ଭୁବନେଶ୍ୱର : ଟ୍ରେଡ୍ ୟୁନିୟନର ଧର୍ମଘଟ ସତ୍ତ୍ୱେ ଆଜି ଅନୁଷ୍ଠିତ ହୋଇଛି ଜେଇଇ ମେନ୍ ପରୀକ୍ଷା। ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ପରୀକ୍ଷା ହୋଇଥିଲା। ସାରା ଦେଶରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।...
କେନ୍ଦ୍ରାପଡ଼ା : ଦୁବାଇକୁ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ପରେ ଆସିପାରୁନି ଶବ। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଧାନଗର ଗାଁର ଦୁଃଶାସନ ପାତ୍ର ବୋଲି ଜଣାପଡ଼ିଛି। ଗତ ୩୧ ତାରିଖରେ ଦୁଃଶାସନଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିବା ନେଇ...
ଭୁବନେଶ୍ୱର : ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ଆସନ୍ତାକାଲି ଦ୍ୱିତୀୟ ଦିନ। ତେଣୁ ଆସନ୍ତାକାଲି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ ନା ନାହିଁ, ସେ ସମ୍ପର୍କରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ଦ ପାଳନର...
କଟକ : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାରେ ଜେଲ ଗଲେ ନିକିତାଙ୍କ ସ୍ୱାମୀ ଲିପନ ସାହୁ। ଲିପନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏସ୍ଡିଜେଏମ୍ଙ୍କ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଲିପନଙ୍କୁ ଜେଲ ପଠାଇ ଦିଆଯାଇଛି। ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଦାୟୀ ବୋଲି...
ନୂଆଦିଲ୍ଲୀ : ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଆଜି ଲୋକସଭାରେ ନାଗରିକ ସଂଶୋଧନ ବିଲ୍ ପାରିତ ହୋଇଛି। ଗୃହମନ୍ତ୍ରୀ ରାଜନାଥ ସିଂହ ଏନେଇ ପ୍ରସ୍ତାବ ଆଗତ କରିଥିଲୋ ଏହି ବିଲ୍ରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଭାରତ ମଧ୍ୟକୁ ଆସିଥିବା...
ନୂଆଦିଲ୍ଲୀ : ବିବାଦୀୟ ଅଯୋଧ୍ୟା ଜମି ବିବାଦର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଜାନୁଆରୀ ୧୦ରୁ ମାମଲାର ଶୁଣାଣି ହେବ। ପୂର୍ବରୁ ଜାନୁଆରୀ ୪ରେ ସୁପ୍ରିମ୍କୋର୍ଟରେ ଅଯୋଧ୍ୟା ଜମି...
ବ୍ରହ୍ମପୁର : ବ୍ରହ୍ମପୁର ଷ୍ଟେସନରେ ଦୂରନ୍ତ, ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସକୁ ଅଟକାଇଛନ୍ତି ଆନ୍ଦୋଳନକାରୀ। ଅନ୍ୟପଟେ ଛତ୍ରପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଛତ୍ରପୁରର ଜାତୀୟ ରାଜପଥ ଅବରୋଧ କରିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରିଛନ୍ତି ସଂଗଠନର କର୍ମୀ। ଯାଜପୁର ଜିଲ୍ଲାରେ ମିଳିତ କ୍ରିୟାନୁଷ୍ଠାନ...
ଭୁବନେଶ୍ୱର : ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକ। ଅଧ୍ୟକ୍ଷ ନନ୍ଦକିଶୋର ସିଂଙ୍କ ଅଧ୍ୟକ୍ଷତାରେ ୧୭ ଜଣିଆ ଟିମ୍ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଭେଟି ଆଲୋଚନା କରୁଛନ୍ତି କମିଶନ। ପ୍ରଥମେ ବିଭିନ୍ନ ପଞ୍ଚାୟତିରାଜ, ପୌର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତ ଓ ପୌର ପରିଷଦ ସ୍ତରରେ...
ବାଲେଶ୍ୱର : ‘କାଳିଆ’ ଯୋଜନାରୁ ଉପକୃତ ହେବା ଲାଗି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ମଧୁପୁରା ପଞ୍ଚାୟତରେ ଫର୍ମ ନେବା ଲାଗି ଆବଶ୍ୟକତା ଠାରୁ ଅଧିକ ଚାଷୀ ରୁଣ୍ଡ ହୋଇଥିଲେ। ହେଲେ ସେଠାରେ ଫର୍ମ ନ ନିଳିବାରୁ ଏବେ ଖୋଲା ବଜାରରୁ ଚାଷୀ ୫ରୁ ୧୦ ଟଙ୍କା ଲେଖାଏଁ...
ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେଡିର ବିକ୍ଷୋଭ କାର୍ଯ୍ୟକ୍ରମକୁ ବିରୋଧ। ପ୍ରବାସୀ ଓଡ଼ିଆ ନାଗରିକ ମଞ୍ଚ ପକ୍ଷରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ କିଛି କରିନଥିବା ଅଭିଯୋଗ କରି ଏହି ପ୍ରତିବାଦ କରାଯାଇଛି। ଓଡ଼ିଶା ଭବନ ଘେରାଉ ଉଦ୍ୟମ ବେଳେ ପୁଲିସ ସହିତ ସେମାନଙ୍କର...
