ପୁରୀ : ଆସନ୍ତାକାଲି ପବିତ୍ର ଅଁଳା ନବମୀ। ରାଧାପାଦ ଦର୍ଶନ ଲାଗି ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର। ଅଁଳା ନବମୀରେ ରାଧାଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।...
ମୁମ୍ବାଇ : ନବଦମ୍ପତ୍ତି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ବନ୍ଧୁ ବାନ୍ଧବ ଏବଂ ଫ୍ୟାନ୍ । ବଲିଉଡ୍ ହାର୍ଟ ଥ୍ରୋବ୍ ଯୋଡ଼ି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ । ଗତକାଲି ଇଟାଲୀର ଲେକ୍ କୋମୋ ଦ୍ୱିପରେ ଉଭୟଙ୍କ ବାହାଘର ସରିଛି । ଏପଟେ ଦୀପିକା ଏବଂ ରଣବୀରଙ୍କ...
ତାମିଲନାଡୁ : ତାମିଲନାଡୁ ଉପକୂଳରେ ସାମୁଦ୍ରିକ ଝଡ଼ ‘ଗଜ’ର ତାଣ୍ଡବ। ‘ଗଜ’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନାଗାପାଟ୍ଟିନମ୍ ଏବଂ ତିରୁଭରୁର। ବାତ୍ୟାରେ ଶହ ଶହ ଗଛ ଉପୁଡି ପଡିଥିବା ବେଳେ ବହୁ ଘର ଭାଙ୍ଗିରୁଜି ଯାଇଛି। ସେହିଭଳି ତ୍ରିଚିରେ...
ବାରିପଦା : ପୁଣି ତେଜିଲା ଅରୁଣ-ତୁଷାର ବିବାଦ। ବାରିପଦା ଅାସିଲେ ବିଧାୟକ ଅରୁଣ ସାହୁଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତୁଷାର ନାୟକ। ଅରୁଣ ତାଙ୍କୁ ଗାଳିଦେବା ଓ ଉଠ୍ବସ୍ କରାଇବା ବିବାଦର ସମାଧାନ ବେଳେ ମିଳିଥିବା ପ୍ରତିଶ୍ରୁତି...
ଭୁବନେଶ୍ୱର : ଚିନ୍ତା ବଢାଉଛି ସଡ଼କ ଦୁର୍ଘଟଣା। ଓଡ଼ିଶାରେ ପ୍ରତିଦିନ ରାସ୍ତାରେ ୧୨ଟି ମୁଣ୍ଡ ଗଡୁଛି। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ।୨୦୦୮ ମସିହାରୁ ୨୦୧୮ ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୪୩ ହଜାର...
ପୁରୀ : ଶ୍ରୀଜିଉଙ୍କ ଦାରୁ ଫିକ୍ସିଂ ଅଭିଯୋଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ଅାଜିବି ଏ ପ୍ରସଙ୍ଗ ନେଇ ନବୀନ ସରକାରକୁ ସଣ୍ଡୁଅାସି ଅାକ୍ରମଣ କରିଛନ୍ତି କଂଗ୍ରେସ ଓ ବିଜେପି। ଏ ଷଡ଼ଯନ୍ତ୍ର ପଛରେ ନେତା, ଅଫିସର ଓ ମନ୍ତ୍ରୀ ସାମିଲ ଥିବାରୁ ସିବିଅାଇ କିମ୍ବା ହାଇକୋର୍ଟ ସିଟିଂ...
କଟକ : ଅାସନ୍ତା ୨୮ ତାରିଖରେ କଟକ ଅାସୁଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏ.ଅାର.ରେହମାନ। ବାରବାଟୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏହା ପୂର୍ବରୁ ପୁଲିସ କମିଶନର, ଡିସିପି, କଟକ ଜିଲ୍ଲାପାଳ ପ୍ରମୁଖ ଷ୍ଟାଡିୟମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୩୫ରୁ ୪୦...
ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହୋଇଛି ନବଜାତ ଶିଶୁ ଯତ୍ନ ସପ୍ତାହ। ସାରା ଦେଶରେ ଶିଶୁ ମୃତ୍ୟୁ ହାର ବଢୁଥିବାବେଳେ ନବଜାତ ଶିଶୁଙ୍କ ଯତ୍ନ କିଭଳି ନିଅାଯିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ତେଣୁ ସ୍ୱାସ୍ଥ୍ୟ ସେବା ଦିଗରେ କଣ ନିଅାଯିବ ପଦକ୍ଷେପ ସେନେଇ ଅାଲୋଚନା ହୋଇଛି।...
ନୂଆଦିଲ୍ଲୀ : ଦିଲ୍ଲୀ ସଚିବାଳୟରେ ପୁଲିସ ହେଡ୍ କନଷ୍ଟେବଲ୍ଙ୍କ ଅାତ୍ମହତ୍ୟା। ସଚିବାଳୟର ପାର୍କିଂରେ ଗୁଳି କରି ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ୩୫ ବର୍ଷିୟ ହେଡ୍ କନ୍ଷ୍ଟେବଲ୍ ସୋହନବିର୍ ବୋଲି ଜଣାପଡ଼ିଛି। ଅାଜି ବଢ଼ି ଭୋରରୁ ସୋହନବିର୍ଙ୍କ ମୃତ ଦେହ ପଡ଼ି ଥିବା ନେଇ ଖବର...
ନୂଆଦିଲ୍ଲୀ : ଛୁଟିରେ ଯାଇଥିବା ସିବିଅାଇ ମୁଖ୍ୟ ଅାଲୋକ ବର୍ମାଙ୍କ ବିରୁଦ୍ଧରେ ଅାସିଥିବା ଅଭିଯୋଗର ତଦନ୍ତ କରି ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସିଭିସି। ତେବେ ସିଭିସି ବର୍ମାଙ୍କୁ କ୍ଲିନ୍ ଚିଟ୍ ଦେଇନଥିବା ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ କହିଛନ୍ତି। ଏହା ଏକ ମିଶ୍ର ରିପୋର୍ଟ, କିଛି ଅଭିଯୋଗ...
ମାଲକାନଗିରି : କେଉଁଠି ଜମି ଫାଟି ଆଁ କରିଛି ତ, ଅାଉ କେଉଁଠି ପୋଡ଼ି ଶୁଖିଗଲାଣି ଧାନଗଛ। ପୁଣି କେଉଁଠି ଅଗାଡିରେ ଭର୍ତ୍ତି ହୋଇଛି ଧାନ କେଣ୍ଡା। ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ଅନେକ ଗାଁର ଚାଷଜମିର ଏବେ ଏଭଳି ପରିସ୍ଥିତି। କିଛିଦିନ ତଳେ ମାଲକାନଗିରି ଜିଲ୍ଲାରେ ବନ୍ୟା...
ବାଲେଶ୍ୱର : ନୀଳଗିରିରେ ପୁଣି ମାତିଲେ ହାତୀ। ଗୋପାଳପୁର ଜଙ୍ଗଲରେ ଥିବା ୫୭ଟି ଝାଡଖଣ୍ଡୀ ହାତୀ ଏବେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ହେଲେ ସନ୍ଧ୍ୟା ହେଲେ ସ୍ଥାନୀୟ ଲୋକଙ୍କ ଚିନ୍ତା ଅାହୁରି ବଢ଼ି ଯାଉଛି। କାରଣ ସଂଜ ନଇଁଲେ ହାତୀ ଜନବସତି ଅାଡ଼କୁ ଅାସି ଲୋକଙ୍କ ଘରଦ୍ୱାର...
କୋରାପୁଟ : ପୁଲିସ-ଓକିଲ ବିବାଦରେ ସାରା ରାଜ୍ୟ ଯୁଝି ହେବା ପରେ ଏବେ କୋରାପୁଟ ଜୟପୁରରେ ଡାକ୍ତର-ଓକିଲ ବିବାଦ ଦେଖାଦେଇଛି। ଅାଇନଜୀବୀ ସତ୍ୟବ୍ରତ ପାଢ଼ୀ ୧୪ ତାରିଖ ଦିନ ନିଜର ୬ ମାସର ଝିଅକୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ଚିକିତ୍ସା ସତ୍ତ୍ୱେ ଶିଶୁ କନ୍ୟାର ମୃତ୍ୟୁ...
ପୁରୀ : ଅାସନ୍ତାକାଲି ଅଁଳା ନବମୀ, ରାଧାପାଦ ଦର୍ଶନ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ଏବେ ଏହାକୁ ନେଇ ସମସ୍ୟା । କମିଶନରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ପାଉଣାକୁ ନେଇ ଏହି ବିବାଦ ଦେଖାଦେଇଛି। ଗୋପାଳବଲ୍ଲବ ନୀତି ପରେ ଅନ୍ୟ ନୀତିକୁ...
ଭୁବନେଶ୍ୱର : ଦାରୁ ଫିକ୍ସିଂ ଅଭିଯୋଗର ସିବିଅାଇ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି, ଏଥିରେ ବହୁତ ବଡ଼ ବଡ଼ ଲୋକ ଜଡ଼ିତ ଅଛନ୍ତି। ତେଣୁ ସିବିଅାଇ ତଦନ୍ତ କଲେ ହିଁ ପ୍ରକୃତ ତଥ୍ୟ ପଦାକୁ ଅାସିବ। ସେପଟେ ବିଜେପି...
ନୂଅାଦିଲ୍ଲୀ : ନୂଅାଦିଲ୍ଲୀ ବସନ୍ତକୁଞ୍ଜ ଅଞ୍ଚଳରେ ଜଣେ ୫୩ ବର୍ଷୀୟ ଫ୍ୟାଶନ ଡିଜାଇନର ଓ ତାଙ୍କ ଘରୋଇ ସହଯୋଗୀଙ୍କୁ ହତ୍ୟା କରାଯାଇଛି। ଦୁହିଁଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ପୁଲିସ କହିଛି। ସକାଳୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ୨...
ମୁମ୍ବାଇ : ନଭେମ୍ବର ୨୧ରୁ ଅାରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଅା କ୍ରିକେଟ୍ ସିରିଜ୍। ଏଥିପାଇଁ ଅାଜି ରାତିରୁ ଅଷ୍ଟ୍ରେଲିଅା ଗସ୍ତ କରିବ ଭାରତୀୟ କ୍ରିକେଟ୍ ଟିମ୍। ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦, ୩ଟି ୱାନ୍ଡେ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ। ତେବେ ଅଷ୍ଟ୍ରେଲିଅା ଗସ୍ତ କରିବା ପୂର୍ବରୁ...
ଭୁବନେଶ୍ୱର : ଅାସନ୍ତାକାଲିଠୁ ଅାରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତା ପୂର୍ବରୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ବିରୋଧୀ କଂଗ୍ରେସ ହାତରେ ଏଥର ପ୍ରସଙ୍ଗର ଲମ୍ବା ତାଲିକା । ତେବେ ଚାଷ ଓ ଚାଷୀ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ...
ଭୁବନେଶ୍ୱର : ଶେଷ ହୋଇଛି ୫ ଦିନ ଧରି ଚାଲିଥିବା ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ। ଅାଜି ଉଦ୍ଯାପନୀ ଦିବସରେ ବାୟୋଟେକ୍ନୋଲୋଜି ଏବଂ ମିଡିଅା ଓ ମନୋରଂଜନ କ୍ଷେତ୍ରରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ଅଧିବେଶନ। ସେପଟେ ସରକାର ଦାବି କରୁଥିବା ଶିଳ୍ପ ମହାକୁମ୍ଭକୁ ଅାଜି ପୂର୍ବତନ...
ଭୁବନେଶ୍ୱର : ମରିପଡ଼ିଛି ମହାବଳ। ସାତକୋଶିଅାର ଘନ ଜଙ୍ଗଲରେ ପଡ଼ିଛି ମୃତଦେହ। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ମହାବଳର ମୃତ୍ୟୁ ସଂପର୍କରେ ଜଣାପଡିଥିଲା। ରାଇଗୋଡ଼ାରୁ ନୂଅାଗଡ଼ ରାସ୍ତାର ୫ଶହ ମିଟର ଦୂରରେ ପଡିଥିବା ବାଘର ମୃତଦେହକୁ ଉଦ୍ଧାର କରିଥିଲା ଜଙ୍ଗଲ ବିଭାଗ। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ,...