Advertisment

ମାଟ୍ରିକ୍‌ ପରୀକ୍ଷାରେ ହେଲା ବଡ଼ ସଂସ୍କାର, ଏଣିକି ପାଠ ସହ ଶାଠରେ ବି ମିଳିବ ମାର୍କ

ପାଠ ସହ ଶାଠ ପାଇଁ ବି ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ମାଟ୍ରିକ୍‌ ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଏଭଳି ସଂସ୍କାର ଅଣାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BSE Odisha 10th Syllabus

Big Reform In Matric Exam

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ ଲାଗୁ ହେଲା‌ ଆସ୍ପିରେସନାଲ୍ କମ୍ପୋନେଣ୍ଟ ସବ୍‌ଜେକ୍ଟ। ଯେଉଁଥିରେ ଛାତ୍ରଛାତ୍ରୀ ଅଧିକ ୧୦୦ ମାର୍କର ପରୀକ୍ଷା ଦେବେ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ପାଠ ପଢିବେ। ପାଠ ସହ ଶାଠ ପାଇଁ ବି ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ମାଟ୍ରିକ୍‌ ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଏଭଳି ସଂସ୍କାର ଅଣାଯାଇଛି। 

Advertisment

ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ଆଉ ୪ଟି ବିଷୟ ସାମିଲ ହୋଇଛି। ଏହି ୪ଟି ବିଷୟ ହେଲା- ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ଓ୍ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ୍‌ ଓ ବେସିକ୍ ଆଇଟି ସ୍କିଲ୍‌ସ୍‌। ଯେଉଁଥିରେ ଯୋଗ, ସୁଇମିଂ, ଫିଜିକାଲ୍ ଓ କଲ୍‌ଚରାଲ୍‌ ଡେଭେଲପମେଣ୍ଟ ସହ ଅନ୍ୟ ଫିଜିକାଲ୍ ଆକ୍ଟିଭିଟି ରହିଛି।

୪ଟି ବିଷୟରେ ଛାତ୍ରଛାତ୍ରୀ ୨୫ ମାର୍କ ଲେଖାଏ ମୋଟ୍ ୧୦୦ ମାର୍କର ପରୀକ୍ଷା ଦେବେ। ୮୦%ରୁ ଅଧିକ ମାର୍କ ରଖିଲେ ଏ-ଗ୍ରେଡ୍, ୬୦ ରୁ ୮୦% ରହିଲେ ବି, ୪୦ରୁ ୬୦% ରହିଲେ ସି ଓ  ୪୦%ରୁ କମ୍ ମାର୍କ ରଖିଲେ ଡି ଗ୍ରେଡ୍ ପାଇବେ ପରୀକ୍ଷାର୍ଥୀ। 

Advertisment

Matric Exam
Advertisment
Advertisment