ମାହାଙ୍ଗା : ତରବରିଅା ଭାବେ ଭଗବାନ ବୁଦ୍ଧଙ୍କ ନକଲି ଅସ୍ଥିଖଣ୍ଡ ରଖି ମ୍ୟୁଜିୟମ ଉଦ୍ଘାଟନ ନିଷ୍ପତ୍ତିକୁ ବୁଦ୍ଧାୟନ ଓଡିଶା ପକ୍ଷରୁ ବିରୋଧ। ଏନେଇ ବୁଦ୍ଧାୟନର ଶତାଧିକ କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ଲଳିତଗିରି ବୌଦ୍ଧବିହାରର ଏଏସ୍ଅାଇ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକ ଜିଲ୍ଲା ମାହାଙ୍ଗାର ପ୍ରସିଦ୍ଧ ବୌଦ୍ଧପୀଠ...
ଅନୁଗୁଳ : ଅନୁଗୁଳ ପାଲଲହଡ଼ା ଅଞ୍ଚଳରେ ଅଘଟଣ। ଅଙ୍ଗନବାଡି କେନ୍ଦ୍ରରୁ ଫେରିବାବେଳେ କୂଅରେ ପଡି ଦୁଇ ଶିଶୁକନ୍ୟା ପ୍ରାଣ ହରାଇଛନ୍ତି। ଦୁଇ ମୃତକ ଶିଶୁକନ୍ୟାଙ୍କ ନାଁ ପଲ୍ଲବି କିଶାନ ଓ ଲଭ୍ଲି କିଶାନ। ଉଭୟଙ୍କ ବୟସ ୪ଓ ୩ ବର୍ଷ। ସୂଚନା ଅନୁସାରେ, ଉଭୟେ ଅାଲୋରୀ ଗାଁରେ ଥିବା...
କଟକ : ଓକିଲ ଅାନ୍ଦୋଳରେ ବାହାରିପାରିଲାନି ନିଷ୍କର୍ସ। ହାଇକୋର୍ଟ ଓକିଲ ସଂଘ ବୈଠକରେ ବିବାଦର ସମାଧାନ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଅାସନ୍ତା ବୁଧବାର ଯାଏ ଅାନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର ଅାସୋସିଏସନ। ବୁଧବାର ଦିନ ପୁଣି ବସିବ ହାଇକୋର୍ଟ ବାର ଅାସୋସିଏସନ ସାଧାରଣ...
ଛତିଶଗଡ଼ : ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ଅାରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସୁରୁଖୁରୁରେ ଚାଲିଛି। ଦିନ ଗୋଟାଏ ଯାଏ ୨୫ ପ୍ରତିଶତ ଭୋଟିଂ ହୋଇଛି । ଦକ୍ଷିଣ ଛତିଶଗଡ଼ର ୧୮ଟି ଅାସନ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ...
ଛତିଶଗଡ଼ : ଛତିଶଗଡ଼ ନିର୍ବାଚନରେ ଭୋଟ୍ ଦେଇଛନ୍ତି ଓଡ଼ିଆ ଭାଷାଭାଷୀ ଭୋଟର୍। କୋରାପୁଟକୁ ଲାଗି ରହିଥିବା ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁରର ବିଭିନ୍ନ ବୁଥ୍ରେ ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ଲୋକ ନିର୍ବାଚନରେ ଭାଗ ନେଇଛନ୍ତି। ସେମାନେ ବେଶ୍ ଉତ୍ସାହର ସହ ସକାଳୁ ବୁଥ୍କୁ ଅାସି ନିଜ ପସନ୍ଦିତ...
ଭୁବନେଶ୍ୱର : ପୁଲିସ୍-ଓକିଲ ବିବାଦର ସମାଧାନ କେବେ ହେବ ତାକୁ ନେଇ ପୁଣି ଛିଡ଼ା ହୋଇଛି ପ୍ରଶ୍ନବାଚୀ। କାରଣ ଅାଜି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦର ସମାଧାନ ଲାଗି ପୁଲିସ ଡିଜି ଏକ ବୈଠକ ଡାକି ଅାଲୋଚନା କରିଥିଲେ ହେଁ, କୌଣସି ନିଷ୍କର୍ସ ବାହାରିପାରିନାହିଁ।...
ଭୁବନେଶ୍ୱର : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ପଥର କଢାଯିବା ଘଟଣାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। ସୂର୍ଯ୍ୟ ମନ୍ଦିରରୁ ପୁରାତନ କାରୁକାର୍ଯ୍ୟ ଖଚିତ ପଥର କଢାଯାଇ ସେ ସ୍ଥାନରେ ସାଦା ପଥର ବସାଯାଇଥିବାରୁ ଏ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ...
