚଳର ନୁହେଁ ବରଂ କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।
ଗତ ବର୍ଷ ତୁଳନାରେ ଅହେତୁକ ଦର ବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ କର୍ପୋରେଟରମାନେ ଦୃଢ ବିରୋଧ କରିଥିଲେ। ବ୍ୟବସାୟିକ ମନୋବୃତ୍ତି ନେଇ ପ୍ରଶାସନ ବାଲିଯାତ୍ରା ଆୟୋଜନ ନ କରୁ ବୋଲି କର୍ପୋରେଟରମାନେ କହିଥିଲେ।
ବୋଷ୍ଟନ ୟୁନିଭର୍ସିଟିର ଲ୍ୟାବ୍ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହାକି କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠୁ ବି ଅଧିକ ଘାତକ।
ଭୁବନେଶ୍ୱରରେ ହେବାକୁ ଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନରେ ଯୋଗ ଦେବାକୁ ଆସୁଥିବା ଲକ୍ଷାଧିକ ଚାଷୀଙ୍କୁ ପୋଲିସ୍ ପ୍ରଶାସନ ଅଟକାଇଛି। କଳବଳ କୌଶଳ ଲଗାଇ ଶହ ଶହ ଚାଷୀଙ୍କୁ ସରକାର ଅଟକାଇଛନ୍ତି।
୨୨ ତାରିଖ ପରେ ଅବପାତ ବାତ୍ୟା ରୂପ ନେଇପାରେ। ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତ ରହିବେ ? କ'ଣ ସବୁ କରିବା ଉଚିତ୍ ଓ କ'ଣ ସବୁ କରିବା ଅନୁଚିତ୍, ଜାଣନ୍ତୁ...
କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।
ପାଠ ସହ ଶାଠ ପାଇଁ ବି ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ମାଟ୍ରିକ୍ ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଏଭଳି ସଂସ୍କାର ଅଣାଯାଇଛି।
ବାପା ଭାବୁଥିଲା ପୁଅ ମୋର ନିଖୋଜ ଅଛି, ଆଉ ପତ୍ନୀ ଭାବୁଥିଲେ ସ୍ୱାମୀକୁ ହତ୍ୟା କରାଯାଇଛି। ହେଲେ ସମସ୍ତଙ୍କୁ ଚକ୍ମା ଦେଖାଇ ନିଖୋଜ ନାଟକ କରି ୫ ବର୍ଷ ହେଲା ଫେରାର ଥିଲା ପୁଅ।
ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।
ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ବିଜେଡିର ୨୬ ଜଣିଆ କମିଟି ଗଠନ କରିବା ପରେ ରାଜନୀତି ତେଜିଛି। ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ଥିବା ନେଇ ଦାବି କରୁଥିବା ଛାତ୍ରଛାତ୍ରୀ ଏହାକୁ ବିରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି।