Advertisment

୨୨ ପରେ ବାତ୍ୟା ! ‘ଯେଉଁଠି ଏହା ଅତିକ୍ରମ କରିବ, ସେଇଠି ଅଧିକ ପ୍ରଭାବ ପଡ଼ିବ’

୨୨ ତାରିଖ ପରେ ଅବପାତ ବାତ୍ୟା ରୂପ ନେଇପାରେ। ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Alert for Odisha

IMD's DG Mrutyunjay Mohapatra on cyclone threat over Odisha

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଅନ୍ୟପକ୍ଷେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବା ସମ୍ଭାବନା ରହିଛି। 

Advertisment

ବାତ୍ୟା କେବେ ଓ କେଉଁଠି ସ୍ଥଳଭାଗ ଛୁଇଁବ, ସେନେଇ ଏଯାଏ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। ତେବେ ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ।୨୨ ତାରିଖରୁ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ପାଣିପାଗ ବିଭାଗ ସତର୍କ କରାଇଛି। ସମ୍ଭାବ୍ୟା ବାତ୍ୟା ଯୋଗୁ ସମୁଦ୍ରରେ ପବନର ବେଗ ୪୫ରୁ ୬୫ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି। 

ଅଧିକ ପଢ଼ନ୍ତୁ: ବାତ୍ୟା ଆସୁଛି ! ଟ୍ୱିଟ୍‌ କରି ସୂଚନା ଦେଲା ପାଣିପାଗ ବିଭାଗ

ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଏନେଇ IMD ଡିଜି ସୂଚନା ଦେଇଛନ୍ତି, ୨୨ ତାରିଖ ପରେ ଅବପାତ ବାତ୍ୟା ରୂପ ନେଇପାରେ। ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ।

Advertisment

‘୨୨ ତାରିଖରେ ବାତ୍ୟା ରୂପ ନେଲା ବେଳକୁ ଏହା ସମୁଦ୍ରରେ ଥିବ। ଏହା କେଉଁ ଦିଗରେ ଯିବ, ତୀବ୍ରତା କେତେ, ପୂର୍ବାନୁମାନ ହୋଇନି। ଲଘୁଚାପ ବା ଅବପାତ ହେଲା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ’ ବୋଲି IMD ଡିଜି ସୂଚନା ଦେଇଛନ୍ତି। 

Cyclone
Advertisment
Advertisment