ଭୁବନେଶ୍ୱର : ଶୂନଶାନ୍ ରାସ୍ତା ଅାଉ ଶୀତୁଅା ରାତି। ବହଳ ଅନ୍ଧାର ଅାସିବା କ୍ଷଣି ରାଜଧାନୀକୁ ରଙ୍ଗିନ୍ କରିବାରେ ବାହାରି ପଡ଼ନ୍ତି ବିଦେଶିନୀ। ହାତରେ ରଙ୍ଗତୁଳୀ ଧରି ଫ୍ଲାଏ ଓଭର କାନ୍ଥରେ ଅାଙ୍କି ଚାଲନ୍ତି ମନର ମାନଚିତ୍ର। ଶୀତକୁ ଖାତିର ନକରି ରାତିରେ ରାଜଧାନୀର ମୁକୁଳା ଛାତିକୁ କରିଚାଲନ୍ତି...
ଭୁବନେଶ୍ୱର : ଭୁବନେଶ୍ୱରରେ ଉଦଘାଟିତ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮। ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ୍ ଦ୍ୱିବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଓଡ଼ିଶାକୁ ଅଧିକ ପୁଞ୍ଜି ଅାଣିବା ତଥା ଦେଶ ବିଦେଶର ଶିଳ୍ପପତିମାନଙ୍କୁ ଅାକୃଷ୍ଟ କରିବା ଉଦ୍ଦେଶ୍ୟରେ ଅାଜିଠୁ ଅାସନ୍ତା ୧୫...
ଛତିଶଗଡ଼ : ୧୮ଟି ବିଧାନସଭା ଅାସନ, ୧୯୦ ଜଣ ପ୍ରାର୍ଥୀ। ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛତିଶଗଡ଼ ଭୋଟର। ଅାସନ୍ତାକାଲି ହେବ ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ସମସ୍ତ ବୁଥ୍ରେ ପହଞ୍ଚିଛନ୍ତି ପୋଲିଂ ଟିମ୍। ମାଓ ଅଞ୍ଚଳରେ ଭୋଟ ଗ୍ରହଣ ହେଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା...
ଢେଙ୍କାନାଳ : ଶିଳ୍ପ ପ୍ରତିଷ୍ଠାକୁ ବିରୋଧ। ମରିବେ ପଛେ ଗାଁରେ କୌଣସି ଫ୍ୟାକ୍ଟ୍ରି କରାଇ ଦେବେ ନାହିଁ। ଏହି ବଜ୍ର ଶପଥ ନେଇଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ବଳରାମପୁର ଗାଁର ଲୋକେ। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ଏଠାରେ...
ଚେନ୍ନାଇ: ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଚେନ୍ନାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବ କାରିବିୟାନ୍ ଟିମ୍। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବ୍ଜା କରିସାରିଛି ଟିମ୍ ଇଣ୍ଡିଅା। ତେଣୁ ସିରିଜ୍ରେ ନିଜ...
ଭୁବନେଶ୍ୱର : ବିଜୁ ସମତାକ୍ରାନ୍ତି ଦଳ ଗଠନ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ଅାଞ୍ଚଳିକ ଦଳ ଗଠନ ନେଇ ଅନେକ ନାଁ ପ୍ରସ୍ତାବ ରହିଛି। ତେବେ ବିଜୁ ସମତାକ୍ରାନ୍ତି ଦଳ ଗଠନ ପ୍ରସ୍ତାବ ନେଇ ଅାଲୋଚନା ହୋଇଛି । ପୂର୍ବତନ ମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ...
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ବସ୍ ଓଲଟି ୩ଜଣଙ୍କ ମୃତ୍ୟୁ ହୋଇଛି। ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୧୦ଜଣ ଗୁରୁତର ଅାହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ନବରଙ୍ଗପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକ ଲଲିତ ମୋହନ ପଟ୍ଟନାୟକ, ସରକାରୀ ଶିକ୍ଷୟିତ୍ରୀ ରୀନା ନାୟକ...
ଯାଜପୁର : ଯାଜପୁର କୁଅାଖିଅାରେ ଅଘଟଣ। କୁଅାଖିଅା କୁରକୁରା ଗାଁରେ ପୋଖରୀରେ ବୁଡ଼ି ଦୁଇ ଜଣ ବାଳିକାଙ୍କ ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ପୋଖରୀରୁ ଉଦ୍ଧାର କରାଯିବା ପରେ ଯାଜପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା...