Advertisment

ପ୍ଲେଟଲେଟ୍‌ ବଦଳରେ ଡେଙ୍ଗୁ ରୋଗୀଙ୍କୁ ଦେଲେ ଜୁସ୍‌, ତା’ପରେ ଘଟିଲା ଏମିତି କିଛି...

ପ୍ଲେଟଲେଟ୍‌ ବଦଳରେ ଡେଙ୍ଗୁ ରୋଗୀଙ୍କୁ ଦେଲେ ଫଳ ଜୁସ୍‌। ଏଥିପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dengue Patient Dies in UP

Juice Drip To Dengue Patient Instead Of Platelets

ପ୍ଲେଟଲେଟ୍‌ ବଦଳରେ ଡେଙ୍ଗୁ ରୋଗୀଙ୍କୁ ଦେଲେ ଫଳ ଜୁସ୍‌। ଏଥିପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏଭଳି ଅଭିଯୋଗ ଆସିଛି। ପ୍ରୟାଗରାଜରେ ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌ ବଦଳରେ ଫଳ ଜୁସ୍‌ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଡେଙ୍ଗୁରେ ଆକ୍ରାନ୍ତ ହେବାରୁ ପ୍ରଦୀପ କୁମାର ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ପ୍ଲେଟଲେଟ୍‌ ବଦଳରେ ଫଳ ଜୁସ୍‌ ଦିଆଯିବାରୁ ତାଙ୍କ ଜବୀନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡ଼ିବା ପରେ ପ୍ରୟାଗରାଜ ସ୍ଥିତ ଝଲୱାରେ ଥିବା ଏହି ହସ୍ପିଟାଲ୍‌କୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। 

ଅଧିକ ପଢ଼ନ୍ତୁ: ସରକାରୀ ଡାକ୍ତରଖାନାରେ ମିଳିଲାନି ବେଡ୍‌, ଅଟୋ ଭିତରେ ରୋଗୀଙ୍କୁ ଦିଆଗଲା ଇଞ୍ଜେକ୍ସନ

Advertisment

ପ୍ରଦୀପଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରଦୀପଙ୍କ ପ୍ଲେଟଲେଟ୍‌ ହ୍ରାସ ପାଇ ୧୨-୧୩ ହଜାରରେ ପହଞ୍ଚିଥିଲା। ତେଣୁ ୮ ୟୁନିଟ୍‌ ପ୍ଲେଟଲେଟ୍‌ ଯୋଗାଡ଼ କରିବା ପାଇଁ ଡାକ୍ତର କହିଥିଲେ। ୩ ୟୁନିଟ୍‌ ପ୍ଲେଟଲେଟ୍‌ ଯୋଗାଡ଼ ହୋଇଥିବା ବେଳେ ଆଉ ୫ ୟୁନିଟ୍‌ ପ୍ଲେଟଲେଟ୍‌ ଯୋଗାଡ଼ ହୋଇପାରିନଥିଲା। ତେବେ ଯେଉଁ ବିଲ୍ଡିଂରେ ହସ୍ପିଟାଲ୍‌ ହୋଇଛି, ତା’ର ମାଲିକଙ୍କ ପୁଅ ସତୀଶ ୫ ୟୁନିଟ୍‌ ପ୍ଲେଟଲେଟ୍‌ ବଦଳରେ ୨୫ ହଜାର ଟଙ୍କା ନେବା କଥା କହିଥିଲେ। ପ୍ରଦୀପଙ୍କ ପରିବାର ଲୋକ ସତୀଶଙ୍କୁ ୨୫ ହଜାର ଟଙ୍କା ଦେଇ ୫ ୟୁନିଟ୍‌ ପ୍ଲେଟଲେଟ୍‌ କିଣିଥିଲେ। 

ହେଲେ ଯେତେବେଳେ ପ୍ରଦୀପଙ୍କୁ ଏହି ପ୍ଲେଟଲେଟ୍‌ ଦିଆଯାଇଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରେ ଲାଗିଥିଲା। ଫଳରେ ଅନ୍ୟତ୍ର ଚିକିତ୍ସା କରିବା ପାଇଁ ହହସ୍ପିଟାଲ୍‌ ପକ୍ଷରୁ କୁହାଯାଇଥିଲା। ଏହାପରେ ପ୍ରଦୀପଙ୍କ ପରିବାର ଲୋକ ଅକ୍ଟୋବର ୧୮ରେ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଶରୀରରେ ଥିବା ଅନେକ ଶିରା ଫାଟି ଯାଇଥିଲା। କିଣାଯାଇଥିବା ୫ ୟୁନିଟ୍‌ ପ୍ଲେଟଲେଟ୍‌ ମଧ୍ୟରୁ ବଳକା ଏକ ପ୍ଲେଟଲେଟ୍‌କୁ ପ୍ରଦୀପଙ୍କ ପରିବାର ଲୋକ ଡାକ୍ତରଙ୍କୁ ଦେଇଥିଲେ। ହେଲେ ପରେ ଜଣାପଡ଼ିଥିଲା ଯେ, ଏହା ପ୍ଲେଟଲେଟ୍‌ ନୁହେଁ ବରଂ ଏଥିରେ ଫଳ ଜୁସ୍‌ ଓ କେମିକାଲ ମିଶା ଯାଇଛି। ଫଳରେ ପ୍ରଦୀପଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଅକ୍ଟୋବର ୧୯ରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲା ପ୍ରାସନ ପକ୍ଷରୁ ଉକ୍ତ ହସ୍ପିଟାଲ୍‌କୁ ସିଲ୍‌ କରାଯିବା ସହ ଘଟଣାର ଯାଞ୍ଚ ପାଇଁ ଟିମ୍‌ ଗଠନ କରାଯାଇଛି। ସୂଚନାଥାଉ କି, ପ୍ରୟାଗରାଜରେ ଡେଙ୍ଗୁ ବ୍ୟାପିବା ପରେ କଳାବଜାରୀ ଆରମ୍ଭ ହୋଇଯାଇଛି। ପ୍ଲେଟଲେଟ୍‌ ବଦଳରେ ଫଳ ଜୁସ୍‌ ଓ କେମିକାଲ୍‌ ମିଶା ଯାଇ ରୋଗୀଙ୍କୁ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି।

Medical Negligence Dengue Fever
Advertisment
Advertisment