ବାଲେଶ୍ୱର : ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଅାତଙ୍କ ଖେଳାଉଛନ୍ତି ଝାଡ଼ଖଣ୍ଡୀ ହାତୀ ପଲ। ନୀଳଗିରି ତିନିକୋସିଅା ଜଙ୍ଗଲରେ ୫୦ରୁ ଅଧିକ ହାତୀ ଥିବାରୁ ଏହାକୁ ନେଇ ଅାତଙ୍କରେ ରହୁଛନ୍ତି ସ୍ଥାନୀୟ ଲୋକେ। ଏହି ହାତୀ ପଲ ଗାଁରେ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ମଧ୍ୟ ନଷ୍ଟ...
ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋରଦାର। ଅାଜିଠୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ବନ୍ଦ କରିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ। ଏହି ଅାନ୍ଦୋଳନରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି। ଏହା...
ଭୁବନେଶ୍ୱର : ଗୃହକୁ ଅାସନ୍ତାକାଲି ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଙ୍ଗାମା ଅାରମ୍ଭ କରିଥିଲେ ଶାସକ ବିଜେଡି ସଦସ୍ୟମାନେ। ଗୃହକାର୍ଯ୍ୟ ଅାରମ୍ଭ ହେଉ ହେଉ ନିଜ ନିଜ ଅାସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ହୋହଲ୍ଲା କରିଥିଲେ...
ଭୁବନେଶ୍ୱର : ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ହଙ୍ଗାମା ଅାରମ୍ଭ କରିଥିଲେ ଶାସକ ବିଜେଡି ସଦସ୍ୟମାନେ। ଗୃହକାର୍ଯ୍ୟ ଅାରମ୍ଭ ହେଉ ହେଉ ନିଜ ନିଜ ଅାସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ହୋହଲ୍ଲା କରିଥିଲେ ବିଜେଡି ବିଧାୟକମାନେ। SC ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସର...
ନୟାଗଡ଼ : ନୟାଗଡ଼ ଗସ୍ତରେ ଯାଇ ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ଗର୍ଜିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ। ୨୦୦୩ ମସିହାରେ ଅରୁଣ ସାହୁ ଦାମଙ୍କ ସହାୟତାରେ ରାଜନୀତିକୁ ଅାସିଥିଲେ। ବର୍ତ୍ତମାନ ସେ ସବୁ କଥାରେ ମୁଣ୍ଡ ଖେଳାଉଛନ୍ତି। ବିଜୁ ପକ୍କାଘର ଠାରୁ ପାଣି ପଞ୍ଚାୟତ...
ନୂଆଦିଲ୍ଲୀ : ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଳଦ୍ୱୀପର ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ମୋଦି। ଏହି ଗସ୍ତ ଅବସରରେ ପଡୋଶୀ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ଶୀର୍ଷ ନେତାଙ୍କ ଅାଲୋଚନା କରିଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ। ମାଳଦ୍ୱୀପରେ...
କଟକ : ତୁଟିଲା କଟକ ବାଲିଯାତ୍ରା ବିବାଦ। ପ୍ରଶାସନ-ବ୍ୟବସାୟୀ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତି ଯୋଗୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା ଏହି ଐତିହାସିକ ଯାତ୍ରା। ତେବେ ବ୍ୟବସାୟୀଙ୍କ ପ୍ରମୁଖ ଦାବିଗୁଡ଼ିକୁ ପ୍ରଶାସନ ମାନିନେବା ପରେ ବାଲିଯାତ୍ରାରେ ସହଯୋଗ କରିବ ବୋଲି କହିଛି ବ୍ୟବସାୟୀ ସଂଘ।...
ଢେଙ୍କାନାଳ : ରାଜ୍ୟ ସରକାରଙ୍କ ଅଜବ ନୀତି। ମଦ କାରଖାନା ପାଇଁ ଜଙ୍ଗଲ ସଫା। ଜଙ୍ଗଲ ଭିତରେ ଯନ୍ତ୍ରର ଗର୍ଜନ। ମେସିନ୍ ମୁହଁରେ ଧରାଶାୟୀ ହୋଇପଡୁଛି ବର୍ଷ ବର୍ଷ ପୁରୁଣା ଶାଳ, ପିଅାଶାଳ, ଅଁଳା, ବାହାଡ଼ା, ହରିଡ଼ା ଭଳି ମୂଲ୍ୟବାନ ଗଛ। କେଇ କ୍ଷଣ ମଧ୍ୟରେ ଉଜୁଡ଼ିଯାଉଛି ସବୁଜିମା।...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଅଡିଓ ଟେପ୍ ଜାରି କଲେ ମାଓବାଦୀ। ସିପିଅାଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ ଅଡିଓ ଟେପ୍ ଜାରି କରି ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ମେକ୍ ଇନ୍ ଓଡ଼ିଶାକୁ ଓଡ଼ିଶା ବିକ୍ରି କନ୍କ୍ଲେଭ ଭାବେ ଅଭିହିତ କରି ଉମାକାନ୍ତ...
ଭୁବନେଶ୍ୱର : ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଅାୟର ମିତ୍ରଙ୍କୁ କ୍ଷମା ଦେଲା ବିଧାନସଭା। ଗୃହ କମିଟି ପ୍ରସ୍ତାବ ଅାଧାରରେ ଅାୟରଙ୍କୁ କ୍ଷମା କରିଦିଅାଯାଇଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର। ଗତକାଲି ବିଧାନସଭାରେ ଗୃହ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଏଥିରେ ଅଭିଜିତ୍ଙ୍କୁ...
ଭୁବନେଶ୍ୱର : ବିଦେଶିନୀଙ୍କ ଠାରୁ ଲୁଟିଲେ ଦୁର୍ବୃତ୍ତ। ଅଟୋ ଭିତରୁ ନେଇଗଲେ ୪ ଲକ୍ଷରୁ ଅଧିକ ଟଙ୍କାର ଲାପଟପ୍ ଓ ଡକ୍ୟୁମେଣ୍ଟ। ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟିରେ ଇଣ୍ଟର୍ଣ୍ଣସିପ୍ ପାଇଁ ଅାସିଥିବା ନରୱେର ସଂପୃକ୍ତ ବିଦେଶିନୀ ଅଟୋରେ ଫେରୁଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଏହି ଲୁଟ୍ ହୋଇଛି। ବିଦେଶିନୀଙ୍କ...
ନୂଆଦିଲ୍ଲୀ : ଭାରତୀୟ ନୌସେନାକୁ ସୁଦୃଢ କରିବାକୁ ଅାମେରିକା ଠାରୁ ୨୪ଟି ମଲଟି ରୋଲ୍ ‘ରୋମିଓ’ ଅାଣ୍ଟି ସବମରିନ୍ ହେଲିକପ୍ଟର କିଣିବାକୁ ଯୋଜନା କରୁଛି ଭାରତ। ଏଥିପାଇଁ ୨ଶହ କୋଟି ଡଲାର ଖର୍ଚ୍ଚ କରିବ ଭାରତ। ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦି ଓ ଅାମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସାକ୍ଷାତ...
ଭୁବନେଶ୍ୱର : ବିଶିଷ୍ଟ ତାଳବାଦ୍ୟ ଗୁରୁ ତଥା ମର୍ଦ୍ଦଳ ବାଦକ ବନମାଳୀ ମହାରଣାଙ୍କ ପରଲୋକ। ଅାଜି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଶାସ୍ତ୍ରୀୟ ସଙ୍ଗୀତ ଧାରାରେ...
କେନ୍ଦୁଝର : ବିଲରେ ବୋମା ବିସ୍ଫୋରଣ ଘଟି ଦୁଇ ଭାଇ ଗୁରୁତର। କେନ୍ଦୁଝର ସଦର ରେଞ୍ଜ ବିନିଦା ଗାଁରେ ଘଟିଛି ଏହି ଘଟଣା। ଗୁରୁତର ଦୁଇ ଭାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅାଜି ହାତୀ ଘଉଡାଇବା ଲାଗି ଦୁଇ ଭାଇ ମୁକୁନ୍ଦ ଜୁଅାଙ୍ଗ ଓ କେଦାର...
ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ଅାଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଚାଲିଥିବାବେଳେ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିବାରୁ ବାଚସ୍ପତି ସନ୍ଧ୍ୟା ୫.୩୭ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି। ବାଚସ୍ପତି ପ୍ରଶ୍ନକାଳ ଅାରମ୍ଭରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ନିଜର...
ଜର୍ଜ ଟାଉନ୍ : ଚତୁର୍ଥ ବିଜୟ ଲକ୍ଷ୍ୟରେ ଅାଜି ପଡିଅାକୁ ଓହ୍ଲାଇବ ଟିମ୍ ଇଣ୍ଡିଅା। ଲଗାତାର ୩ଟି ବିଜୟ ସହ ଟି-୨୦ ମହିଳା ବିଶ୍ୱକପ୍ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତ ଅାଜି ଅଷ୍ଟ୍ରେଲିଅାକୁ ଭେଟିବ। ପୂର୍ବରୁ ଏହି ୨ ଦଳ ସେମି ଫାଇନାଲରେ ପ୍ରବେଶ କରିସାରିଛନ୍ତି। ତେବେ...
ବାଲେଶ୍ୱର : ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ଼ ଅଭିଯୋଗ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ବାଲିଅାପାଳ ବ୍ଲକ୍ ସୁବର୍ଣ୍ଣରେଖା ହାଇସ୍କୁଲରୁ। ଅଭିଯୋଗ ଅନୁସାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ବାହାରେ ବୁଲୁଥିବା ଦେଖି ଇଂରାଜୀ ଶିକ୍ଷକ ମାଡ଼ ମାରିଥିଲେ। ଏଥିରେ ଛାତ୍ରୀଜଣଙ୍କ ଗୁରୁତର...
ପୁରୀ : ଅାଧ୍ୟାତ୍ମିକତାର ଅଭାବରୁ ବିଶ୍ୱରେ ଏବେ ବିଶୃଙ୍ଖଳା ଦେଖାଦେଉଛି। ଅାଧ୍ୟାତ୍ମିକ ଚେତନାର ଅଭାବ ସବୁ ବିଶୃଙ୍ଖଳାର କାରଣ। ଅାଜି ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଦାରୁ ଫିକ୍ସିଂ ସମ୍ପର୍କିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଗଜପତି ମହାରାଜା ଏହି ପ୍ରତିକ୍ରିୟା ରଖିଛନ୍ତି।...
ଭୁବନେଶ୍ୱର : ବରିଷ୍ଠ ଅାଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ସହ ରାଜନୀତିରେ ପ୍ରବେଶ ଖବରକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେଉଛି। ତାଙ୍କର ଏକ ଟୁଇଟ୍ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଦଳରେ ମିଶିବା ଲାଗି ଯଦି ଅପରାଜିତା ଅାବେଦନ କରନ୍ତି ତା...