ଜମ୍ମୁ-କାଶ୍ମୀର ପୋଲିସ୍ ମହାନିର୍ଦ୍ଦେଶକ(ଜେଲ୍) ହେମନ୍ତ ଲୋହିଆଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହେମନ୍ତ ଲୋହିଆଙ୍କୁ ତାଙ୍କ ଘରୋଇ ସହାୟକ ୟାସିର୍ ଅହମ୍ମଦ(୩୬) ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଗାଡ଼ିକୁ ହଡପ ପାଇଁ ରଚିଥିଲେ ମିଛ ଡକାୟତି। ହେଲେ ପରିସ୍ଥିତି ଏମିତି ହେଲା ଯେ, ନିଜେ ହିଁ ସବୁକିଛି ସତ ମାନିଲେ।
ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତ ପେଟ୍ରୋଲ ନାହିଁ। ପେଟ୍ରୋଲ ପମ୍ପରେ PUC(Pollution Under Control) ସାର୍ଟିଫିକେଟ୍ ନଦେଖାଇଲେ ପେଟ୍ରୋଲ ଓ ଡିଜେଲ ପକାଇ ପାରିବେ ନାହିଁ।
କୋଲକାତା ସହରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଫାଇବରରେ ନିର୍ମାଣ କରାଯାଇଥିବା ବେଳେ ଦୂରଦର୍ଶନ ଓ ପ୍ରସାର ଭାରତୀ ଭଳି ଥିମ୍ରେ ନିର୍ମାଣ ହୋଇଛି ମଣ୍ଡପ।
ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲି ଯାଇ ମହିଳା ଜଣକ ପ୍ରେମିକ ସହ ମିଶି ୩ ବର୍ଷର ପୁଅକୁ ହତ୍ୟା କରିବାକୁ ପଛାଇଲେ ନାହିଁ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ଗୋଟିଏ ଗୋଡ଼ କାଟି ଦେଲା ଦଲାଲ। ଏତିକି ମାତ୍ର ଦୋଷ, କାମ କରିବା ପରେ ମଜୁରି ମାଗିଥିଲେ ଶ୍ରମିକ ଜଣକ।
ସାଧାରଣତଃ ବୈଷୟିକ ତ୍ରୁଟି, ଫ୍ୟାନ୍ସ ହଠାତ୍ ପଡ଼ିଆ ମଝିକୁ ଚାଲି ଆସିଲେ କିମ୍ବା କୁକୁର ଚାଲି ଆସିଲେ ମ୍ୟାଚ୍ କିଛି ସମୟ ପାଇଁ ଅଟକା ଯାଇଥାଏ। ହେଲେ ପ୍ରଥମଥର ପାଇଁ ଶୁଣିବାକୁ ମିଳିଛି ଯେ, ପଡ଼ିଆ ଭିତରକୁ ସାପ ପଶି ଆସିବା ପରେ ମ୍ୟାଚ୍ ବନ୍ଦ ରଖିବାକୁ ପଡ଼ିଥିଲା।
ଚୀନ ଯାଉଥିବା ଇରାନ୍ର ଏକ ପାସେଞ୍ଜର ଫ୍ଲାଇଟ୍ରେ ବୋମା ଥିବା ସୂଚନା ମିଳିଛି। ଭାରତୀୟ ଏୟାର ସ୍ପେଶ ଉପରେ ଥିବାବେଳେ ବିମାନରେ ବୋମା ଥିବା ସୂଚନା ମିଳିଥିଲା।
ପାଖାପାଖି ୧୧ ମାସ ଯାତ୍ରା କରିବା ପରେ ମଙ୍ଗଳଯାନ, ମଙ୍ଗଳ ଗ୍ରହ ନିକଟତର ହୋଇଥିଲା। ଫଳରେ ISRO(Indian Space Research Organisation)କୁ ଏକ ବଡ଼ ସଫଳତା ମିଳିଥିଲା।
ଗତକାଲି ରାତି ପ୍ରାୟ ୯ଟା ସମୟରେ ପେଣ୍ଡାଲରେ ଆଳତି ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଦୁର୍ଗାପୂଜା ଅବସରରେ ଗତକାଲି ସପ୍ତମୀ ପାଇଁ ସହରର ରାଜନଗର ଠାରେ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସମୟରେ କଣ୍ଠଶିଳ୍ପୀ ମୂରଲି ମହାପାତ୍ର ଗୀତ ଗାଇବା ପାଇଁ ଷ୍ଟେଜ୍ ଆସିଥିଲେ।
ସେହିପରି ଆସନ୍ତାକାଲି ୧୩ଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
କୋଭିଡ୍ କଟକଣା ଯୋଗୁ ୨ବର୍ଷ ହେବ ଉତ୍ସବ ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିବାରୁ ଏଥର ଧୁମ୍ଧାମ୍ରେ ସମସ୍ତେ ଦଶହରା ପାଳନ କରିବାକୁ ଭୁଲୁ ନାହାଁନ୍ତି। କିଏ ପରିବାର ସହ ତ ଆଉ କିଏ ସାଙ୍ଗସାଥୀଙ୍କ ସହ ମାତିଛନ୍ତି ସେଲିବ୍ରେସନରେ। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଏବେ...
ଗିରଫ ହେଲେ ବିଲ୍ଡର୍ ମନୋଜ ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି।
ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଲାଗି ସଜେଇ ହୋଇଛି ପୂଜା ମଣ୍ଡପ। ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି।
RBIର ଛୁଟି ତାଲିକା ଅନୁସାରେ, ଅକ୍ଟୋବରରେ ୨୧ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।
ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମ୍ଙ୍କୁ ଦଣ୍ଡାଦେଶ ଦେଇଥିଲେ। ଫଳରେ ମୋକିମ୍ଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି।
୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଘାତମପୁର ଅଞ୍ଚଳରେ ପୋଖରୀ ଭିତରକୁ ଖସି ପଡ଼ିଥିଲା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।