ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ। ଅଭିଯାନରେ ପୋଲିସ୍ ମଧ୍ୟ ସାମିଲ ହେବ।
ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।
କଟକରେ ଯୁବକଙ୍କ ହାତ ବାନ୍ଧି ରାସ୍ତା ଉପରେ ଦୌଡ଼ାଇବା ଘଟଣାରେ ଆକ୍ସନ୍ ମୋଡ୍ରେ ପୋଲିସ୍। ଆଜି ଦୁଇ ଜଣ ଯୁବକଙ୍କୁ ଲାଲବାଗ୍ ପୋଲିସ୍ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।
ପୋଲିସ୍ ହାତରେ ବୈଶାଳୀଙ୍କ ଯେଉଁ ଡାଏରୀ ଲାଗିଛି, ସେଥିରେ ସେ ନିଜ ବାପା ଓ ମା’ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି, ‘ ମୁଁ ଭଲ ଝିଅ ହୋଇପାରିଲିନି।’
ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କର ଷ୍ଟାଫଙ୍କୁ ଏମିତି କିଛି ସର୍ପ୍ରାଇଜ୍ ଗିଫ୍ଟ ଦେଇଛନ୍ତି, ଯାହା ଜାଣିଲା ପରେ ଷ୍ଟାଫ୍ଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି। ସେ ତାଙ୍କର ଷ୍ଟାଫ୍ ଓ ସହଯୋଗୀଙ୍କୁ କାର୍ ଓ ବାଇକ୍ ଦେଇ ଏବେ ଚର୍ଚ୍ଚାରେ।
୨ଟି ଗାଡ଼ିରେ ୪ରୁ ୫ ଜଣ ଯୁବକ ଆସି ଆଗେ ଆଗେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି। ଏହାପରେ ଦୌଡ଼ାଇ ଦୌଡ଼ାଇ ପାଖାପାଖି ୨ କିଲୋମିଟର ଯାଏ ଯୁବକମାନେ ସମ୍ପୃକ୍ତ ଯୁବକଙ୍କୁ ନେଇଥିଲେ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ, ସୋମବାର। ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ସ୍ୱାଧୀନ ଭାବେ ଲଢ଼ିବେ। ତାହା ଆଜି ସ୍ପଷ୍ଟ ହୋଇଯିବ।
ପାପଧନ ଅର୍ଜନ କରି ଯିଏ ଦିନେ ବିଳାସମୟ କୋଠାରେ ରହୁଥିଲେ, ଆଜି ସେହି ଲେଡି ବ୍ଲାକ୍ମେଲର୍ ଏବେ ବିଚାରାଧିନ ବନ୍ଦୀ। କୁହାଯାଉଛି, କେତେବେଳେ ଜେଲ୍ ଭିତରେ ଅର୍ଚ୍ଚନା ଲୁହ ଗଡ଼ାଉଛନ୍ତି ତ ଆଉ କେତେବେଳେ ଗୁମ୍ସୁମ୍ ରହୁଛନ୍ତି।
ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଜି ଇନ୍ଦୋର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ସରକାରୀ ସେକ୍ଟରର ୪ଟି ଜେନେରାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀର କର୍ମଚାରୀଙ୍କୁ ମୋଦି ସରକାରଙ୍କ ଦୀପାବଳି ଭେଟି। ଏହିସବୁ ଇନ୍ସ୍ୟୁରାନ୍ସ କମ୍ପାନୀର କର୍ମଚାରୀ ଓ ଅଧିକାରୀଙ୍କ ଦରମା ସରକାର ୧୨% ବୃଦ୍ଧି ନେଇ ଘୋଷଣା କରିଛନ୍ତି।
କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ। ଏଥିରେ ସାମିଲ ଦଳର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିବା ଯୋଗୁ ଗୁରୁତର ହୋଇପଡ଼ିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ୭୬ ବର୍ଷ ପୂରି ୭୭ ବର୍ଷ ଚାଲିଲା। ପୱନ ଚାମ୍ଲିଙ୍ଗ ଓ ଜ୍ୟୋତି ବସୁଙ୍କ ପରେ ଲଗାତର ପାଞ୍ଚଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ନବୀନ ପଟ୍ଟନାୟକ ହେଉଛନ୍ତି ତୃତୀୟ ଭାରତୀୟ ରାଜନେତା।
ସୈାର କନ୍ୟା ମାସ କାର୍ତ୍ତି କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ, ରବିବାର। ଆଜି କୌଣସି ଶୁଭ କାମ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି, ତା’ହେଲେ ଜାଣି ରଖନ୍ତୁ କେଉଁ ସମୟରେ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଶୁଭ ଫଳ ମିଳିପାରେ।
ଦକ୍ଷିଣ-ପଶ୍ଚିମ ରୁଷିଆର ବେଲଗୋରଡର ଏକ ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଗତକାଲି ରାତି ୧୧ଟାରେ କର୍ଣ୍ଣାଟକର ହାସନ ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଓ କ୍ଷୀର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।
କେହି ଜଣେ ଅନୁଭବଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକଙ୍କୁଠାରୁ ଆର୍ଥିକ ସହାୟତା ମାଗୁଛନ୍ତି।
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ ପାଇଁ ଜୀବନ ହାରିଲେ ନାବାଳିକା ଛାତ୍ରୀ। ମୃତ୍ୟୁ ପୂର୍ବରୁ ନାବାଳିକା ଜଣକ ନିରାକାରପୁର IICଙ୍କୁ ଏକ ଚିଠି ଲେଖିଥିଲେ।
ଯେତେବେଳେ ବି ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍ ମୈଦାନକୁ ଓହ୍ଲାଇଥାନ୍ତି, ସେହି ସମୟରେ ଖାଲି ଖେଳାଳି ନୁହେଁ ମ୍ୟାଚ୍କୁ ନେଇ ଫ୍ୟାନ୍ସଙ୍କ ଭିତରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଥାଏ।
୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇବ।