Advertisment

କର୍କଟ ରୋଗୀଙ୍କ ପାଇଁ ରାମବାଣ ସାଜିପାରେ ଚିଲିକା ମଇଁଷିଙ୍କ କ୍ଷୀର

ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cancer Prevention Tips

Chilika Buffalo Can Treat Cancer

ମଣିଷ ପାଇଁ ଅଧିକ ଲାଭଦାୟକ କି ମଇଁଷି କ୍ଷୀର ?  ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି। ନ୍ୟାସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସେସ୍ କର୍ନଲ୍ ସଂସ୍ଥାର ଗବେଷକ ଗବେଷଣା ଲାଗି ମଇଁଷିଙ୍କ କ୍ଷୀର ନମୁନା ସଂଗ୍ରହ କରିବା ପରେ ମଇଁଷି ଚାଷୀ ଏବେ ଉତ୍ସାହିତ ହୋଇପଡ଼ିଛନ୍ତି। 

Advertisment

ଦୀର୍ଘ ୬ ବର୍ଷ ଧରି ଚିଲିକା ମଇଁଷିଙ୍କ ଉପରେ ନ୍ୟାସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସେସ୍ କର୍ନଲ୍ ସଂସ୍ଥାର ଗବେଷକ ଡଃ ମହେଶ ଡିଗେ ଗବେଷଣା କରି ଆସୁଛନ୍ତି। ଏନେଇ ସେ କହିଛନ୍ତି, ଭାରତ ବର୍ଷରେ ୧୯ ପ୍ରଜାତିର ମଇଁଷି ଦେଖାଯାଉଥିବା ବେଳେ ଚିଲିକା ଅଞ୍ଚଳରେ ପାଳନ କରାଯାଉଥିବା ମଇଁଷି ବହୁତ ଉନ୍ନତ ପ୍ରଜାତିର। ଏମାନେ ସାଧାରଣତଃ ଚିଲିକା ପାଣିରେ ଥିବା ଦଳକୁ ଖାଇ ବଞ୍ଚିଥାନ୍ତି। ସେଥିପାଇଁ ସେମାନଙ୍କ କ୍ଷୀରରେ ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ ରହିଛି। ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତା’ର ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଗବେଷଣା ଲାଗି ଡଃ ମହେଶ ଡିଗେ ୨୦ରୁ ଅଧିକ ମଇଁଷିଙ୍କ କ୍ଷୀର ସଂଗ୍ରହ କରି ନେଇଛନ୍ତି।  

ତେବେ ମଇଁଷି କ୍ଷୀରରେ ଥିବା ହିତକାରୀ ଉପାଦାନ ସବୁ ମଣିଷ ପାଇଁ କେତେ ଉପଯୋଗୀ ହେବ ତାହା ପରୀକ୍ଷଣ ପରେ ଜଣାପଡ଼ିବ। ଯଦି, ଏପରି କିଛି ତଥ୍ୟ ଗବେଷଣାରୁ ସାମ୍ନାକୁ ଆସେ ଏହାଦ୍ୱାରା ମଇଁଷି ଚାଷୀମାନେ ଅଧିକ ଲାଭବାନ ହେବେ। ଅନ୍ୟପକ୍ଷେ, ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା କ୍ଷୀରରେ ସାଧାରଣତଃ ଅଧିକ ପ୍ରୋଟିନ୍ ରହିଥାଏ। ଯେହେତୁ ଚିଲିକା ମଇଁଷିଙ୍କ ଖାଦ୍ୟପେୟ ଭିନ୍ନ, ତେଣୁ ସେମାନଙ୍କ କ୍ଷୀରରେ ସେଭଳି କିଛି ହିତକାରୀ ବ୍ୟାକ୍ଟେରିଆ ରହିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଯାହା ମଣିଷ ପାଇଁ ଉପଯୋଗୀ ହୋଇପାରେ। ତେବେ ଗବେଷଣାରୁ କିଛି ମିଳୁ କି ନମିଳୁ ମଇଁଷି କ୍ଷୀର ପିଇଲେ ଇମ୍ୟୁନିଟି ପାଓ୍ୱାର ନିଶ୍ଚୟ ବଢ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

Advertisment

ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଦୀର୍ଘ ବର୍ଷ ହେବ ହରିୟାଣା ସ୍ଥିତ NBAGRର ବୈଜ୍ଞାନିକ ଚିଲିକା ମଇଁଷିଙ୍କ ଉପରେ ଗବେଷଣା କରୁଛନ୍ତି। ସେମାନେ ଭାବୁଛନ୍ତି ଯେ, ଚିଲିକା ମଇଁଷିଙ୍କ କ୍ଷୀରରେ ଆଣ୍ଟି-କ୍ୟାନ୍ସର ଓ ଆଣ୍ଟି-ଫଙ୍ଗଲ୍‌ ରହିଛି। ତେଣୁ ଅଧିକ ଅଧ୍ୟୟନ ପାଇଁ ଏହାର ସାମ୍ପଲକୁ ପଠାଯାଇଛି। 

(ପୁରୀ କୃଷ୍ଣପ୍ରସାଦରୁ ନୀଳକଣ୍ଠ ପ୍ରଧାନ ଓ କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ)

Chilika Lake Buffalo Cancer
Advertisment
Advertisment