Advertisment

ସରକାରୀ ଡାକ୍ତରଖାନାରେ ମିଳିଲାନି ବେଡ୍‌, ଅଟୋ ଭିତରେ ରୋଗୀଙ୍କୁ ଦିଆଗଲା ଇଞ୍ଜେକ୍ସନ

ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚିକିତ୍ସା କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ଏହା କୌଣଣି ଉପାନ୍ତ ଅଞ୍ଚଳର ନୁହେଁ ବରଂ କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Medical Negligence in Cuttack

Patient treated inside auto rickshaw under mobile torch light in Cuttack’s Niali CHC

ସରକାରୀ ଡାକ୍ତରଖାନାରେ ରୋଗୀ ସେବାର ଅନେକ ବିକଳ ଚିତ୍ର ସାମ୍ନାକୁ ଆସିଛି। କେଉଁଠି ହସ୍ପିଟାଲ୍‌ରେ ବେଡ୍‌ ଅଭାବରୁ ଚଟାଣରେ ରୋଗୀଙ୍କୁ ଚିକିତ୍ସା କରାଯାଉ ଥିବାବେଳେ ଆଉ କେଉଁଠି ଉପଯୁକ୍ତ ଚିକତ୍ସା ନ ପାଇ ରୋଗୀଙ୍କ ଜୀବନ ଚାଲି ଯାଉଛି। ଆଉ କେଉଁଠି ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ହୋଇଛି। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସରକାରୀ ଡାକ୍ତରଖାନାରେ ପ୍ରକୃତ ରୋଗୀ ସେବାର ଅସଲି ଚିତ୍ର ପଦାରେ ପଡ଼ିଛି। ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚିକିତ୍ସା କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ଏହା କୌଣଣି ଉପାନ୍ତ ଅଞ୍ଚଳର ନୁହେଁ ବରଂ କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ନିଆଳି ପୂର୍ବ ଖଣ୍ଡ ବସ୍ତିର ଶେଖ ସାଜିଦ, ବାପାଙ୍କୁ ଚିକିତ୍ସା ନିମନ୍ତେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ମେଡିକାଲ୍‌ରେ ମାତ୍ର ୨ଟି ବେଡ୍ ଥିବାରୁ ଓ ଏହା ଖାଲି ନ ଥିବାରୁ ବାପାଙ୍କୁ ସାଜିଦ ଯେଉଁ ଅଟୋରେ ଆଣିଥିଲେ, ସେହି ଅଟୋରେ ଏଭଳି ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ଅଟୋ ଭିତରେ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚିକିତ୍ସା କରାଯାଇଥିଲା। ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ଭିଡ଼ିଓ ଭାଇରାଲ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହ ତ୍ରୁଟି ସ୍ୱୀକାର କରିଛନ୍ତି। ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ହେଉଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ଅଧିକାରୀ କହିଛନ୍ତି। ଏହାସହ ଆଗକୁ ଏପରି ଘଟଣା ଆଉ ଯେପରି ନହୁଏ ସେନେଇ ଡାକ୍ତର ଓ ନର୍ସଙ୍କୁ ତାଗିଦ୍ କରିଛନ୍ତି।

Advertisment
Medical Negligence
Advertisment
Advertisment