/odishatv-khabar/media/post_attachments/uploadimage/library/16_9/16_9_0/_______1666337659.jpg)
Ravenshaw University Students Will Not Allow To Protest
ରେଭେନ୍ସା ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ ମନା। ଏଣିକି ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ କି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। ସେହିପରି ଆମରଣ ଅନଶନ କି ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ। ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି।
ନୋଟିସରେ ଆହୁରି କୁହାଯାଇଛି ଯେ, କ୍ୟାମ୍ପସ ପରିସରରେ ମାଦକ ଦ୍ରବ୍ୟ ସେବନ ନିଷେଧ କରାଯାଇଛି। ହଷ୍ଟେଲ୍ରେ ରହୁଥିବା ଛାତ୍ରଛାତ୍ରୀମାନେ ମୋଟର ସାଇକେଲ୍ ଚଲାଇ ପାରିବେ ନାହିଁ। ଏଥିଲାଗି ହଷ୍ଟେଲରେ ଆଡମିଶନ ବେଳେ ଛାତ୍ରଛାତ୍ରୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ହେବ। ସେହିପରି ଶ୍ରେଣୀ ଗୃହରେ ଅଡିଓ କି ଭିଡିଓ ରେକର୍ଡିଂକୁ ନିଷେଧ କରାଯାଇଛି। ଶ୍ରେଣୀ ଗୃହରେ ପାଠପଢା ସମୟରେ କୌଣସି ଛାତ୍ରଛାତ୍ରୀ ମୋବାଇଲ୍ ଫୋନ୍ ବ୍ୟବହାର କରି ପାରିବେ ନାହିଁ।
ଅଧିକ ପଢ଼ନ୍ତୁ: ଦୁର୍ଦ୍ଦିନରେ ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର: ମିଳୁନି ହଷ୍ଟେଲ୍, ବସ୍ତିରେ ରହି ଆହାର କେନ୍ଦ୍ରରେ ଖାଉଛନ୍ତି
ଯେଉଁଠି ବି କର୍ତ୍ତୃପକ୍ଷ କିମ୍ବା ସ୍ୱୀକୃତିପ୍ରାପ୍ତ କର୍ମଚାରୀ ପରିଚୟ ପତ୍ର ମାଗିବେ, ସେ ସ୍ଥାନରେ ତତ୍କ୍ଷଣାତ ଦେଖାଇବାକୁ ହେବ। ଖରାପ ବ୍ୟବହାର, ସୁରକ୍ଷାରେ ଆଞ୍ଚ ଓ ହିଂସାତ୍ମକ ଆଚରଣ କଲେ ଛାତ୍ରଛାତ୍ରୀଙ୍କ ବିରଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି। ଅନ୍ୟପକ୍ଷେ, ଏହି ନୋଟିସକୁ ନେଇ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କେତେକ ଛାତ୍ରଛାତ୍ରୀ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ଭେଟି ଆଲୋଚନା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)