କାର୍ତ୍ତିକ ମାସରେ ପଡ଼ୁଛି ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ। ଅକ୍ଟୋବର ୨୫ ତଥା ଦୀପାବଳିରେ ପଡୁଛି ସୂର୍ଯ୍ୟପରାଗ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ତାରିଖ ଦିନ ପୟା ଶ୍ରାଦ୍ଧ , ଦ୍ୱୀପଦାନ , କାଳୀ ପୂଜା, ବାଣଫୁଟା ଓ କାଉଁରିଆ କାଠି ଜାଳିବାକୁ ଧାର୍ଯ୍ୟ କରାଯାଇଛି। ଶ୍ରୀମନ୍ଦିରରେ ସୋମବାର ରାତ୍ରି ୧୨ଟା ପରେ ଦ୍ୱାର ଫିଟା ହୋଇ ୨.୩୦ ରୁ ୩ଟା ଭିତରେ ସକାଳ ଧ୍ୱପ, ରାତ୍ର ୪ ଟାରେ ବାଳ ଧ୍ୱପ, ୪.୫୫ ରେ ଭୋଗ ମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ପୁନର୍ବାର ମଙ୍ଗଳବାର ଅପରାହ୍ନ ୪.୫୬ ପରେ ପରାଗ ସ୍ପର୍ଶ ପରେ ମହାସ୍ନାନ ନୀତି ହେବ ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।
ଅଧିକ ପଢ଼ନ୍ତୁ:ଦୀପାବଳିରେ ସୂର୍ଯ୍ୟୋପରାଗ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; କିଭଳି ହେବ ପାକ ତ୍ୟାଗ ଓ ଦେବନୀତି ? ଜାଣନ୍ତୁ..
ରାହୁ ଗ୍ରସ୍ତ ସୂର୍ଯ୍ୟ ପରାଗ ୨୫/୧୦/୨୦୨୨ ମଙ୍ଗଳବାର ଦିନ ଅପରାହ୍ନ ୦୨.୧୫ ପରଠାରୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଆରମ୍ଭ ହୋଇ ସେହି ଦିନ ୦୬.୨୬ ରେ ସର୍ବମୋକ୍ଷ ହେବ। କିନ୍ତୁ ସେହି ଦିନର ସୂର୍ଯ୍ୟ ଅସ୍ତ ଅପରାହ୍ନ ୦୫.୧୫ ରେ ରହିଥିବାରୁ ସେହି ସମୟରେ ପରାଗ ମୋକ୍ଷ ହୋଇ ନଥାଏ। ତେଣୁ ଓଡିଶାରେ ସର୍ବମୋକ୍ଷ ହୋଇ ନଥିବାରୁ ତା ପରଦିନ ୨୬/୧୦/୨୦୨୨ ବୁଧବାର ଦିନ ସୂର୍ଯ୍ୟୋଦୟ ପରେ ସ୍ନାନ ସାରି ଦେବ ପୂଜା ଓ ଅନ୍ନ ଭୋଜନାଦି କରାଯିବ। ଏହି ପରାଗ ପାଇଁ ସୋମବାର ରାତ୍ରି ୦୪.୫୮ ରୁ ଦେବନୀତି ବନ୍ଦ, ପାକତ୍ୟାଗ ଆଦି କରାଯିବ।
ଜାଣନ୍ତୁ, ସୂର୍ଯ୍ୟପରାଗ ସମୟରେ କ’ଣ କରିବା ଉଚିତ୍ ନୁହେଁ...
- ଠାକୁର ପୂଜା ବନ୍ଦ ରହିବା ସହ ଠାକୁର ଘର ମଧ୍ୟ ବନ୍ଦ ରଖନ୍ତୁ
- ରନ୍ଧନ କାର୍ଯ୍ୟ ବନ୍ଦ ରହିବ
- ଖାଦ୍ୟ ଗ୍ରହଣ ବନ୍ଦ ରହିବ
- କୌଣସି ବୃକ୍ଷକୁ ସ୍ପର୍ଶ କରନ୍ତୁ ନାହିଁ
- କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ
- ଘରର ଝରକା, କବାଟ ଖୋଲା ରଖନ୍ତୁ ନାହିଁ
- ସ୍ୱାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତୁ ନାହିଁ
- ଗର୍ଭବତୀ ମହିଳା ଏହି ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ
- କଟାକଟି ବା ସିଲେଇ କାର୍ଯ୍ୟ କରନ୍ତୁ ନାହିଁ
ଏକ ନଡ଼ିଆକୁ କୋଳରେ ରଖି ଶ୍ରୀ ବିଷ୍ଣୁଙ୍କୁ ମନେ ମନେ ସ୍ମରଣ କରିବା ସହିତ "ଓଁ ନମଃ ଭଗବତେ ବାସୁଦେବାୟ" ଏହି ମନ୍ତ୍ରକୁ ଜପ କରିବା ଉଚିତ୍। ପରାଗ ଶେଷ ପରେ ସେହି ନଡ଼ିଆକୁ କୌଣସି ପାଣିରେ ବିସର୍ଜନ କରନ୍ତୁ।