ନୂଆଦିଲ୍ଲୀ : ଆଜି ଲୋକସଭାରେ ଆଗତ ହୋଇଛି ସବର୍ଣ୍ଣଙ୍କ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ବିଲ୍। ଥାବର ଚନ୍ଦ୍ର ଗେହଲତ ଏହି ବିଲ୍ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ରହିବାକୁ ଏନଡିଏ ପକ୍ଷରୁ ହ୍ୱିପ ଜାରି କରାଯାଇଥିଲା। ସରକାରୀ ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ଭାବେ ପଛୁଆ...
ଭୁବନେଶ୍ୱର : ଚାଷୀ ପ୍ରସଙ୍ଗକୁ ନେଇ ରାଜଧାନୀରେ ବିଜେପି ଦେଇଛି ରଣହୁଙ୍କାର। ଧାନ ମଣ୍ଡିରେ ଚାଷୀଙ୍କ ଦୁର୍ଦ୍ଦଶା ସାଙ୍ଗକୁ କଟନି ଛଟନିରେ ଜର୍ଜରିତ ଚାଷୀଙ୍କୁ ମୁକୁଳାଇବା ଦାବିରେ ସଚିବାଳୟ ଘେରାଉ ଅଭିଯାନରେ ଆସିଛନ୍ତି ବିଜେପି କୃଷକମୋର୍ଚ୍ଚା ସଦସ୍ୟଙ୍କ ସହ ନେତା ଓ କର୍ମୀ। ସଚିବାଳୟ ଆଗରେ ହଜାର ହଜାର...
ନୂଆଦିଲ୍ଲୀ : ଚାଷୀ ସମସ୍ୟାକୁ ନେଇ ଦିଲ୍ଲୀରେ ବିଜେଡିର ଗର୍ଜନ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ କୃଷକ ଅଧିକାର ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଜେଡି ବହୁବାର ଦାବି କରିଛି। ବିଧାନସଭାର...
ପୁରୀ : ଆଗାମୀ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଶ୍ରୀମନ୍ଦିରରୁ ମାଳ ଓ ମହାପ୍ରସାଦ ନେଇ ନୀତି ପ୍ରଶାସକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ବଡରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିଛନ୍ତି। ମଙ୍ଗଳବାର ବଡରାଉଳ ଠାକୁରାଣୀଙ୍କ ମନ୍ଦିରରେ ହୋମ, ପୂଜାର୍ଚ୍ଚନା ଆଦି...
ଭୁବନେଶ୍ୱର : ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ଟ୍ରାଫିକ୍ ସଚେତନତା। କମିଶନରେଟ୍ ପୁଲିସର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଭୁବନେଶ୍ୱର ଏଜି ଛକରେ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ହେଲମେଟ ପିନ୍ଧି ସୁରକ୍ଷିତ ଭାବେ ଯାତ୍ରା କରିବାକୁ ଲୋକଙ୍କୁ ବୁଝାଇଥିଲେ କଳାକାର...
ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଆସନ୍ତାକାଲି ଠାରୁ ଦେଶରେ ଦୁଇଦିନ ଧରି ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଆନ୍ଦୋଳନରେ ୨୦କୋଟି କର୍ମଚାରୀ ସାମିଲ ହେବେ ବୋଲି ଟ୍ରେଡ୍ ୟୁନିୟନ ପକ୍ଷରୁ ସୂଚନା ଦିଆଯାଇଛି। ସରକାରଙ୍କ କର୍ମଚାରୀ ବିରୋଧୀ ନୀତିକୁ ବିରୋଧ କରି ଏହି...
ଭୁବନେଶ୍ୱର : ଏସିପି ସଞ୍ଜୀବ ଶତପଥୀଙ୍କ ୧୨ ବର୍ଷର ପୁଅ ଆୟୁଷ୍ମାନର ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଛି। ମୃତ୍ୟୁର ଦୁଇ ଦିନ ପରେ ଆୟୁଷ୍ମାନଙ୍କ ଡାଏରୀରୁ ସେ ନିଜ ପରିବାର ସମ୍ପର୍କରେ ଲେଖିଥିବା ଏପରି କିଛି ହୃଦୟସ୍ପର୍ଶୀ ବାର୍ତ୍ତା ମିଳିଛି, ଯାହା ତାଙ୍କ ଶୋକ ସନ୍ତପ୍ତ ପରିବାର...
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ଘୋଷଣା। ସରକାରୀ ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ଭାବେ ପଛୁଆ ସାଧାରଣ ବର୍ଗ ଲାଗି ୧୦ ପ୍ରତିଶତ ସଂରକ୍ଷଣ ପାଇଁ ନିଷ୍ପତ୍ତି। ଆଜି କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବରେ ମୋହର ମାରିଛି। ଏ ନେଇ ଆସନ୍ତାକାଲି...
ଜଗତ୍ସିଂହପୁର : ‘କାଳିଆ’ ଯୋଜନା ପାଇଁ ଫର୍ମ ବଣ୍ଟନ ବେଳେ ଛୁରାମାଡ଼। ଜଗତ୍ସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗୋଡ଼ା ପଞ୍ଚାୟତରେ ଆଜି ଘଟିଛି ଏଭଳି ଅଘଟଣ। ଫର୍ମ ନେବାକୁ ଧାଡ଼ିରେ ଠିଆ ହୋଇଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ...